ରାତିରେ ନଦୀକୁ ଶୌଚ ହେବାକୁ ଯାଇଥିଲେ କୃଷ୍ଣଚନ୍ଦ୍ର: ସକାଳୁ ଘଟିଲା…

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହର ଦେଇ ଯାଇଥିବା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଭଞ୍ଜନଗର ସହର ରେଡକ୍ରସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ, କୃଷ୍ଣଚନ୍ଦ୍ର ଗୁରୁବାର ରାତିରେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଶୁକ୍ରବାର ସକାଳୁ ମାଲସାହି ନିକଟ ଲୋହରାଖଣ୍ଡି ନଦୀରେ ତାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ନଦୀରେ ପାଣି ଅଧିକ ଥିବା ଯୋଗୁ ସେଥିରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାସ୍‌ ବୁକ ପ୍ରିଣ୍ଟ କରିବାକୁ ନେଇ ସମବାୟ ବ୍ୟାଙ୍କରେ ହାତାହାତି

ଆଳି,୨୪।୪: କେନ୍ଦ୍ରପଡ଼ା ଜିଲା ଆଳି ସମବାୟ ବ୍ୟାଙ୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପାଦକ ଏବଂ ଜଣେ ପୂର୍ବତନ ସଭାପତିଙ୍କ ମଧ୍ୟରେ ମାରପିଟ ହେବା…

ଆଧାର କାର୍ଡରେ ଭୁଲ ନାମ ଯୋଗୁଁ କଲେଜ ଯାଇପାରିଲେନି ଛାତ୍ରୀ, ବିଷ ପିଇ….

ଜୟପୁର,୨୪ା୪: ରାଜସ୍ଥାନର ବାଂସୱାଡ଼ା ଜିଲାରେ ଜଣେ କଲେଜ ଛାତ୍ରୀ ତାଙ୍କ ସରକାରୀ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ଦୁଃଖିତ ହୋଇ ବିଷ ପିଇ ଦେଇଥିବା ଖବର ସାମ୍ନାକୁ ଆସିଛି…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ…

ଅସୁସ୍ଥ ଅଛନ୍ତି ମୋଜତାବା! ତେବେ କାହାର ଇସାରାରେ ନିଷ୍ପତ୍ତି ନେଉଛି ଇରାନ? ରିପୋର୍ଟରେ ହେଲା ବଡ଼ ଦାବି

ତେହରାନ,୨୪।୪: ଫେବୃଆରୀ ୨୮ରେ ଇରାନର ରାଜଧାନୀ ତେହରାନରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏକ ଘାତକ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ…

ଯୁଦ୍ଧ ଭିତରେ ରୁଷିଆକୁ ଉପହାର ଦେଲା ଇରାନ, ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକ…

ତେହରାନ୍‌,୨୪।୪: ଆମେରିକା-ଇରାନ ବିବାଦ ମଧ୍ୟରେ ଯୁଦ୍ଧବିରତିକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚାଲିଥିବା ବେଳେ, ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ରୁଷିଆ ଏବେ ଇରାନ ସହିତ…

କ୍ୟାବିନେଟରେ ନୁହେଁ ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ! ବିହାର ରାଜନୀତିରେ ହଲଚଲ

ପାଟନା,୨୪।୪: ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ଚୂଡ଼ାନ୍ତ ମୋହର ମଇ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲାଗିବ ବୋଲି ଆଶା କରାଯାଉଛି। ଏହି ସମ୍ପ୍ରସାରଣ ମେ ୪…

ଭାରତକୁ ଅପମାନ କଲେ ଟ୍ରମ୍ପ, ସହିପାରିଲାନି ଇରାନ, କହିଲା ଥରେ ଭାରତ ଆସି ଦେଖିଯାଅ…

ନୂଆଦିଲ୍ଲୀ/ତେହରାନ,୨୪।୪: ଭାରତ ଏବଂ ଚାଇନାକୁ ‘ନର୍କ-ଗହ୍ବର’ ଭାବରେ ବର୍ଣ୍ଣନା କରୁଥିବା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିବା ପରେ ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପହାସ…

ମେ’ ୧ରୁ ଲାଗୁ ହେବ ଗେମିଂ ପାଇଁ ନୂଆ ନିୟମ: ଆପଣଙ୍କର ପ୍ରିୟ ଖେଳ ଉପରେ ଲାଗିବ କି ବ୍ୟାନ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୪: ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଅନଲାଇନ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri