ରାଜ୍ୟକୁ ୪୦୦ରେ କୋଭିଶିଲ୍ଡ

ନୂଆଦିଲ୍ଲୀ, ୨୨।୪: କୋଭିଶିଲ୍ଡ ଟିକା ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲଗୁଡ଼ିକୁ ୬୦୦ ଟଙ୍କାରେ ଯୋଗାଇ ଦିଆଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା ଯୋଗାଣ ଜାରି ରହିବ। ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ କୋଭିଡ୍‌ ଟିକା ନେଇପାରିବେ ବୋଲି ଦୁଇଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ। ଏଥିପାଇଁ ଟିକା ରଣନୀତିରେ କୋହଳ କରାଯାଇଛି। ପ୍ରସ୍ତୁତକାରୀ କମ୍ପାନୀ ପ୍ରତି ମାସରେ ଉତ୍ପାଦିତ ଟିକାର ୫୦% କେନ୍ଦ୍ର ସରକାରଙ୍କୁ ଯୋଗାଇବା ପରେ ଅବଶିଷ୍ଟ ୫୦ ପ୍ରତିଶତ ରାଜ୍ୟ ସରକାର ଓ ଖୋଲା ବଜାରରେ ବିକ୍ରି କରିବାର ସ୍ବାଧୀନତା ପାଇବେ। ଟିକା ଦାମ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପାଇଁ ସିରମ୍‌ କମ୍ପାନୀ ଟିକା ଦାମ୍‌ ବଢ଼ାଇଥିବାରୁ କଂଗ୍ରେସ ଏବଂ ବାମଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟଙ୍କ ପାଇଁ ଟିକା ଦାମ୍‌ ସମାନ ହେବା ଆବଶ୍ୟକ ବୋଲି ଦୁଇ ଦଳ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଧୁମାନଙ୍କୁ ସୁଯୋଗ ଦେବା ଲାଗି କେନ୍ଦ୍ର ଅନ୍ୟାୟ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଆର୍ଥିକ ସଙ୍କଟ ମଧ୍ୟରେ ଥିବା ରାଜ୍ୟ ପାଇଁ ସରକାରଙ୍କ ନୂଆ ନୀତି ଦୁର୍ବିଷହ ହେବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିବା ସହ ଗୋଟିଏ ରାଷ୍ଟ୍ର ଗୋଟିଏ ମୂଲ୍ୟ ନୀତି ଆପଣାଇବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌...

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ...

ଲଦାଖରେ ବ୍ରିଜ୍‌ ଉଦ୍‌ଘାଟନ କଲେ ରାଜନାଥ: ପାକ୍‌ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ

ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍‌ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ...

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର...

ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ

କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ...

ସେନା ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ: ୧୬ ମୃତ

ଗ୍ୟାଙ୍ଗଟକ,୨୩।୧୨: ଭାରତ-ଚାଇନା ସୀମା ଉତ୍ତର ସିକିମ ଜେମାଠାରେ ଶୁକ୍ରବାର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ସେନାର ଏକ ଟ୍ରକ୍‌ ଦୁର୍ଘଟଣା...

କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା...

ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୧୬।୬: ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା...

Advertisement
Archives

Model This Week