Posted inଜାତୀୟ

ଲାଚିତ ବର୍ଫୁକାନ୍‌: ଭାରତୀୟ ପରାକ୍ରମର ଅବିନଶ୍ୱର ଯୋଦ୍ଧା

୯୮୨ ମସିହାର କଥା ମନେପଡ଼ୁଛି। ସେତେବେଳେ ମୋର ୭ମ। ଇତିହାସ ପୁସ୍ତକରେ ଥିବା ମହାବୀର ଲଚିତ ବର୍ଫୁକାନଙ୍କ ବିଷୟରେ ପଢ଼ିଲା ବେଳେ ତାଙ୍କ ବୀରତ୍ୱର କାହାଣୀ ଜାଣିବାକୁ ପାଇଥିଲି। ତାହା ମୋ ଉପରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଉଚ୍ଚ ଶ୍ରେଣୀର ଇତିହାସ ପୁସ୍ତକ ପଢ଼ିଲି, ସେତେବେଳେ କିଛି ତଫାତ୍‌ ଅନୁଭବ କଲି। ସେଥିରେ ମୋଗଲ ସାମ୍ରାଜ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ଭାରତର ଅନ୍ୟତମ ବୀର ସେନାଧ୍ୟକ୍ଷ ଲାଚିତ ବର୍ଫୁକାନଙ୍କୁ କମ୍‌ ଗୁରୁତ୍ୱ ଦିଆଯାଇଥିଲା। ଲାଚିତ ଉତ୍ତର ପୂର୍ବାଞ୍ଚଳରେ କ୍ରୂର ମୋଗଲ ସାମ୍ରାଜ୍ୟର ସମ୍ପ୍ରସାରଣକୁ ସଫଳତାର ସହ ରୋକିପାରିଥିଲେ। ହେଲେ ଇତିହାସରେ ମୋଗଲଙ୍କ ଗୁଣଗାନ କରାଯାଇ ଆମ ବୀର ନାୟକଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯିବା ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।
ଏହି ପରିପ୍ରେକ୍ଷୀରେ ଆସାମର ଇତିହାସକୁ ଦେଖିଲେ ସେଥିରେ ଦୀର୍ଘବର୍ଷ ଧରି ପିଲାମାନଙ୍କୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି। ମୋର ଆଶଙ୍କାକୁ ଏହା ଅଧିକ ଦୃଢ଼ୀଭୂତ କରିଥିଲା ଯେ, ଯେଉଁ ବୁଦ୍ଧିଜୀବୀମାନେ ସେତେବେଳେ ଇତିହାସ ଲେଖିଥିଲେ ସେଥିରେ ଭାରତର ଉତ୍ତରପୂର୍ବାଞ୍ଚଳ, ଏହାର ଲୋକ ଓ ସଂସ୍କୃତିକୁ ଦୂର ସୀମାନ୍ତର ବୋଲି ଭାବିନେଇଥିଲେ। ଅତଏବ, ଆଜି ଆତ୍ମନିର୍ଭର ଭାରତ ଗର୍ବର ସହ ଲାଚିତ ବର୍ଫୁକାନଙ୍କ ୪୦୦ତମ ଜୟନ୍ତୀ ପାଳନ କରି ତାଙ୍କ ତ୍ୟାଗକୁ ସମ୍ମାନ ଦେଉଛି। ଉଲ୍ଲେଖଯୋଗ୍ୟ, ଲାଚିତ ୨୪ ନଭେମ୍ବର ୧୬୨୨ରେ ଆସାମର ଚାରାଇଦେଓଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ମୋ ପାଇଁ ଗର୍ବର ସମୟ ଆସିଛି ତାଙ୍କ ବୀର ଗାଥା ଭାରତୀୟ ନାଗରିକଙ୍କ ସାମ୍ନାରେ ବଖାଣିବାର।
ମୋଗଲ ଯେତେବେଳେ ଆସାମ ରାଜ୍ୟର କେତେକ ଅଞ୍ଚଳକୁ ଅକ୍ତିଆର କରିଥିଲା, ସେତେବେଳେ ରାଜା ଚକ୍ରଧ୍ୱଜ ସିଂଘା ଅହୋମ ସେନାର କମାଣ୍ଡର-ଇନ୍‌-ଚିଫ୍‌ ଭାବେ ଲାଚିତ ବର୍ଫୁକାନଙ୍କୁ ନିଯୁକ୍ତି ଦେଇଥିଲେ। ରାଜା ଚକ୍ରଧ୍ୱଜ ମୋଗଲଙ୍କୁ ବେଖାତିର କରିଥିଲେ, ଏପରି କି ଔରଙ୍ଗଜେବଙ୍କ ଦ୍ୱାରା ଦିଆଯାଇଥିବା ସମ୍ମାନକୁ ଗ୍ରହଣ କରି ନ ଥିଲେ। ବିଦେଶୀଙ୍କ ବଶତା ସ୍ବୀକାର କରିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ଧରି ନେଇଥିଲେ। ୧୬୬୫ରେ ନିଜ ମନ୍ତ୍ରୀଙ୍କ ସହ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରାଜା କହିଥିଲେ, ”ମୁଁ କଦାପି ବିଦେଶୀଙ୍କ ଅନୁଗତ ହୋଇପାରିବି ନାହିଁ। ସ୍ବର୍ଗୀୟ ରାଜାଙ୍କ ଦାୟାଦ ଭାବେ ଦୁଃସ୍ଥ ବିଦେଶୀଙ୍କୁ କେବେହେଲେ ସମ୍ମାନ ଦେଇପାରିବି ନାହିଁ“। ସେତିକିବେଳେ ଆସାମରୁ ମୋଗଲମାନଙ୍କୁ ବିତାଡ଼ିତ କରିବା ଲାଗି ଲାଚିତ ବର୍ଫୁକାନ ବଜ୍ର ଶପଥ ନେଇଥିଲେ।
ସେହି ସମୟରେ ହତାଶ ହୋଇପଡ଼ିଥିବା ଅହୋମ୍‌ ସୈନ୍ୟମାନେ ଏଭଳି ଜଣେ ସେନାଧ୍ୟକ୍ଷଙ୍କୁ ଚାହୁଁଥିଲେ, ଯିଏ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ଆଗକୁ ଯିବା ଲାଗି ମାର୍ଗ ଦେଖାଇପାରିବେ। ଏଭଳି ଏକ ଅନ୍ଧକାର ସମୟରେ ଲାଚିତ ହିଁ ସେମାନଙ୍କ ପାଇଁ ଆଶାର କିରଣ ପାଲଟିଥିଲେ ଓ ଦେଶଭକ୍ତିର ଅନନ୍ୟ ନିଦର୍ଶନ ଦେଖାଇଥିଲେ। ମୋଗଲମାନଙ୍କୁ ଧରାଶାୟୀ କରିଦେବା ଲାଗି ସମଗ୍ର ସେନା ଭିତରେ ଅଫୁରନ୍ତ ସାହସ ଭରିଦେଇଥିଲେ। ସ୍ବଳ୍ପ ସମ୍ବଳ, କମ୍‌ ମାନବସମ୍ବଳ, ଅଣପ୍ରଶିକ୍ଷିତ ସୈନ୍ୟଙ୍କୁ ଧରି ଲାଚିତ ୧୬୭୧ ଐତିହାସିକ ସରାଇଘାଟ ଯୁଦ୍ଧରେ ରାମ ସିଂହଙ୍କ ନେତୃତ୍ୱରେ ଯୁଦ୍ଧ ଲଢୁଥିବା ଦୁର୍ଜୟ ମୋଗଲ ସେନାକୁ ପରାସ୍ତ କରି ଦେଇଥିଲେ। ଏହା କେବଳ ସମ୍ଭବ ହୋଇଥିଲା ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ଲାଚିତଙ୍କ ନ୍ୟାୟସଙ୍ଗତ ଭାବେ ସେନାକୁ ପରିଚାଳନା କରିବାର ଦକ୍ଷତା ଦ୍ୱାରା। ନିଜ ଭୂଖଣ୍ଡକୁ ମୁକ୍ତ କରିବା ଲାଗି ସେ ‘କର ବା ମର’ ଲକ୍ଷ୍ୟ ନେଇ ଆଗେଇବାରୁ ବିଜୟ ସହଜସାଧ୍ୟ ହୋଇପାରିଥିଲା।
ଯୁଦ୍ଧରେ ଲାଚିତ ଏମିତି ରଣକୌଶଳ ଆପଣାଇଥିଲେ, ଯେଉଁଥିରେ ଲଢ଼େଇ ଭୂମିରୁନଦୀମୁହଁା ହୋଇଥିଲା। ସମ୍ଭବତଃ ଲାଚିତ ହେଉଛନ୍ତି ବିଶ୍ୱର ଏକମାତ୍ର ସେନାଧ୍ୟକ୍ଷ, ଯାହାଙ୍କ ସେନା ସମୁଦ୍ରରେ ଯୁଦ୍ଧ କରିବାରେ ପାରଙ୍ଗମ ନ ଥିଲେ ମଧ୍ୟ ସେ ଏକ ସୁସଙ୍ଗଠିତ ନୌସେନା ଗଠନ କରିପାରିଥିଲେ। ଅନ୍ୟପକ୍ଷରେ ମୋଗଲମାନେ ଜଳଯୁଦ୍ଧରେ ନିପୁଣ ନ ଥିଲେ। ଲାଚିତ ବ୍ରହ୍ମପୁତ୍ରର ପ୍ରଖର ସ୍ରୋତରୁ ରକ୍ଷା ପାଇବା ଲାଗି କୌଶଳକ୍ରମେ ଗୌହାଟୀର ଦିଘାଲିପୁଖୁରିକୁ ପୋତାଶ୍ରୟ କରି ସେଥିରେ ଯୁଦ୍ଧନାବଗୁଡ଼ିକୁ ଲୁଚାଇ ରଖିଥିଲେ। ମୋଗଲଙ୍କୁ ପ୍ରତିହତ କରିବା ଲାଗି କମାଣଭର୍ତ୍ତି ଯୁଦ୍ଧନାବକୁ ସେ ସଜାଗ କରି ରଖିଥିଲେ।
ଏହି ବୀରତ୍ୱ ପ୍ରଦର୍ଶନ ଲାଚିତଙ୍କୁ ଜାତୀୟ ନାୟକର ପ୍ରତୀକ ଭାବେ ଉଭା କରାଇଛି। ଭାରତର ଇତିହାସରେ ସେ ତାଙ୍କ ନାମକୁ ଖୋଦେଇ କରିଦେଇଛନ୍ତି। ‘ସରାଇଘାଟ’ ସଂଘର୍ଷ କେବଳ ଐତିହାସିକ ଯୁଦ୍ଧ ନ ଥିଲା, ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ପରିଚୟ ଓ ସଭ୍ୟତାର ଗୌରବକୁ ଫେରାଇ ଆଣିବା ଲାଗି ମୋଗଲଙ୍କ ବିରୋଧରେ ଥିଲା ଏକ ନିର୍ଣ୍ଣାୟକ ଲଢ଼େଇ। ବିଦେଶୀ ଲୁଣ୍ଠନକାରୀଙ୍କ ବିରୋଧରେ ଯୁଦ୍ଧ ଜୟ କରିଥିବା ରାଣାପ୍ରତାପ, ଶିବାଜୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀରେ ଭରପୂର ଭାରତୀୟ ଇତିହାସ। ସେହି ବୀରଯୋଦ୍ଧାମାନଙ୍କ ଇତିହାସ ବ୍ରିଟିଶ୍‌ ଔପନିବେଶବାଦୀଙ୍କ ଶାସନ ବିରୋଧରେ ଲଢ଼ିବା ଲାଗି ଭାରତୀୟଙ୍କ ମଧ୍ୟରେ ଉନ୍ମାଦନା ଜଗାଇଥିଲା।
ଇତିହାସରୁ ଜଣାପଡ଼େ ଯେ, ସରାଇଘାଟ ଯୁଦ୍ଧ ବେଳେ ଲାଚିତଙ୍କ ସ୍ବାସ୍ଥ୍ୟ ଏତେ କ୍ଷୀଣ ହୋଇଯାଇଥିଲା ଯେ, ତାଙ୍କୁ ଯୁଦ୍ଧକ୍ଷେତ୍ରରୁ ଯିବା ଲାଗି ପ୍ରବର୍ତ୍ତା ଯାଇଥିଲା। କିନ୍ତୁ ସେ ଅନୁଭବ କରିଥିଲେ, ତାଙ୍କ ଅନୁପସ୍ଥିତି ସେନାର ମନୋବଳକୁ ଭାଙ୍ଗିଦେବ। ସେ ସେତେବେଳେ କହିଥିଲେ, ‘ଯେତେବେଳେ ମୋ ଦେଶବାସୀ ଆକ୍ରମଣକାରୀଙ୍କ ଦ୍ୱାରା କ୍ଷତାକ୍ତ ହେଉଛନ୍ତି, ମୋ ସେନା ଯୁଦ୍ଧ କରୁଛି ଏବଂ ସେମାନେ ଜୀବନକୁ ତ୍ୟାଗ କରୁଛନ୍ତି; ସେତେବେଳେ କେବଳ ଅସୁସ୍ଥତାକୁ ନେଇ କିଭଳି ବିଶ୍ରାମ ନେଇପାରିବି? ଯେତେବେଳେ ମୋ ଦେଶ ସମ୍ପୂର୍ଣ୍ଣ ବିପଦରେ ପଡ଼ିଛି, ସେତେବେଳେ ମୋ ସ୍ତ୍ରୀ ଓ ପିଲାଙ୍କ ପାଖକୁ ଫେରିଯିବି?’ ଏଭଳି ଚିନ୍ତା କରୁଥିବା ବର୍ଫୁକନ ହିଁ ଦେଶମାତୃକାକୁ ଭଲ ପାଇବାକୁ ଯାଇ ମୃତ୍ୟୁ ଲଭିବାକୁ ପଛଘୁଞ୍ଚା ଦେଇ ନ ଥିଲେ।
ଭାରତମାତା ପାଇଁ ନିଃସର୍ତ୍ତ ଭଲ ପାଇପାରୁଥିବା ଲାଚିତ ବର୍ଫୁକାନଙ୍କ ଜୀବନକାହାଣୀ ମୋ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଦେଶ ପ୍ରଥମ ଏବଂ ବ୍ୟକ୍ତିଗତ ଜୀବନ ଓ ପରିବାର ତା’ ପରେ। ଏଭଳି ଦର୍ଶନ ମଣିଷ ମନରେ ଅବଦମିତ ସାହସ ସୃଷ୍ଟି କରିଥାଏ।
ଆସାମ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦୋଛକିରେ। ଦେଶରେ ଯୁବ ଜନସଂଖ୍ୟାରେ ଆମ ରାଜ୍ୟ ଅନ୍ୟତମ ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରାଇଘାଟ ଭଳି ଅନେକ ଯୁଦ୍ଧ ଲଢ଼ି ବୃହତ୍‌ ପରିବର୍ତ୍ତନ ଆଣିବାର ସମୟ ଆସିଛି। ମୌଳବାଦ, ଇସ୍‌ଲାମୀୟ ଆତଙ୍କବାଦ, ନିଶାଦ୍ରବ୍ୟର କୁପ୍ରଭାବ, ଜନସାଂଖି୍ୟକ ପରିବର୍ତ୍ତନ, ବେଆଇନ ଅପ୍ରବାସ ଭଳି ବହୁ ଯୁଦ୍ଧ ଜିତିବାର ଅଛି। ବିଜୟ ଲାଭ କରିବା ଲାଗି ଆମେ ଅନେକ ଲାଚିତ ବର୍ଫୁକାନଙ୍କ ଆବଶ୍ୟକ କରୁଛୁ। ମୋର ଆତ୍ମବିଶ୍ୱାସ ରହିଛି ଯେ, ଏହି ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କଠାରୁ ସେଭଳି ଯୋଦ୍ଧା ଉତୁରି ଆସିବେ। ଭାରତର ଅନ୍ୟତମ ମହାନ୍‌ ସେନାଧ୍ୟକ୍ଷଙ୍କ ଜୟନ୍ତୀ ଉତ୍ସବ ପାଳନ କରିବା ମାଧ୍ୟମରେ ଆମେ ଆମ ଜାତୀୟତାବାଦକୁ ଉଜ୍ଜୀବିତ କରିବା ସହ ଭବିଷ୍ୟତ ବଂଶଧରଙ୍କ ମଧ୍ୟରେ ଅସୀମ ସାହସ ସୃଷ୍ଟି କରିପାରିବା ଏବଂ ତାହାହିଁ ଏକ ନୂଆ ଭାରତ ଗଢ଼ିବା ଦିଗରେ ସହାୟକ ହୋଇପାରିବ।
(ଲେଖକ ଆସାମର ମୁଖ୍ୟମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ମିଠା-ଆମ୍ବ ଖାଉଛନ୍ତି କେଜରିଓ୍ବାଲ, କାହିଁକି କୋର୍ଟଙ୍କୁ ଏମିତି କହିଲେ ଇଡି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁମତି ମାଗିଥିବା ଆବେଦନ ଉପରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ...

ନିର୍ବାଚନ ପ୍ରଚାର ଛାଡି ଏହି ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରିବାକୁ ଗଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚରମ ସୀମାରେ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri