ନଗଦ ଟଙ୍କା ଅଭାବ, ଲୋକେ ହଇରାଣ

ସମ୍ବଲପୁର,୧୮ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାକୁ ନେଇ ଜିଲାରେ ୫ଦିନ ହେଲା ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏହାସହ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏଥିଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିିଛି। ବିଶେଷ କରି ନେଟ୍‌ ସେବା ବନ୍ଦ ଯୋଗୁ ଏହାର ପ୍ରଭାବ ବ୍ୟାଙ୍କ ଉପରେ ପଡିଛି। ଲୋକେ ଅନ୍‌ଲାଇନରେ ଟଙ୍କା ନେଣଦେଣ କରୁଥିଲେ। ଏପରି କି ଦୋକାନ ବଜାରରେ ମଧ୍ୟ ଅନ୍‌ଲାଇନରେ କିଣାବିକା ହେଉଥିଲା। ନେଟ୍‌ ସେବା ବନ୍ଦ ହେବା ଫଳରେ ଅନ୍‌ଲାଇନ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ହୋଇଯାଇଛି। ଲୋକେ ନଗଦ ଟଙ୍କା ଉପରେ ଭରସା କରୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇଛି। ଏଥିଯୋଗୁ ଏଟିଏମ୍‌ କାଉଣ୍ଟରରେ ଲମ୍ବା ଲାଇନ୍‌ ଲାଗୁଛି। ହେଲେ ସହରରେ ଥିବା କେତେକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ବାହାରୁ ନାହିଁ। ସର୍ଭର ଡାଉନ ଥିବା ସୂଚନା ଆସୁଛି। ଜିଲାରେ ମୋଟାମୋଟି ଭାବେ ନଗଦ ଟଙ୍କାର ଅଭାବ ଦେଖାଦେଇଛି। ଫଳରେ ଜନସାଧାରଣ ହଇରାଣ ହେଉଛନ୍ତି। ଅନ୍ୟପଟେ ପଥରମାଡ଼ ଓ ପୋଡ଼ାଜଳା ଭଳି ହିଂସା ଘଟଣାରେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରାଯାଇଛି। ଫଳରେ ମୋଟ ଗିରଫ ସଂଖ୍ୟା ୮୫ରେ ପହଞ୍ଚତ୍ଛି। ଆଗକୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ସମୟର ମଧ୍ୟ କୋହଳ କରାଯାଇଛି। ମଙ୍ଗଳବାର ସକାଳ ୭ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩.୩୦ ମିନିଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ ବୋଲି ଜିଲାପାଳ ଅନନ୍ୟା ଦାସ କହିଛନ୍ତି। ସେ ଆହୁରି କହିଥିଲେ, ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ସମସ୍ତ ଦିଗକୁ ନେଇ ଅନୁଧ୍ୟାନ କରାଯାଉଛି। ମଙ୍ଗଳବାର ବିଭିନ୍ନ ପଡାର ୭ ଗୋଟି ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି। ଲୋକମାନଙ୍କ ସହ ମିଶି ସେମାନେ ପରିସ୍ଥିତିରେ ସୁଧାର ଆଣିବା ନେଇ କାମ କରିବେ। ଜିଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସବୁ ଦିଗରେ ପ୍ରଶାସନ ଯତ୍ନବାନ ରହିଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ପାଇଁ ସହରରେ ବାଇକ୍‌ ଶୋଭାଯାତ୍ରା ସମୟରେ ପଥରମାଡ଼ ହୋଇଥିଲା। ଏପ୍ରିଲ ୧୪ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ମଧ୍ୟ ପୋଡ଼ାଜଳା, ଭଙ୍ଗାରୁଜା ଭଳି ଘଟଣା ଘଟିଥିଲା। ଉଭୟ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଉଭୟ ମାମଲାରେ ପୋଲିସ ୮୫ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?