Posted inଜାତୀୟ

ଲାଚିତ ବର୍ଫୁକାନ୍‌: ଭାରତୀୟ ପରାକ୍ରମର ଅବିନଶ୍ୱର ଯୋଦ୍ଧା

୯୮୨ ମସିହାର କଥା ମନେପଡ଼ୁଛି। ସେତେବେଳେ ମୋର ୭ମ। ଇତିହାସ ପୁସ୍ତକରେ ଥିବା ମହାବୀର ଲଚିତ ବର୍ଫୁକାନଙ୍କ ବିଷୟରେ ପଢ଼ିଲା ବେଳେ ତାଙ୍କ ବୀରତ୍ୱର କାହାଣୀ ଜାଣିବାକୁ ପାଇଥିଲି। ତାହା ମୋ ଉପରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଉଚ୍ଚ ଶ୍ରେଣୀର ଇତିହାସ ପୁସ୍ତକ ପଢ଼ିଲି, ସେତେବେଳେ କିଛି ତଫାତ୍‌ ଅନୁଭବ କଲି। ସେଥିରେ ମୋଗଲ ସାମ୍ରାଜ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ଭାରତର ଅନ୍ୟତମ ବୀର ସେନାଧ୍ୟକ୍ଷ ଲାଚିତ ବର୍ଫୁକାନଙ୍କୁ କମ୍‌ ଗୁରୁତ୍ୱ ଦିଆଯାଇଥିଲା। ଲାଚିତ ଉତ୍ତର ପୂର୍ବାଞ୍ଚଳରେ କ୍ରୂର ମୋଗଲ ସାମ୍ରାଜ୍ୟର ସମ୍ପ୍ରସାରଣକୁ ସଫଳତାର ସହ ରୋକିପାରିଥିଲେ। ହେଲେ ଇତିହାସରେ ମୋଗଲଙ୍କ ଗୁଣଗାନ କରାଯାଇ ଆମ ବୀର ନାୟକଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯିବା ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।
ଏହି ପରିପ୍ରେକ୍ଷୀରେ ଆସାମର ଇତିହାସକୁ ଦେଖିଲେ ସେଥିରେ ଦୀର୍ଘବର୍ଷ ଧରି ପିଲାମାନଙ୍କୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି। ମୋର ଆଶଙ୍କାକୁ ଏହା ଅଧିକ ଦୃଢ଼ୀଭୂତ କରିଥିଲା ଯେ, ଯେଉଁ ବୁଦ୍ଧିଜୀବୀମାନେ ସେତେବେଳେ ଇତିହାସ ଲେଖିଥିଲେ ସେଥିରେ ଭାରତର ଉତ୍ତରପୂର୍ବାଞ୍ଚଳ, ଏହାର ଲୋକ ଓ ସଂସ୍କୃତିକୁ ଦୂର ସୀମାନ୍ତର ବୋଲି ଭାବିନେଇଥିଲେ। ଅତଏବ, ଆଜି ଆତ୍ମନିର୍ଭର ଭାରତ ଗର୍ବର ସହ ଲାଚିତ ବର୍ଫୁକାନଙ୍କ ୪୦୦ତମ ଜୟନ୍ତୀ ପାଳନ କରି ତାଙ୍କ ତ୍ୟାଗକୁ ସମ୍ମାନ ଦେଉଛି। ଉଲ୍ଲେଖଯୋଗ୍ୟ, ଲାଚିତ ୨୪ ନଭେମ୍ବର ୧୬୨୨ରେ ଆସାମର ଚାରାଇଦେଓଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ମୋ ପାଇଁ ଗର୍ବର ସମୟ ଆସିଛି ତାଙ୍କ ବୀର ଗାଥା ଭାରତୀୟ ନାଗରିକଙ୍କ ସାମ୍ନାରେ ବଖାଣିବାର।
ମୋଗଲ ଯେତେବେଳେ ଆସାମ ରାଜ୍ୟର କେତେକ ଅଞ୍ଚଳକୁ ଅକ୍ତିଆର କରିଥିଲା, ସେତେବେଳେ ରାଜା ଚକ୍ରଧ୍ୱଜ ସିଂଘା ଅହୋମ ସେନାର କମାଣ୍ଡର-ଇନ୍‌-ଚିଫ୍‌ ଭାବେ ଲାଚିତ ବର୍ଫୁକାନଙ୍କୁ ନିଯୁକ୍ତି ଦେଇଥିଲେ। ରାଜା ଚକ୍ରଧ୍ୱଜ ମୋଗଲଙ୍କୁ ବେଖାତିର କରିଥିଲେ, ଏପରି କି ଔରଙ୍ଗଜେବଙ୍କ ଦ୍ୱାରା ଦିଆଯାଇଥିବା ସମ୍ମାନକୁ ଗ୍ରହଣ କରି ନ ଥିଲେ। ବିଦେଶୀଙ୍କ ବଶତା ସ୍ବୀକାର କରିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ଧରି ନେଇଥିଲେ। ୧୬୬୫ରେ ନିଜ ମନ୍ତ୍ରୀଙ୍କ ସହ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରାଜା କହିଥିଲେ, ”ମୁଁ କଦାପି ବିଦେଶୀଙ୍କ ଅନୁଗତ ହୋଇପାରିବି ନାହିଁ। ସ୍ବର୍ଗୀୟ ରାଜାଙ୍କ ଦାୟାଦ ଭାବେ ଦୁଃସ୍ଥ ବିଦେଶୀଙ୍କୁ କେବେହେଲେ ସମ୍ମାନ ଦେଇପାରିବି ନାହିଁ“। ସେତିକିବେଳେ ଆସାମରୁ ମୋଗଲମାନଙ୍କୁ ବିତାଡ଼ିତ କରିବା ଲାଗି ଲାଚିତ ବର୍ଫୁକାନ ବଜ୍ର ଶପଥ ନେଇଥିଲେ।
ସେହି ସମୟରେ ହତାଶ ହୋଇପଡ଼ିଥିବା ଅହୋମ୍‌ ସୈନ୍ୟମାନେ ଏଭଳି ଜଣେ ସେନାଧ୍ୟକ୍ଷଙ୍କୁ ଚାହୁଁଥିଲେ, ଯିଏ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ଆଗକୁ ଯିବା ଲାଗି ମାର୍ଗ ଦେଖାଇପାରିବେ। ଏଭଳି ଏକ ଅନ୍ଧକାର ସମୟରେ ଲାଚିତ ହିଁ ସେମାନଙ୍କ ପାଇଁ ଆଶାର କିରଣ ପାଲଟିଥିଲେ ଓ ଦେଶଭକ୍ତିର ଅନନ୍ୟ ନିଦର୍ଶନ ଦେଖାଇଥିଲେ। ମୋଗଲମାନଙ୍କୁ ଧରାଶାୟୀ କରିଦେବା ଲାଗି ସମଗ୍ର ସେନା ଭିତରେ ଅଫୁରନ୍ତ ସାହସ ଭରିଦେଇଥିଲେ। ସ୍ବଳ୍ପ ସମ୍ବଳ, କମ୍‌ ମାନବସମ୍ବଳ, ଅଣପ୍ରଶିକ୍ଷିତ ସୈନ୍ୟଙ୍କୁ ଧରି ଲାଚିତ ୧୬୭୧ ଐତିହାସିକ ସରାଇଘାଟ ଯୁଦ୍ଧରେ ରାମ ସିଂହଙ୍କ ନେତୃତ୍ୱରେ ଯୁଦ୍ଧ ଲଢୁଥିବା ଦୁର୍ଜୟ ମୋଗଲ ସେନାକୁ ପରାସ୍ତ କରି ଦେଇଥିଲେ। ଏହା କେବଳ ସମ୍ଭବ ହୋଇଥିଲା ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ଲାଚିତଙ୍କ ନ୍ୟାୟସଙ୍ଗତ ଭାବେ ସେନାକୁ ପରିଚାଳନା କରିବାର ଦକ୍ଷତା ଦ୍ୱାରା। ନିଜ ଭୂଖଣ୍ଡକୁ ମୁକ୍ତ କରିବା ଲାଗି ସେ ‘କର ବା ମର’ ଲକ୍ଷ୍ୟ ନେଇ ଆଗେଇବାରୁ ବିଜୟ ସହଜସାଧ୍ୟ ହୋଇପାରିଥିଲା।
ଯୁଦ୍ଧରେ ଲାଚିତ ଏମିତି ରଣକୌଶଳ ଆପଣାଇଥିଲେ, ଯେଉଁଥିରେ ଲଢ଼େଇ ଭୂମିରୁନଦୀମୁହଁା ହୋଇଥିଲା। ସମ୍ଭବତଃ ଲାଚିତ ହେଉଛନ୍ତି ବିଶ୍ୱର ଏକମାତ୍ର ସେନାଧ୍ୟକ୍ଷ, ଯାହାଙ୍କ ସେନା ସମୁଦ୍ରରେ ଯୁଦ୍ଧ କରିବାରେ ପାରଙ୍ଗମ ନ ଥିଲେ ମଧ୍ୟ ସେ ଏକ ସୁସଙ୍ଗଠିତ ନୌସେନା ଗଠନ କରିପାରିଥିଲେ। ଅନ୍ୟପକ୍ଷରେ ମୋଗଲମାନେ ଜଳଯୁଦ୍ଧରେ ନିପୁଣ ନ ଥିଲେ। ଲାଚିତ ବ୍ରହ୍ମପୁତ୍ରର ପ୍ରଖର ସ୍ରୋତରୁ ରକ୍ଷା ପାଇବା ଲାଗି କୌଶଳକ୍ରମେ ଗୌହାଟୀର ଦିଘାଲିପୁଖୁରିକୁ ପୋତାଶ୍ରୟ କରି ସେଥିରେ ଯୁଦ୍ଧନାବଗୁଡ଼ିକୁ ଲୁଚାଇ ରଖିଥିଲେ। ମୋଗଲଙ୍କୁ ପ୍ରତିହତ କରିବା ଲାଗି କମାଣଭର୍ତ୍ତି ଯୁଦ୍ଧନାବକୁ ସେ ସଜାଗ କରି ରଖିଥିଲେ।
ଏହି ବୀରତ୍ୱ ପ୍ରଦର୍ଶନ ଲାଚିତଙ୍କୁ ଜାତୀୟ ନାୟକର ପ୍ରତୀକ ଭାବେ ଉଭା କରାଇଛି। ଭାରତର ଇତିହାସରେ ସେ ତାଙ୍କ ନାମକୁ ଖୋଦେଇ କରିଦେଇଛନ୍ତି। ‘ସରାଇଘାଟ’ ସଂଘର୍ଷ କେବଳ ଐତିହାସିକ ଯୁଦ୍ଧ ନ ଥିଲା, ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ପରିଚୟ ଓ ସଭ୍ୟତାର ଗୌରବକୁ ଫେରାଇ ଆଣିବା ଲାଗି ମୋଗଲଙ୍କ ବିରୋଧରେ ଥିଲା ଏକ ନିର୍ଣ୍ଣାୟକ ଲଢ଼େଇ। ବିଦେଶୀ ଲୁଣ୍ଠନକାରୀଙ୍କ ବିରୋଧରେ ଯୁଦ୍ଧ ଜୟ କରିଥିବା ରାଣାପ୍ରତାପ, ଶିବାଜୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀରେ ଭରପୂର ଭାରତୀୟ ଇତିହାସ। ସେହି ବୀରଯୋଦ୍ଧାମାନଙ୍କ ଇତିହାସ ବ୍ରିଟିଶ୍‌ ଔପନିବେଶବାଦୀଙ୍କ ଶାସନ ବିରୋଧରେ ଲଢ଼ିବା ଲାଗି ଭାରତୀୟଙ୍କ ମଧ୍ୟରେ ଉନ୍ମାଦନା ଜଗାଇଥିଲା।
ଇତିହାସରୁ ଜଣାପଡ଼େ ଯେ, ସରାଇଘାଟ ଯୁଦ୍ଧ ବେଳେ ଲାଚିତଙ୍କ ସ୍ବାସ୍ଥ୍ୟ ଏତେ କ୍ଷୀଣ ହୋଇଯାଇଥିଲା ଯେ, ତାଙ୍କୁ ଯୁଦ୍ଧକ୍ଷେତ୍ରରୁ ଯିବା ଲାଗି ପ୍ରବର୍ତ୍ତା ଯାଇଥିଲା। କିନ୍ତୁ ସେ ଅନୁଭବ କରିଥିଲେ, ତାଙ୍କ ଅନୁପସ୍ଥିତି ସେନାର ମନୋବଳକୁ ଭାଙ୍ଗିଦେବ। ସେ ସେତେବେଳେ କହିଥିଲେ, ‘ଯେତେବେଳେ ମୋ ଦେଶବାସୀ ଆକ୍ରମଣକାରୀଙ୍କ ଦ୍ୱାରା କ୍ଷତାକ୍ତ ହେଉଛନ୍ତି, ମୋ ସେନା ଯୁଦ୍ଧ କରୁଛି ଏବଂ ସେମାନେ ଜୀବନକୁ ତ୍ୟାଗ କରୁଛନ୍ତି; ସେତେବେଳେ କେବଳ ଅସୁସ୍ଥତାକୁ ନେଇ କିଭଳି ବିଶ୍ରାମ ନେଇପାରିବି? ଯେତେବେଳେ ମୋ ଦେଶ ସମ୍ପୂର୍ଣ୍ଣ ବିପଦରେ ପଡ଼ିଛି, ସେତେବେଳେ ମୋ ସ୍ତ୍ରୀ ଓ ପିଲାଙ୍କ ପାଖକୁ ଫେରିଯିବି?’ ଏଭଳି ଚିନ୍ତା କରୁଥିବା ବର୍ଫୁକନ ହିଁ ଦେଶମାତୃକାକୁ ଭଲ ପାଇବାକୁ ଯାଇ ମୃତ୍ୟୁ ଲଭିବାକୁ ପଛଘୁଞ୍ଚା ଦେଇ ନ ଥିଲେ।
ଭାରତମାତା ପାଇଁ ନିଃସର୍ତ୍ତ ଭଲ ପାଇପାରୁଥିବା ଲାଚିତ ବର୍ଫୁକାନଙ୍କ ଜୀବନକାହାଣୀ ମୋ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଦେଶ ପ୍ରଥମ ଏବଂ ବ୍ୟକ୍ତିଗତ ଜୀବନ ଓ ପରିବାର ତା’ ପରେ। ଏଭଳି ଦର୍ଶନ ମଣିଷ ମନରେ ଅବଦମିତ ସାହସ ସୃଷ୍ଟି କରିଥାଏ।
ଆସାମ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦୋଛକିରେ। ଦେଶରେ ଯୁବ ଜନସଂଖ୍ୟାରେ ଆମ ରାଜ୍ୟ ଅନ୍ୟତମ ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରାଇଘାଟ ଭଳି ଅନେକ ଯୁଦ୍ଧ ଲଢ଼ି ବୃହତ୍‌ ପରିବର୍ତ୍ତନ ଆଣିବାର ସମୟ ଆସିଛି। ମୌଳବାଦ, ଇସ୍‌ଲାମୀୟ ଆତଙ୍କବାଦ, ନିଶାଦ୍ରବ୍ୟର କୁପ୍ରଭାବ, ଜନସାଂଖି୍ୟକ ପରିବର୍ତ୍ତନ, ବେଆଇନ ଅପ୍ରବାସ ଭଳି ବହୁ ଯୁଦ୍ଧ ଜିତିବାର ଅଛି। ବିଜୟ ଲାଭ କରିବା ଲାଗି ଆମେ ଅନେକ ଲାଚିତ ବର୍ଫୁକାନଙ୍କ ଆବଶ୍ୟକ କରୁଛୁ। ମୋର ଆତ୍ମବିଶ୍ୱାସ ରହିଛି ଯେ, ଏହି ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କଠାରୁ ସେଭଳି ଯୋଦ୍ଧା ଉତୁରି ଆସିବେ। ଭାରତର ଅନ୍ୟତମ ମହାନ୍‌ ସେନାଧ୍ୟକ୍ଷଙ୍କ ଜୟନ୍ତୀ ଉତ୍ସବ ପାଳନ କରିବା ମାଧ୍ୟମରେ ଆମେ ଆମ ଜାତୀୟତାବାଦକୁ ଉଜ୍ଜୀବିତ କରିବା ସହ ଭବିଷ୍ୟତ ବଂଶଧରଙ୍କ ମଧ୍ୟରେ ଅସୀମ ସାହସ ସୃଷ୍ଟି କରିପାରିବା ଏବଂ ତାହାହିଁ ଏକ ନୂଆ ଭାରତ ଗଢ଼ିବା ଦିଗରେ ସହାୟକ ହୋଇପାରିବ।
(ଲେଖକ ଆସାମର ମୁଖ୍ୟମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?