ଲା-ନିନା ପ୍ରଭାବ: ସେପ୍ଟେମ୍ବରରେ ପ୍ରବଳ ବର୍ଷିବ

 

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବ। ରାଜ୍ୟର ସେପ୍ଟେମ୍ବର ମାସରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପ୍ରଶାନ୍ତ ମହାସାଗରରେ ଶରତ ଋତୁରେ ଲା-ନିନା ସୃଷ୍ଟି ହେବ ବୋଲି ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ ଅନୁମାନ କରିଛି। ଶୀତଋତୁ ପର୍ଯ୍ୟନ୍ତ ଲା-ନିନାର ପ୍ରଭାବ ୫୦ରୁ ୫୫ ପ୍ରତିଶତ ରହିବା ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଇଛି। ବର୍ତ୍ତମାନ ଏଲ୍‌ ନିନ୍ୟୋ ପ୍ରଶାନ୍ତ ମହାସାଗରରେ ବିଷୁବ ରେଖାରେ ସୁପ୍ତ ଅବସ୍ଥାରେ ରହିଛି। ଏହାର ପ୍ରଭାବ ଜଳଭାଗ ଉପରେ ପଡୁନାହିଁ। ଗତ ୪ ସପ୍ତାହ ହେବ ବିଷୁବ ରେଖା ନିକଟ ଅନ୍ତର୍ଜାତୀୟ ଡେଡ୍‌ ଲାଇନ ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗର ସମୁଦ୍ର ଜଳ ପୂର୍ବ ଭାଗ ସ୍ବାଭାବିକ ତାପମାତ୍ରାଠାରୁ କମ୍‌ ରହିଛି। ଅନ୍ତର୍ଜାତୀୟ ଡେଡ୍‌ ଲାଇନ ହେଉଛି ଭୂପୃଷ୍ଠର ଏକ କାଳ୍ପନିକ ରେଖା। ଲା-ନିନା ଜଳ ଭାଗକୁ ଥଣ୍ଡା ରଖିବାରେ ସହାୟକ ହୋଇଥିବା ବେଳେ ଏଲ ନିନ୍ୟୋ ଜଳର ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏ। ଲା-ନିନା ଯୋଗୁ ସମୁଦ୍ରର ଉପରି ଭାଗ ଜଳର ତାପମାତ୍ରା ବୃଦ୍ଧି ହୋଇ ନ ଥାଏ। ଏହାଦ୍ୱାରା ଭୂମଧ୍ୟ ସାଗରୀୟ ବାୟୁ ପ୍ରବାହ ହୋଇଥାଏ, ଯାହା କି ମୌସୁମୀକୁ ସ୍ବାଭାବିକ କରିବାରେ ବିଶେଷ ସହାୟକ ହୋଇଥାଏ। ମାତ୍ର ଏଲ ନିନ୍ୟୋ ବାୟୁ ପ୍ରବାହ ଗତିକୁ ଧିମା କରିବା ସହିତ ଜଳଭାଗକୁ ଉତ୍ତପ୍ତ କରିବାରେ ସାହାଯ୍ୟ କରିଥାଏ, ଯାହା କି ବିଶ୍ୱ ଜଳବାୟୁ ଉପରେ ଏହାର କୁପ୍ରଭାବ ପକାଇଥାଏ। ବିଶେଷ କରି ଆଫ୍ରିକା, ଭାରତ ଏବଂ ଉତ୍ତର ଆମେରିକୀୟ ଦେଶଗୁଡିକର ମୌସୁମୀ ପ୍ରଭାବିତ ହୋଇଥାଏ। ଏଲ ନିନ୍ୟୋର ପ୍ରଭାବ ଯୋଗୁ ଭାରତରେ ମୌସୁମୀ ପ୍ରଭାବିତ ହୋଇଥିବାରୁ ସ୍ବଳ୍ପ ବୃଷ୍ଟି ହେବା ସହ କେତେକ ଅଞ୍ଚଳରେ ବେଳେ ବେଳେ ମରୁଡି ଦେଖା ଦେଇଥାଏ। ଲା-ନିନା ଦେଖାଦେଲେ ଭାରତରେ ମୌସୁମୀ ବର୍ଷା ଅଧିକ ହେବା ସହ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ଥାଏ। ଚଳିତବର୍ଷ ଲା-ନିନା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବତନ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି ଯେ, ଉତ୍ତର ପୂର୍ବ ଦିଗ ଅର୍ଥାତ୍‌ ରାଜସ୍ଥାନ ପଟରୁ ସେପ୍ଟେମ୍ବର ୧୫ ସୁଦ୍ଧା ମୌସୁମୀ ଅପସାରଣ ଆରମ୍ଭ ହୋଇଥାଏ। ଓଡ଼ିଶାରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଘୋଷଣା କରାଯାଇଥାଏ। ତେବେ ଚଳିତବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟକୁ ଜୁନ ୧୧ରେ ଦକ୍ଷିଣ ମୌସୁମୀ ପ୍ରବେଶ କରିଥିଲା। ଜୁନରେ କିଛିଟା ବର୍ଷା ହୋଇଥିଲା। ଜୁଲାଇରେ ପୂରା ଉଭାନ ହୋଇଗଲା। ଅଧାରୁ ଅଧିକ ଜିଲାରେ ମରୁଡି ଆଶଙ୍କା ଦେଖାଦେଲା। ତେବେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଦୁଇରୁ ୩ଟି ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ଅଭାବ କିଛି ମାତ୍ରାରେ ପୂରଣ ହୋଇଛି। ଏବେ ବି ୫ଟି ଜିଲାରେ ସ୍ବାଭାବିକ ସ୍ଥିତି ଫେରି ନାହିଁ। ଜୁନ୍‌ ପହିଲାରୁ ଜୁଲାଇ ୧୭ ତାରିଖ ମଧ୍ୟରେ ବାଲେଶ୍ୱରରେ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧା ୨୭, ମୟୂରଭଞ୍ଜ ୨୨, ନବରଙ୍ଗପୁର ୨୦, ପୁରୀ ୨୪ ଏବଂ ବାଲେଶ୍ୱରରେ ସ୍ବାଭାବିକଠାରୁ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ରାଜ୍ୟରେ ଏବେ ମଧ୍ୟ ସ୍ବାଭାବିକଠାରୁ ୬ ପ୍ରତିଶତ କମ୍‌ ବର୍ଷା ରହିଛି। ଏହି ସମୟ ମଧ୍ୟରେ ୭୭୨.୯ ପ୍ରତିଶତ ହେବା ଜାଗାରେ ହୋଇଛି ୭୨୩.୨ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେଭିଓ୍ବେଟଙ୍କ ପ୍ରଚାର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ ରାଜଧାନୀରେ ପ୍ରଚାରକୁ ଜୋରଦାର କରାଯାଉଛି। ୩ ପ୍ରମୁଖ...

୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର...

ହଜିଯିବ ୧୬ ଐତିହ୍ୟ ମଠ ସମାଧି

ଭୁବନେଶ୍ୱର,୨୦ା୬: ଐତିହ୍ୟର ଗନ୍ତାଘର ଓଡ଼ିଶା। ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀରେ ଥିବା ସ୍ବତନ୍ତ୍ରତା ସାରା ବିଶ୍ୱରେ ଅନନ୍ୟ। ମାତ୍ର ସମୟକ୍ରମେ ବହୁ ପ୍ରାଚୀନ ଐତିହ୍ୟ ନଷ୍ଟ...

ସିଲିଣ୍ଡର ପିଛା ୧ ଟଙ୍କା ବଢ଼ିଲା ଏଲ୍‌ପିଜି

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହି ସମୟରେ ଲଗାତର ଦରଦାମ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ...

ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର...

ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡା ଅଫିସ/ଟିକିରି(ଡି.ଏନ୍‌.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ...

ରେଭ୍‌ ପାର୍ଟି ଉପରେ କଡ଼ା ନଜର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପାର୍ବଣ ଭିଡ଼ ଓ ସଂକ୍ରମଣ ଏଡ଼ାଇବା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ହେବ। ତେବେ ଦ୍ୱୈତନଗରୀ କଟକ...

ଘରପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବି: ପୌରସଂସ୍ଥା ଘେରିଲା ଭାଜପା

ଜୟପୁର,୧୨ା୬(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହରର ବସ୍ତି ଅଞ୍ଚଳରେ ଘରପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ଦାବି ନେଇ ବୁଧବାର ପୌରସଂସ୍ଥା କାର୍ଯ୍ୟାଳୟ ଘେରିଛି...

Advertisement
Archives

Model This Week