କାର୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୧୯ ।୬: କାର୍‌ରେ ଢେଙ୍କାନାଳରୁ ଲଦାଖ। ଲଦାଖରୁ ପୁଣି ଢେଙ୍କାନାଳ। ମୋଟ ୪,୭୫୦ କିଲୋମିଟରର ଯାତ୍ରା। ବରଫାବୃତ୍ତ ପାହାଡ଼, ସଂକୀର୍ଣ୍ଣ ରାସ୍ତା, ଅକ୍ସିଜେନ ସମସ୍ୟା ମଧ୍ୟରେ ପାଦେ ପାଦେ ମୃତ୍ୟୁର ଭୟ। ଏଭଳି ଏକ ଦୁଃସାହସିକ ଯାତ୍ରା କରି ସୁରକ୍ଷିତ ଭାବେ ବାହୁଡ଼ିଛନ୍ତି ଢେଙ୍କାନାଳ ସହରର ୯ଜଣ ଯାତ୍ରୀ। ଏହି ବିପଦପୂର୍ଣ୍ଣ ଯାତ୍ରା କେତେ ସଂଘର୍ଷପୂର୍ଣ୍ଣ ଥିଲା, ତାହାର ତିକ୍ତ ମଧୁର ଅନୁଭୂତି ବାଣ୍ଟିଛନ୍ତି ସେମାନେ। ଭାରତରେ ଯାହା ଅଛି ସୁଇଜରଲାଣ୍ଡରେ ମଧ୍ୟ ନ ଥିବ। ଆମର ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ପରିବେଶ ଅବର୍ଣ୍ଣନୀୟ ବୋଲି କହିଛନ୍ତି ସମ୍ପୃକ୍ତ ଯାତ୍ରୀ।
ଢେଙ୍କାନାଳ ସହରର ଅମିୟ ଭୂଷଣ ସାହୁ (୪୮)ଙ୍କ ନେତୃତ୍ୱରେ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ (୫୧), ପ୍ରସନ୍ନଜିତ୍‌ ମହାରଣା (୪୧), ରୂପେଶ ପଟ୍ଟନାୟକ (୪୨), କୁମାର ହିତେଶ (୨୯), ଯଶୋବନ୍ତ ସାହୁ (୨୭), ମୁସ୍ତାକ ଆବିଦ ବକ୍ସ (୨୬), ରଣଜିତ୍‌ ବିଶ୍ୱାଳ (୪୪), ନିରଜ କୁମାର ରାଉତ (୪୪) ପ୍ରମୁଖ ୯ଜଣ ଦୁଇଟି କାର୍‌ରେ ଗତ ମେ ୩୧ ଅପରାହ୍ନ ୪ଟାରେ ଲଦାଖ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସୁନ୍ଦରଗଡ଼, ଛତିଶଗଡ଼ର ଅମ୍ବିକାପୁର, ଉତ୍ତରପ୍ରଦେଶର ପ୍ରୟାଗରାଜ, ଆଗ୍ରା, ଗ୍ରେଟର ନଏଡା, କୁରୁକ୍ଷେତ୍ର, ପାନିପତ୍‌, ସୋନେପତ୍‌, ଚଣ୍ଡିଗଡ଼ ଦେଇ ୨ତାରିଖରେ ପହଞ୍ଚତ୍ଥିଲେ ମୋନାଲିରେ। ସେଠାରେ ଇକୋ ଗ୍ରୀନ୍‌ ଫ୍ରି ବାବଦରେ ଜଣ ପିଛା ୪୯୦ଟଙ୍କା ଡିପୋଜିଟ୍‌ କରିଥିଲେ। ଏହାପରେ ରୋହତକ, ଅଟଳ ଟନେଲ, ଲାହାଉଲ୍‌ ଓ ସ୍ପୀତି ଦେଇ ୫ ତାରିଖ ରାତି ୧୨ଟାରେ ପହଞ୍ଚତ୍ଥିଲେ ଲଦାଖରେ। ଅକ୍ସିଜେନ ସମସ୍ୟା କାରଣରୁ ଡାକ୍ତର ଏବଂ ପର୍ଯ୍ୟଟନ ବିଭାଗର ପରାମର୍ଶକ୍ରମେ ୨ଦିନ ଗୋଟିଏ ହୋଟେଲରେ ବିଶ୍ରାମ ନେଇଥିଲେ। ସେମାନଙ୍କୁ ଡାଏମକ୍ସ ଟାବଲେଟ୍‌ ସେବନ କରିବାକୁ ପଡ଼ିଥିଲା। ଅକ୍ସିଜେନ ସ୍ତର ୫୫ରୁ ୬୫କୁ ଖସିଆସିଥିବାବେଳେ କେତେଜଣଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା।
ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଲଦାଖ, କାର୍‌ଗିଲ, ଡ୍ରାସ୍‌ ସମେତ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ କରି ୯ ତାରିଖ ରାତିରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଶ୍ରୀନଗର, ଜମ୍ମୁ, ପଠାନକୋଟ, ଲୁଧିଆନା, ସୋନେପତ, ପାନିପତ୍‌, ଆଗ୍ରା, ପ୍ରୟାଗରାଜ, ରାଞ୍ଚତ୍, ଚାଇଁବସା, କେନ୍ଦୁଝର ଦେଇ ଜୁନ୍‌ ୧୨ ରାତି ପ୍ରାୟ ୧ଟାରେ ଢେଙ୍କାନାଳରେ ପହଞ୍ଚତ୍ଥିଲେ। ଅନବରତ ଗାଡ଼ି ଚାଳନା, ଘାଟିରାସ୍ତାରେ ଡ୍ରାଇଭିଂ ଚ୍ୟାଲେଞ୍ଜିଂ ଥିଲା। ତେବେ ବର୍ଡର ରୋଡ୍‌ ଅର୍ଗାନାଇଜେଶନ ଫୋର୍ସ ଓ ସାମରିକ ବାହିନୀର ସହଯୋଗ ଭୁଲି ହେବନି। ଏହି ଅଭିଜ୍ଞତା ସମ୍ପୂର୍ଣ୍ଣ ନୂଆ ବୋଲି ଅଭିଯାତ୍ରୀ ଦଳ କହିଛନ୍ତି।

ଅଳ୍ପ ଖାଦ୍ୟ ଖାଉଥିଲେ, ପ୍ରଚୁର ପାଣି ପିଉଥିଲେ

ଲଦାଖ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ। ଚାରିଆଡ଼େ ବରଫ। ବଡ଼ଗଛ ପ୍ରାୟ ନାହିଁ। ଦିନରେ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ରହୁଥିବାବେଳେ ରାତିରେ ମାଇନସ୍‌ ୮ ଡିଗ୍ରୀକୁ ଖସି ଆସୁଥିଲା। ଖାଦ୍ୟ ଉତ୍ପାଦନ କାରଖାନା ନ ଥିବାରୁ ଦରଦାମ ଆକାଶଛୁଅଁା ଥିଲା। ପାଣି ବୋତଲର ଦାମ୍‌ ୫୦ଟଙ୍କା। ଡାକ୍ତରଙ୍କ ପରାମର୍ଶରେ ସେମାନେ ପପ୍‌କର୍ନ, ମିଠା ଚକୋଲେଟ୍‌ ଅଧିକ ଖାଉଥିଲେ। ଅଳ୍ପ ଖାଦ୍ୟ ଏବଂ ପ୍ରଚୁର ପାଣି ପିଇଥିଲେ। ଲଦାଖବାସୀ ପର୍ଯ୍ୟଟକପ୍ରେମୀ। ସେମାନଙ୍କ ବ୍ୟବହାର ବେଶ୍‌ ଭଲ ବୋଲି ଭ୍ରମଣ ଅନୁଭୂତି ବର୍ଣ୍ଣନା କରି ଯାତ୍ରୀମାନେ କହିଛନ୍ତି।

ଝରଣା ପାଣି ଅପରିଷ୍କାର କଲେ ୫୦୦ ଟଙ୍କା ଜରିମାନା

ଲଦାଖ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳବାସୀ ଝରଣା ପାଣି ବ୍ୟବହାର କରନ୍ତି। ତେଣୁ ଏଠାରେ ଝରଣା ପାଣି ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ପାଣି ଅପରିଷ୍କାର କରୁଥିବା ନଜରକୁ ଆସିଲେ ୫୦୦ ଟଙ୍କା ଯାଏ ଜରିମାନା ଗଣିବାକୁ ପଡ଼େ। ଚାଇନା ସୀମାନ୍ତ ପାଙ୍ଗଗନ୍‌ ଲେକ୍‌ରେ କାଚକେନ୍ଦୁ ଭଳି ନୀଳ ଜଳରାଶି ସୁନ୍ଦର। ଏଠାରେ ଭାରତୀୟ ସେନାର ପାଟ୍ରୋଲିଂ ବେଶ୍‌ ଆକର୍ଷଣୀୟ। ଲେକ୍‌ ନିକଟରେ ଇକୋ ଟୁରିଜମ୍‌ ଟେଣ୍ଟ ରହିଛି। ଖାଦ୍ୟ ଏବଂ ରହଣି ବାବଦରେ ୩ଜଣ ପିଛା ଗୋଟିଏ ତମ୍ବୁ ଲାଗି ଦିନକୁ ୪ ହଜାର ଟଙ୍କା।

ଟୁର୍‌ଟୁକ୍‌ରେ ଗୁରୁତର ହୋଇପଡ଼ିଥିଲେ ହିତେଶ

ସମୁଦ୍ର ପତନଠାରୁ ୧୮,୫୦୦ ଫୁଟ୍‌ ଉଚ୍ଚତାରେ ରହିଛି ଭାରତ ସୀମାର ଶେଷ ଗ୍ରାମ ଟୁର୍‌ଟୁକ୍‌। ଏହି ଗ୍ରାମ ପରିଦର୍ଶନ ବେଳେ ହିତେଶଙ୍କ ଅକ୍ସିଜେନ ସ୍ତର ୫୨କୁ ଖସି ଆସିଥିଲା। ଗୁରୁତର ହୋଇପଡ଼ିବାରୁ ମାଇଟି ଚାଙ୍ଗଲା ହସ୍ପିଟାଲରେ ସାମରିକ କର୍ମଚାରୀ ତାଙ୍କର ଚିକିତ୍ସା କରିଥିଲେ। ଅକ୍ସିଜେନ ଦେବା ପରେ ସେ ସୁସ୍ଥ ହୋଇଥିଲେ।

ଉଜ୍ଜୀବିତ ହେଲା କାର୍‌ଗିଲ୍‌ ଯୁଦ୍ଧ ସ୍ମୃତି

ନୁବ୍ରା ଉପତ୍ୟାକା ଭାରତର ଅନ୍ୟତମ ସୁନ୍ଦରତମ ସ୍ଥାନ ଭିତରୁ ଗୋଟିଏ। ଏହାର ନିକଟବର୍ତ୍ତୀ ଖରଦୁଙ୍ଗାଲା ବିଶ୍ୱର ସବୁଠୁ ମୋଟରେବୁଲ ରୋଡ୍‌। ବରଫାବୃତ୍ତ ଅଞ୍ଚଳରେ ଗାଡ଼ି ଚଳାଇବା ସହଜ ନ ଥିଲା। କାରଗିଲ ଡ୍ରାସ୍‌ ସେକ୍ଟରରେ ଅଭିଯାତ୍ରୀ ଦଳ ରାତ୍ରିଯାପନ କରିଥିଲେ। କାରଗିଲରେ ପାଦ ରଖିବା କ୍ଷଣି ଯୁଦ୍ଧ ସ୍ମୃତି ଉଜ୍ଜୀବିତ ହୋଇଗଲା। କାରଗିଲ ଡ୍ରାସ୍‌ ୱାର ମେମୋରିଆଲ ଦେଖିବା ପରେ ସେମାନେ ଭାବବିହ୍ବଳ ହୋଇପଡ଼ିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri