କାର୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୧୯ ।୬: କାର୍‌ରେ ଢେଙ୍କାନାଳରୁ ଲଦାଖ। ଲଦାଖରୁ ପୁଣି ଢେଙ୍କାନାଳ। ମୋଟ ୪,୭୫୦ କିଲୋମିଟରର ଯାତ୍ରା। ବରଫାବୃତ୍ତ ପାହାଡ଼, ସଂକୀର୍ଣ୍ଣ ରାସ୍ତା, ଅକ୍ସିଜେନ ସମସ୍ୟା ମଧ୍ୟରେ ପାଦେ ପାଦେ ମୃତ୍ୟୁର ଭୟ। ଏଭଳି ଏକ ଦୁଃସାହସିକ ଯାତ୍ରା କରି ସୁରକ୍ଷିତ ଭାବେ ବାହୁଡ଼ିଛନ୍ତି ଢେଙ୍କାନାଳ ସହରର ୯ଜଣ ଯାତ୍ରୀ। ଏହି ବିପଦପୂର୍ଣ୍ଣ ଯାତ୍ରା କେତେ ସଂଘର୍ଷପୂର୍ଣ୍ଣ ଥିଲା, ତାହାର ତିକ୍ତ ମଧୁର ଅନୁଭୂତି ବାଣ୍ଟିଛନ୍ତି ସେମାନେ। ଭାରତରେ ଯାହା ଅଛି ସୁଇଜରଲାଣ୍ଡରେ ମଧ୍ୟ ନ ଥିବ। ଆମର ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ପରିବେଶ ଅବର୍ଣ୍ଣନୀୟ ବୋଲି କହିଛନ୍ତି ସମ୍ପୃକ୍ତ ଯାତ୍ରୀ।
ଢେଙ୍କାନାଳ ସହରର ଅମିୟ ଭୂଷଣ ସାହୁ (୪୮)ଙ୍କ ନେତୃତ୍ୱରେ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ (୫୧), ପ୍ରସନ୍ନଜିତ୍‌ ମହାରଣା (୪୧), ରୂପେଶ ପଟ୍ଟନାୟକ (୪୨), କୁମାର ହିତେଶ (୨୯), ଯଶୋବନ୍ତ ସାହୁ (୨୭), ମୁସ୍ତାକ ଆବିଦ ବକ୍ସ (୨୬), ରଣଜିତ୍‌ ବିଶ୍ୱାଳ (୪୪), ନିରଜ କୁମାର ରାଉତ (୪୪) ପ୍ରମୁଖ ୯ଜଣ ଦୁଇଟି କାର୍‌ରେ ଗତ ମେ ୩୧ ଅପରାହ୍ନ ୪ଟାରେ ଲଦାଖ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସୁନ୍ଦରଗଡ଼, ଛତିଶଗଡ଼ର ଅମ୍ବିକାପୁର, ଉତ୍ତରପ୍ରଦେଶର ପ୍ରୟାଗରାଜ, ଆଗ୍ରା, ଗ୍ରେଟର ନଏଡା, କୁରୁକ୍ଷେତ୍ର, ପାନିପତ୍‌, ସୋନେପତ୍‌, ଚଣ୍ଡିଗଡ଼ ଦେଇ ୨ତାରିଖରେ ପହଞ୍ଚତ୍ଥିଲେ ମୋନାଲିରେ। ସେଠାରେ ଇକୋ ଗ୍ରୀନ୍‌ ଫ୍ରି ବାବଦରେ ଜଣ ପିଛା ୪୯୦ଟଙ୍କା ଡିପୋଜିଟ୍‌ କରିଥିଲେ। ଏହାପରେ ରୋହତକ, ଅଟଳ ଟନେଲ, ଲାହାଉଲ୍‌ ଓ ସ୍ପୀତି ଦେଇ ୫ ତାରିଖ ରାତି ୧୨ଟାରେ ପହଞ୍ଚତ୍ଥିଲେ ଲଦାଖରେ। ଅକ୍ସିଜେନ ସମସ୍ୟା କାରଣରୁ ଡାକ୍ତର ଏବଂ ପର୍ଯ୍ୟଟନ ବିଭାଗର ପରାମର୍ଶକ୍ରମେ ୨ଦିନ ଗୋଟିଏ ହୋଟେଲରେ ବିଶ୍ରାମ ନେଇଥିଲେ। ସେମାନଙ୍କୁ ଡାଏମକ୍ସ ଟାବଲେଟ୍‌ ସେବନ କରିବାକୁ ପଡ଼ିଥିଲା। ଅକ୍ସିଜେନ ସ୍ତର ୫୫ରୁ ୬୫କୁ ଖସିଆସିଥିବାବେଳେ କେତେଜଣଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା।
ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଲଦାଖ, କାର୍‌ଗିଲ, ଡ୍ରାସ୍‌ ସମେତ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ କରି ୯ ତାରିଖ ରାତିରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଶ୍ରୀନଗର, ଜମ୍ମୁ, ପଠାନକୋଟ, ଲୁଧିଆନା, ସୋନେପତ, ପାନିପତ୍‌, ଆଗ୍ରା, ପ୍ରୟାଗରାଜ, ରାଞ୍ଚତ୍, ଚାଇଁବସା, କେନ୍ଦୁଝର ଦେଇ ଜୁନ୍‌ ୧୨ ରାତି ପ୍ରାୟ ୧ଟାରେ ଢେଙ୍କାନାଳରେ ପହଞ୍ଚତ୍ଥିଲେ। ଅନବରତ ଗାଡ଼ି ଚାଳନା, ଘାଟିରାସ୍ତାରେ ଡ୍ରାଇଭିଂ ଚ୍ୟାଲେଞ୍ଜିଂ ଥିଲା। ତେବେ ବର୍ଡର ରୋଡ୍‌ ଅର୍ଗାନାଇଜେଶନ ଫୋର୍ସ ଓ ସାମରିକ ବାହିନୀର ସହଯୋଗ ଭୁଲି ହେବନି। ଏହି ଅଭିଜ୍ଞତା ସମ୍ପୂର୍ଣ୍ଣ ନୂଆ ବୋଲି ଅଭିଯାତ୍ରୀ ଦଳ କହିଛନ୍ତି।

ଅଳ୍ପ ଖାଦ୍ୟ ଖାଉଥିଲେ, ପ୍ରଚୁର ପାଣି ପିଉଥିଲେ

ଲଦାଖ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ। ଚାରିଆଡ଼େ ବରଫ। ବଡ଼ଗଛ ପ୍ରାୟ ନାହିଁ। ଦିନରେ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ରହୁଥିବାବେଳେ ରାତିରେ ମାଇନସ୍‌ ୮ ଡିଗ୍ରୀକୁ ଖସି ଆସୁଥିଲା। ଖାଦ୍ୟ ଉତ୍ପାଦନ କାରଖାନା ନ ଥିବାରୁ ଦରଦାମ ଆକାଶଛୁଅଁା ଥିଲା। ପାଣି ବୋତଲର ଦାମ୍‌ ୫୦ଟଙ୍କା। ଡାକ୍ତରଙ୍କ ପରାମର୍ଶରେ ସେମାନେ ପପ୍‌କର୍ନ, ମିଠା ଚକୋଲେଟ୍‌ ଅଧିକ ଖାଉଥିଲେ। ଅଳ୍ପ ଖାଦ୍ୟ ଏବଂ ପ୍ରଚୁର ପାଣି ପିଇଥିଲେ। ଲଦାଖବାସୀ ପର୍ଯ୍ୟଟକପ୍ରେମୀ। ସେମାନଙ୍କ ବ୍ୟବହାର ବେଶ୍‌ ଭଲ ବୋଲି ଭ୍ରମଣ ଅନୁଭୂତି ବର୍ଣ୍ଣନା କରି ଯାତ୍ରୀମାନେ କହିଛନ୍ତି।

ଝରଣା ପାଣି ଅପରିଷ୍କାର କଲେ ୫୦୦ ଟଙ୍କା ଜରିମାନା

ଲଦାଖ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳବାସୀ ଝରଣା ପାଣି ବ୍ୟବହାର କରନ୍ତି। ତେଣୁ ଏଠାରେ ଝରଣା ପାଣି ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ପାଣି ଅପରିଷ୍କାର କରୁଥିବା ନଜରକୁ ଆସିଲେ ୫୦୦ ଟଙ୍କା ଯାଏ ଜରିମାନା ଗଣିବାକୁ ପଡ଼େ। ଚାଇନା ସୀମାନ୍ତ ପାଙ୍ଗଗନ୍‌ ଲେକ୍‌ରେ କାଚକେନ୍ଦୁ ଭଳି ନୀଳ ଜଳରାଶି ସୁନ୍ଦର। ଏଠାରେ ଭାରତୀୟ ସେନାର ପାଟ୍ରୋଲିଂ ବେଶ୍‌ ଆକର୍ଷଣୀୟ। ଲେକ୍‌ ନିକଟରେ ଇକୋ ଟୁରିଜମ୍‌ ଟେଣ୍ଟ ରହିଛି। ଖାଦ୍ୟ ଏବଂ ରହଣି ବାବଦରେ ୩ଜଣ ପିଛା ଗୋଟିଏ ତମ୍ବୁ ଲାଗି ଦିନକୁ ୪ ହଜାର ଟଙ୍କା।

ଟୁର୍‌ଟୁକ୍‌ରେ ଗୁରୁତର ହୋଇପଡ଼ିଥିଲେ ହିତେଶ

ସମୁଦ୍ର ପତନଠାରୁ ୧୮,୫୦୦ ଫୁଟ୍‌ ଉଚ୍ଚତାରେ ରହିଛି ଭାରତ ସୀମାର ଶେଷ ଗ୍ରାମ ଟୁର୍‌ଟୁକ୍‌। ଏହି ଗ୍ରାମ ପରିଦର୍ଶନ ବେଳେ ହିତେଶଙ୍କ ଅକ୍ସିଜେନ ସ୍ତର ୫୨କୁ ଖସି ଆସିଥିଲା। ଗୁରୁତର ହୋଇପଡ଼ିବାରୁ ମାଇଟି ଚାଙ୍ଗଲା ହସ୍ପିଟାଲରେ ସାମରିକ କର୍ମଚାରୀ ତାଙ୍କର ଚିକିତ୍ସା କରିଥିଲେ। ଅକ୍ସିଜେନ ଦେବା ପରେ ସେ ସୁସ୍ଥ ହୋଇଥିଲେ।

ଉଜ୍ଜୀବିତ ହେଲା କାର୍‌ଗିଲ୍‌ ଯୁଦ୍ଧ ସ୍ମୃତି

ନୁବ୍ରା ଉପତ୍ୟାକା ଭାରତର ଅନ୍ୟତମ ସୁନ୍ଦରତମ ସ୍ଥାନ ଭିତରୁ ଗୋଟିଏ। ଏହାର ନିକଟବର୍ତ୍ତୀ ଖରଦୁଙ୍ଗାଲା ବିଶ୍ୱର ସବୁଠୁ ମୋଟରେବୁଲ ରୋଡ୍‌। ବରଫାବୃତ୍ତ ଅଞ୍ଚଳରେ ଗାଡ଼ି ଚଳାଇବା ସହଜ ନ ଥିଲା। କାରଗିଲ ଡ୍ରାସ୍‌ ସେକ୍ଟରରେ ଅଭିଯାତ୍ରୀ ଦଳ ରାତ୍ରିଯାପନ କରିଥିଲେ। କାରଗିଲରେ ପାଦ ରଖିବା କ୍ଷଣି ଯୁଦ୍ଧ ସ୍ମୃତି ଉଜ୍ଜୀବିତ ହୋଇଗଲା। କାରଗିଲ ଡ୍ରାସ୍‌ ୱାର ମେମୋରିଆଲ ଦେଖିବା ପରେ ସେମାନେ ଭାବବିହ୍ବଳ ହୋଇପଡ଼ିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri