ବିବାହର ୨ ଦିନ ପରେ ବିମାନରେ ଏକ୍ସବୟପ୍ରେଣ୍ଡଙ୍କୁ ଭେଟିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତଥା ବିଗ ବସ ୭ ବିଜେତା ଗୌହର ଖାନ ଡିସେମ୍ବର ୨୫ରେ ପ୍ରେମିକ ଜୈଦ ଦରବାରଙ୍କୁ ବିବାହ କରିଥିଲେ। ଅନେକ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ଗୌହର ବିବାହର ଦୁଇ ଦିନ ପରେ ହନିମୁନ୍‌ ନ ଯାଇ ନିଜ କାମକୁ ଯାଇଛନ୍ତି। ନିକଟରେ ତାଙ୍କୁ ଗୌହରଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ବିମାନରେ ଯାଉଥିବାବେଳେ ଗୌହରଙ୍କ ପୂର୍ବତନ ପ୍ରେମିକ ତଥା ପୂର୍ବତନ ବିଗ ବସ ପ୍ରତିଯୋଗୀ କୁଶାଲ ଟଣ୍ଡନଙ୍କ ସହ ଭେଟ ହୋଇଥିଲା। ସେ ଗୌହରଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। କୁଶାଲ ଗୌହରଙ୍କ ସହ କିଛି ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଗୌହର ଏବଂ କୁଶଲଙ୍କୁ ଦେଖିବାକୁ ମିଳିଛି। ଭିଡିଓ ସେୟାର କରିବାବେଳେ କୁଶଲ ଟଣ୍ଡନ ଏହାକୁ ସୁନ୍ଦର ବୋଲି କହିଛନ୍ତି। ଭିଡିଓରେ କୁଶଲ କହୁଛନ୍ତି ମୁଁ କିଛି ସ୍ଥାନକୁ ଯାତ୍ରା କରୁଥିଲି ଏବଂ ସୌଭାଗ୍ୟବଶତଃ ମୋର ଜଣେ ପୁରୁଣା ବନ୍ଧୁ ପାଇଲି। ଯିଏକି ନିକଟରେ ବିବାହ କରିଛନ୍ତି। ବିଗ ବସ ସମୟରେ କୁଶାଲ ଏବଂ ଗୌହରଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ ଆରମ୍ଭ ହୋଇଥିଲା। ଅବଶ୍ୟ, କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିଲା ନାହିଁ ଏବଂ ଉଭୟ ଅଲଗା ହୋଇଗଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର...

ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ

ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର...

ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍‌ ହେଲେ ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ...

ଭଂସାଲିଙ୍କ ଅଫିସରେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସୋମବାର ଅଲ୍ଲୁ ଅର୍ଜୁନଙ୍କୁ ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ...

ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ...

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର

ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ...

ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା...

ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ...

Advertisement
Archives

Model This Week