ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଏହି ମ୍ୟାଚ୍‌ରେ ଭଲ ଖେଳି ନ ଥିଲେ। ଏଥିରେ କିରନ ପୋଲାର୍ଡ ମଧ୍ୟ ସାମିଲ ଅଛନ୍ତି। ସେ ୨୦ଟି ବଲରେ ୧୯ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମ୍ୟାଚ୍‌ରେ ଶେଷ ଓଭରରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା ପୋଲାର୍ଡଙ୍କୁ ଆଉଟ୍‌ କରାଯାଇଥିଲା। କ୍ରୁନାଲ ପୋଲାର୍ଡଙ୍କ ଉଇକେଟ ନେବା ମାତ୍ରେ ପଡ଼ିଆରେ ଏକ ମଜାଦାର ଘଟଣା ଘଟିଥିଲା। ଶେଷ ୬ଟି ବଲରେ ଜିତିବା ପାଇଁ ମୁମ୍ବାଇ ୩୯ ରନ ଆବଶ୍ୟକ କରିଥିଲା। କ୍ରୁନାଲଙ୍କ ପ୍ରଥମ ବଲରେ ପୋଲାର୍ଡ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ ବ୍ୟାଟ ଉପରେ ସମ୍ପୂର୍ଣ୍ଣ ରୂପେ ଆସି ନ ଥିଲା ଏବଂ ମିଡଉଇକେଟ ଠାରେ ଫିଲ୍ଡିଂ କରୁଥିବା ଦୀପକ ହୁଡା କ୍ୟାଚ ନେଇଥିଲେ। ପୋଲାର୍ଡଙ୍କୁ ଆଉଟ୍‌ କରିବା ପରେ କ୍ରୁନାଲ ଏତେ ଖୁସି ହୋଇଗଲେ ଯେ ସେ ପୋଲାର୍ଡଙ୍କ ମୁଣ୍ଡକୁ ଚୁମ୍ବନ ଦେଇଥିଲେ।
ପୋଲାର୍ଡ କିନ୍ତୁ କୌଣସି ପ୍ରତିକ୍ରିୟା ନ ଦେଇ ପାଭିଲିୟନକୁ ଫେରିଗଲେ। ମ୍ୟାଚର ଶେଷ ଓଭରରେ କ୍ରୁନାଲ ଡାନିଏଲ ସାମସଙ୍କ ଉଇକେଟ ନେବା ସହିତ ପୋଲାର୍ଡଙ୍କୁ ଆଉଟ କରିଥିଲେ। ଜୟଦେବ ଉନାଦକଦ ମଧ୍ୟ ଶେଷ ଓଭରରେ ରନ୍‌ ଆଉଟ ହୋଇଥିଲେ।
କ୍ରୁନାଲ ପାଣ୍ଡ୍ୟା ଏବଂ କିରାନ ପୋଲାର୍ଡ ଗତ ସିଜିନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ଉଭୟ ଅନେକ ଥର ମୁମ୍ବାଇକୁ ସ୍ମରଣୀୟ ବିଜୟ ପ୍ରଦାନ କରିଛନ୍ତି। କିନ୍ତୁ ଆଇପିଏଲ ୨୦୨୨ ପୂର୍ବରୁ ମୁମ୍ବାଇ ପୋଲାର୍ଡକୁ ବଜାୟ ରଖିଥିଲା। କ୍ରୁନାଲ ଏବେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି।

https://twitter.com/cric_big_fan/status/1518289513113522177


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri