Posted inଜାତୀୟ

‘କୃଷ୍ଣ, ହନୁମାନ ସବୁଠୁ ମହାନ୍‌ କୂଟନୀତିଜ୍ଞ’

ନୂଆଦିଲ୍ଲୀ,୩୦ା୧: ଭଗବାନ୍‌ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର କହିଛନ୍ତି।
ପୁଣେରେ ନିଜ ଇଂଲିଶ୍‌ ପୁସ୍ତକ ‘ଦି ଇଣ୍ଡିଆ ଓ୍ବେ: ଷ୍ଟ୍ରାଟେଜିଜ୍‌ ଫର୍‌ ଆନ୍‌ ଅନ୍‌ସାର୍ଟେନ୍‌ ଓ୍ବାଲର୍‌ଡ’ ଉନ୍ମୋଚନ ଅବସରରେ ଜୟଶଙ୍କର କହିଛନ୍ତି, ହନୁମାନ ନିଜ ମିଶନକୁ ସଫଳ କରିବା ପାଇଁ ସୀତାଙ୍କୁ ଠାବ କରିବା ସହ ଲଙ୍କାରେ ନିଅଁା ମଧ୍ୟ ଲଗାଇଦେଇଥିଲେ। ସେହିପରି ଶିଶୁପାଳଙ୍କୁ ଅନେକ ଥର କ୍ଷମାକରିବା ହେଉଛି ଶ୍ରୀକୃଷ୍ଣଙ୍କ ରଣନୈତିକ ଧୈର୍ଯ୍ୟର ପରିଚୟ। କୃଷ୍ଣ ଶିଶୁପାଳଙ୍କୁ ୧୦୦ ଭୁଲ୍‌ ପାଇଁ କ୍ଷମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷରେ ୧୦୧ତମ ଭୁଲ୍‌ ବେଳେ ତାଙ୍କୁ ବଧ କରିବେ ବୋଲି କହିଥିଲେ। କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବ ମହାଭାରତ ଯୁଦ୍ଧ ଲଢ଼ିଥିଲେ। ରଣନୈତିକ ସ୍ବାୟତ୍ତତା ହେଉଛି ଅନ୍ୟ ଦେଶଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୋଇ ନିଜ ଜାତୀୟ ସ୍ବାର୍ଥ ହାସଲ ଓ ବହିର୍ବ୍ୟାପାର ନୀତିକୁ ସଫଳ କରିବା ପାଇଁ ଏକ ରାଷ୍ଟ୍ରର ସାମର୍ଥ୍ୟ। ‘ରଣନୈତିକ ପ୍ରତାରଣା’ ସମ୍ପର୍କରେ କହିବାକୁ ଯାଇ ଜୟଶଙ୍କର କହିଛନ୍ତି, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ କୌରବମାନେ ହତ୍ୟା କରିଥିଲେ। ଅର୍ଜୁନ ପ୍ରତିଶୋଧ ଲାଗି ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ବଧ କରିବାକୁ ଶପଥ ନେଇଥିଲେ। କୌରବମାନେ ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ଲୁଚାଇ ରଖିଥିଲେ। ସୂର୍ଯ୍ୟାସ୍ତ ପରେ ଜୟଦ୍ରଥ ଉଭା ହେବାରୁ ତାଙ୍କୁ ତତ୍କାଳ ବଧ କରିବା ପାଇଁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ପରାମର୍ଶ ଦେଲେ। ଅର୍ଜୁନଙ୍କ ଶରରେ ଜୟଦ୍ରଥଙ୍କ ଶିରଚ୍ଛେଦ ହୋଇଥିଲା।
ଭାରତର ପଡ଼ୋଶୀ ଦେଶଗୁଡ଼ିକର ଆଚରଣକୁ ନେଇ ବିରୋଧୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିବାବେଳେ ଏସ୍‌. ଜୟଶଙ୍କର କହିଛନ୍ତି, ପାଣ୍ଡବମାନେ ନିଜ ସମ୍ପର୍କୀୟଙ୍କୁ ଚୟନ କରିପାରି ନ ଥିଲେ। ଆମେ ନିଜ ପଡ଼ୋଶୀଙ୍କୁ ବାଛିପାରିବା ନାହିଁ। କର୍ଣ୍ଣ (ଚାଇନା) ଓ ଦୁର୍ଯ୍ୟୋଧନ (ପାକିସ୍ତାନ) ବାରମ୍ବାର ସୀମାର ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛନ୍ତି। କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କ ମିତ୍ରତାରୁ ଉଭୟେ କିମ୍ବା ସେମାନଙ୍କ ପରିବାର ଲୋକେ କିଛି ଲାଭ ପାଇ ନ ଥିଲେ। ଓଲଟା ଏହି ବନ୍ଧୁତାରୁ ଦୁହଁିଙ୍କ ଜୀବନ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri