Posted inଜାତୀୟ

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ଟାରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଲକ୍ଷ୍ନୌରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ଯୋଗୀଙ୍କ ଘର ଗୋରଖପୁରରେ ମଧ୍ୟ ଦ୍ୱିତୀୟ ଶପଥ ଗ୍ରହଣ ଶେଷ ହେବା ପରେ ଉତ୍ସବ ଓ ପ୍ରସାଦ ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି। ଇତିମଧ୍ୟରେ ଗୋରଖନାଥ ମନ୍ଦିରରେ ପ୍ରଭୁ ଗୋରଖନାଥଙ୍କୁ ୧୧ କ୍ୱିଣ୍ଟାଲ ଲଡୁ ପ୍ରସାଦ ଭାବେ ଅର୍ପଣ କରାଯାଇଛି। ଏହାପରେ ଏହି ପ୍ରସାଦକୁ ଏକାନା ଷ୍ଟାଡିୟମକୁ ପଠାଯାଇଥିବା ଜଣାପଡ଼ିଛି। ଅପରାହ୍ନ ୪ଟାରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏକାନା ଷ୍ଟାଡିୟମରେ ଏହି ଲଡୁକୁ ଅତିଥିମାନଙ୍କୁ ବଣ୍ଟାଯିବ। ସେହିପରି ଶପଥ ଗ୍ରହଣ ପରେ ଗୋରାଖନାଥ ମନ୍ଦିରରେ ପ୍ରସାଦ ଭାବେ ବଣ୍ଟନ କରିବା ପାଇଁ ୫ କ୍ୱିଣ୍ଟାଲ ଲଡୁ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣରେ ୩୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୫।୧୦ : ଦେଶରେ କରୋନା ଆତଙ୍କ ଥମିବାର ନା ଧରୁନି। ବୁଧବାର (ଅକ୍ଟୋବର ୫) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪...

ଅଖିଳେଶ ଡକାଇଲେ ମେଣ୍ଟ ଦଳର ବୈଠକ: ଶିବପାଳଙ୍କୁ ବି କରାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୨୯।୩: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମେଣ୍ଟ ଦଳର ବୈଠକ ଡକାଇଛନ୍ତି। ଏହି ବୈଠକରେ ଶିବପାଳ ସିଂହ ଯାଦବ,...

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ...

ଆଦାନୀ ଦୁର୍ନୀତିର ପ୍ରତୀକ: ରାହୁଲ

କୋଲାର,୧୭ା୪ : କର୍ନାଟକର କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ଆଦାନୀ ‘ଦୁର୍ନୀତି’ ପ୍ରସଙ୍ଗ ଉଠାଇ...

କୃଷି ଆଇନ ନେଇ ରାଜ୍ୟସଭା ଅଚଳ

ନୂଆଦିଲ୍ଲୀ,୨।୨: କୃଷି ଆଇନକୁ ନେଇ ମଙ୍ଗଳବାର ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନ ଭଳି କଳା ଆଇନକୁ ସରକାର ଫେରାଇ ନେବା...

ଚାଇନାରେ ପହଞ୍ଚିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୩୧।୧: ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ପହଞ୍ଚିଥିବା...

‘ବୁଲ୍‌ବୁଲ୍‌’ ତାଣ୍ଡବ: ପଶ୍ଚିମବଙ୍ଗରେ ୮ ମୃତ

କୋଲକାତା,୧୦।୧୧:ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବାତ୍ୟା ‘ବୁଲ୍‌ବୁଲ୍‌’। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା...

ହାଥରସ୍‌ ଘଟଣା: ସାମ୍ପ୍ରଦାୟିକ ଦଙ୍ଗା ପାଇଁ ରାତା ରାତି ତିଆରି କରାଯାଇଥିଲା ଓ୍ବେବସାଇଟ୍‌

ନୂଆଦିଲ୍ଲୀ, ୫।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ଗୋଇନ୍ଦା ବିଭାଗ ବଡ଼ ଷଡ଼ଯନ୍ତ୍ର ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିଛି। ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରାତା...

Advertisement
Archives

Model This Week