Posted inଜାତୀୟ

‘କୃଷ୍ଣ, ହନୁମାନ ସବୁଠୁ ମହାନ୍‌ କୂଟନୀତିଜ୍ଞ’

ନୂଆଦିଲ୍ଲୀ,୩୦ା୧: ଭଗବାନ୍‌ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର କହିଛନ୍ତି।
ପୁଣେରେ ନିଜ ଇଂଲିଶ୍‌ ପୁସ୍ତକ ‘ଦି ଇଣ୍ଡିଆ ଓ୍ବେ: ଷ୍ଟ୍ରାଟେଜିଜ୍‌ ଫର୍‌ ଆନ୍‌ ଅନ୍‌ସାର୍ଟେନ୍‌ ଓ୍ବାଲର୍‌ଡ’ ଉନ୍ମୋଚନ ଅବସରରେ ଜୟଶଙ୍କର କହିଛନ୍ତି, ହନୁମାନ ନିଜ ମିଶନକୁ ସଫଳ କରିବା ପାଇଁ ସୀତାଙ୍କୁ ଠାବ କରିବା ସହ ଲଙ୍କାରେ ନିଅଁା ମଧ୍ୟ ଲଗାଇଦେଇଥିଲେ। ସେହିପରି ଶିଶୁପାଳଙ୍କୁ ଅନେକ ଥର କ୍ଷମାକରିବା ହେଉଛି ଶ୍ରୀକୃଷ୍ଣଙ୍କ ରଣନୈତିକ ଧୈର୍ଯ୍ୟର ପରିଚୟ। କୃଷ୍ଣ ଶିଶୁପାଳଙ୍କୁ ୧୦୦ ଭୁଲ୍‌ ପାଇଁ କ୍ଷମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷରେ ୧୦୧ତମ ଭୁଲ୍‌ ବେଳେ ତାଙ୍କୁ ବଧ କରିବେ ବୋଲି କହିଥିଲେ। କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବ ମହାଭାରତ ଯୁଦ୍ଧ ଲଢ଼ିଥିଲେ। ରଣନୈତିକ ସ୍ବାୟତ୍ତତା ହେଉଛି ଅନ୍ୟ ଦେଶଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୋଇ ନିଜ ଜାତୀୟ ସ୍ବାର୍ଥ ହାସଲ ଓ ବହିର୍ବ୍ୟାପାର ନୀତିକୁ ସଫଳ କରିବା ପାଇଁ ଏକ ରାଷ୍ଟ୍ରର ସାମର୍ଥ୍ୟ। ‘ରଣନୈତିକ ପ୍ରତାରଣା’ ସମ୍ପର୍କରେ କହିବାକୁ ଯାଇ ଜୟଶଙ୍କର କହିଛନ୍ତି, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ କୌରବମାନେ ହତ୍ୟା କରିଥିଲେ। ଅର୍ଜୁନ ପ୍ରତିଶୋଧ ଲାଗି ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ବଧ କରିବାକୁ ଶପଥ ନେଇଥିଲେ। କୌରବମାନେ ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ଲୁଚାଇ ରଖିଥିଲେ। ସୂର୍ଯ୍ୟାସ୍ତ ପରେ ଜୟଦ୍ରଥ ଉଭା ହେବାରୁ ତାଙ୍କୁ ତତ୍କାଳ ବଧ କରିବା ପାଇଁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ପରାମର୍ଶ ଦେଲେ। ଅର୍ଜୁନଙ୍କ ଶରରେ ଜୟଦ୍ରଥଙ୍କ ଶିରଚ୍ଛେଦ ହୋଇଥିଲା।
ଭାରତର ପଡ଼ୋଶୀ ଦେଶଗୁଡ଼ିକର ଆଚରଣକୁ ନେଇ ବିରୋଧୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିବାବେଳେ ଏସ୍‌. ଜୟଶଙ୍କର କହିଛନ୍ତି, ପାଣ୍ଡବମାନେ ନିଜ ସମ୍ପର୍କୀୟଙ୍କୁ ଚୟନ କରିପାରି ନ ଥିଲେ। ଆମେ ନିଜ ପଡ଼ୋଶୀଙ୍କୁ ବାଛିପାରିବା ନାହିଁ। କର୍ଣ୍ଣ (ଚାଇନା) ଓ ଦୁର୍ଯ୍ୟୋଧନ (ପାକିସ୍ତାନ) ବାରମ୍ବାର ସୀମାର ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛନ୍ତି। କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କ ମିତ୍ରତାରୁ ଉଭୟେ କିମ୍ବା ସେମାନଙ୍କ ପରିବାର ଲୋକେ କିଛି ଲାଭ ପାଇ ନ ଥିଲେ। ଓଲଟା ଏହି ବନ୍ଧୁତାରୁ ଦୁହଁିଙ୍କ ଜୀବନ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (EVM) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ ( VVPAT) ମେଶିନ୍‌ରୁ ବାହାରୁଥିବା ପେପର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri