ଲା-ନିନା ପ୍ରଭାବ: ସେପ୍ଟେମ୍ବରରେ ପ୍ରବଳ ବର୍ଷିବ

 

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବ। ରାଜ୍ୟର ସେପ୍ଟେମ୍ବର ମାସରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପ୍ରଶାନ୍ତ ମହାସାଗରରେ ଶରତ ଋତୁରେ ଲା-ନିନା ସୃଷ୍ଟି ହେବ ବୋଲି ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ ଅନୁମାନ କରିଛି। ଶୀତଋତୁ ପର୍ଯ୍ୟନ୍ତ ଲା-ନିନାର ପ୍ରଭାବ ୫୦ରୁ ୫୫ ପ୍ରତିଶତ ରହିବା ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଇଛି। ବର୍ତ୍ତମାନ ଏଲ୍‌ ନିନ୍ୟୋ ପ୍ରଶାନ୍ତ ମହାସାଗରରେ ବିଷୁବ ରେଖାରେ ସୁପ୍ତ ଅବସ୍ଥାରେ ରହିଛି। ଏହାର ପ୍ରଭାବ ଜଳଭାଗ ଉପରେ ପଡୁନାହିଁ। ଗତ ୪ ସପ୍ତାହ ହେବ ବିଷୁବ ରେଖା ନିକଟ ଅନ୍ତର୍ଜାତୀୟ ଡେଡ୍‌ ଲାଇନ ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗର ସମୁଦ୍ର ଜଳ ପୂର୍ବ ଭାଗ ସ୍ବାଭାବିକ ତାପମାତ୍ରାଠାରୁ କମ୍‌ ରହିଛି। ଅନ୍ତର୍ଜାତୀୟ ଡେଡ୍‌ ଲାଇନ ହେଉଛି ଭୂପୃଷ୍ଠର ଏକ କାଳ୍ପନିକ ରେଖା। ଲା-ନିନା ଜଳ ଭାଗକୁ ଥଣ୍ଡା ରଖିବାରେ ସହାୟକ ହୋଇଥିବା ବେଳେ ଏଲ ନିନ୍ୟୋ ଜଳର ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏ। ଲା-ନିନା ଯୋଗୁ ସମୁଦ୍ରର ଉପରି ଭାଗ ଜଳର ତାପମାତ୍ରା ବୃଦ୍ଧି ହୋଇ ନ ଥାଏ। ଏହାଦ୍ୱାରା ଭୂମଧ୍ୟ ସାଗରୀୟ ବାୟୁ ପ୍ରବାହ ହୋଇଥାଏ, ଯାହା କି ମୌସୁମୀକୁ ସ୍ବାଭାବିକ କରିବାରେ ବିଶେଷ ସହାୟକ ହୋଇଥାଏ। ମାତ୍ର ଏଲ ନିନ୍ୟୋ ବାୟୁ ପ୍ରବାହ ଗତିକୁ ଧିମା କରିବା ସହିତ ଜଳଭାଗକୁ ଉତ୍ତପ୍ତ କରିବାରେ ସାହାଯ୍ୟ କରିଥାଏ, ଯାହା କି ବିଶ୍ୱ ଜଳବାୟୁ ଉପରେ ଏହାର କୁପ୍ରଭାବ ପକାଇଥାଏ। ବିଶେଷ କରି ଆଫ୍ରିକା, ଭାରତ ଏବଂ ଉତ୍ତର ଆମେରିକୀୟ ଦେଶଗୁଡିକର ମୌସୁମୀ ପ୍ରଭାବିତ ହୋଇଥାଏ। ଏଲ ନିନ୍ୟୋର ପ୍ରଭାବ ଯୋଗୁ ଭାରତରେ ମୌସୁମୀ ପ୍ରଭାବିତ ହୋଇଥିବାରୁ ସ୍ବଳ୍ପ ବୃଷ୍ଟି ହେବା ସହ କେତେକ ଅଞ୍ଚଳରେ ବେଳେ ବେଳେ ମରୁଡି ଦେଖା ଦେଇଥାଏ। ଲା-ନିନା ଦେଖାଦେଲେ ଭାରତରେ ମୌସୁମୀ ବର୍ଷା ଅଧିକ ହେବା ସହ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ଥାଏ। ଚଳିତବର୍ଷ ଲା-ନିନା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବତନ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି ଯେ, ଉତ୍ତର ପୂର୍ବ ଦିଗ ଅର୍ଥାତ୍‌ ରାଜସ୍ଥାନ ପଟରୁ ସେପ୍ଟେମ୍ବର ୧୫ ସୁଦ୍ଧା ମୌସୁମୀ ଅପସାରଣ ଆରମ୍ଭ ହୋଇଥାଏ। ଓଡ଼ିଶାରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଘୋଷଣା କରାଯାଇଥାଏ। ତେବେ ଚଳିତବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟକୁ ଜୁନ ୧୧ରେ ଦକ୍ଷିଣ ମୌସୁମୀ ପ୍ରବେଶ କରିଥିଲା। ଜୁନରେ କିଛିଟା ବର୍ଷା ହୋଇଥିଲା। ଜୁଲାଇରେ ପୂରା ଉଭାନ ହୋଇଗଲା। ଅଧାରୁ ଅଧିକ ଜିଲାରେ ମରୁଡି ଆଶଙ୍କା ଦେଖାଦେଲା। ତେବେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଦୁଇରୁ ୩ଟି ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ଅଭାବ କିଛି ମାତ୍ରାରେ ପୂରଣ ହୋଇଛି। ଏବେ ବି ୫ଟି ଜିଲାରେ ସ୍ବାଭାବିକ ସ୍ଥିତି ଫେରି ନାହିଁ। ଜୁନ୍‌ ପହିଲାରୁ ଜୁଲାଇ ୧୭ ତାରିଖ ମଧ୍ୟରେ ବାଲେଶ୍ୱରରେ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧା ୨୭, ମୟୂରଭଞ୍ଜ ୨୨, ନବରଙ୍ଗପୁର ୨୦, ପୁରୀ ୨୪ ଏବଂ ବାଲେଶ୍ୱରରେ ସ୍ବାଭାବିକଠାରୁ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ରାଜ୍ୟରେ ଏବେ ମଧ୍ୟ ସ୍ବାଭାବିକଠାରୁ ୬ ପ୍ରତିଶତ କମ୍‌ ବର୍ଷା ରହିଛି। ଏହି ସମୟ ମଧ୍ୟରେ ୭୭୨.୯ ପ୍ରତିଶତ ହେବା ଜାଗାରେ ହୋଇଛି ୭୨୩.୨ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?