Posted inଫୁରସତ

କୋରିଆର କୃତ୍ରିମ ସୂର୍ଯ୍ୟ

ସିଓଲ: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅକ୍ଷୟ ଊର୍ଜା ସବୁ ସମୟରେ ଓ ସବୁ ସ୍ଥାନରେ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ କୃତ୍ରିମ ସୂର୍ଯ୍ୟ ତିଆରି ପାଇଁ ଗବେଷଣା ଜାରି ରହିଛି। ପୃଥିବୀ ଭିତରେ ମନୁଷ୍ୟକୃତ ଉପାୟରେ ବିଶାଳ ମାତ୍ରାରେ ଊର୍ଜା ପରିପୂର୍ଣ୍ଣ ଶକ୍ତି ଉତ୍ସ ତିଆରି କରିବାରେ ପାଦେ ଆଗରେ ରହି ନୂଆ ରେକର୍ଡ କରିଛି ଦକ୍ଷିଣ କୋରିଆ। ଆଣବିକ ବା ନ୍ୟୁକ୍ଲିୟର ଶକ୍ତିକୁ ଉତ୍ସ ଭାବେ ଏଥିରେ ବ୍ୟବହାର କରାଯାଇଛି। ଅତି ଉଚ୍ଚ ତାପମାତ୍ରା ବିଶିଷ୍ଟ ପ୍ଲାଜ୍‌ମାକୁ କୃତ୍ରିମ ସୂର୍ଯ୍ୟ ମଧ୍ୟରେ ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବାର କ୍ଷମତା ସୃଷ୍ଟି କରାଯାଇପାରି ଥିବାରୁ ତାହା ଗବେଷକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ପୂର୍ବରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ପ୍ଲାଜମା ସମ୍ଭାଳିବା କ୍ଷମତା ବିଶିଷ୍ଟ ଏଭଳି କୃତ୍ରିମ ଉତ୍ସ ତିଆରି ହୋଇପାରି ନ ଥିବାବେଳେ ଦକ୍ଷିଣ କୋରିଆର ଏହି ସଫଳତା ଏକ ନୂଆ ଆଶା ସଞ୍ଚାର କରିଛି।

ଆମେରିକାର ସିଓଲ୍‌ ନ୍ୟାଶନାଲ ୟୁନିଭର୍ସିଟି ଏବଂ କଲମ୍ବିଆ ୟୁନିଭର୍ସିଟିର ମିଳିତ ପ୍ରୟାସରେ ୧୦ କୋଟି ଡିଗ୍ରୀ ସେଲସିୟସରୁ ଅଧିକ ଆୟନ ତାପମାତ୍ରାରେ ପ୍ଲାଜ୍‌ମା ଧରି ରଖିବାରେ ସଫଳତା ମିଳିଥିବା କୋରିଆ ସୁପରକଣ୍ଡକ୍ଟିଂଥୋକାମାକ୍‌ ଆଡ୍‌ଭାନ୍ସଡ୍‌ ରିସର୍ଚ୍ଚ (କେଷ୍ଟାର) ଅନୁସନ୍ଧାନ କେନ୍ଦ୍ର ଘୋଷଣା କରିଛି। ଗତ ବର୍ଷ ମଧ୍ୟ ଏହି ଗବେଷଣା ଚାଲିଥିବାବେଳେ ମାତ୍ର ୮ ସେକେଣ୍ଡ ପାଇଁ ପ୍ଲାଜ୍‌ମାକୁ ସୁପରକଣ୍ଡକ୍ଟର ଧରି ରଖିପାରିଥିଲା। ସେହିପରି ୨୦୧୮ରେ ପ୍ରଥମ ଥର ପାଇଁ ମାତ୍ର ୧.୫ ସେକେଣ୍ଡ ପର୍ଯ୍ୟନ୍ତ କୃତ୍ରିମ ସୂର୍ଯ୍ୟ ଉଚ୍ଚ ତାପମାତ୍ରାର ପ୍ଲାଜ୍‌ମା ରଖିପାରିବାରେ ସକ୍ଷମ ହୋଇଥିଲା। ଅନୁସନ୍ଧାନକାରୀମାନେ ହାଇଡ୍ରୋଜେନ୍‌ ଆଇସୋଟୋପ୍‌ ସାହାଯ୍ୟରେ ଫ୍ୟୁଜନ ପ୍ରତିକ୍ରିୟାଗୁଡ଼ିକୁ ପୁନଃ ସୃଷ୍ଟି କରିଥିଲେ। ଏହାକୁ ସମ୍ପୃକ୍ତ କଣ୍ଡକ୍ଟର ବା କୃତ୍ରିମ ସୂର୍ଯ୍ୟ ମଧ୍ୟରେ ରଖାଯିବା ପରେ ପ୍ଲାଜ୍‌ମା ସୃଷ୍ଟି ହୋଇଥିଲା। ପରେ ସେଥିରୁ ଆୟନ ଏବଂ ଇଲେକ୍‌କ୍ଟ୍ରୋନ ଅଲଗା ହୋଇଯାଇଥିଲା। ଏହାର ତାପମାତ୍ରା ବଢ଼ାଇବା ପରେ ମଧ୍ୟ କଣ୍ଡକ୍ଟର ନିଜ ମଧ୍ୟରେ ଏହାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବାରେ ସକ୍ଷମ ହୋଇଥିଲା। ଏକ ସ୍ବଚ୍ଛ ଏବଂ ଅକ୍ଷୟ ଶକ୍ତି ଉତ୍ସ ସୃଷ୍ଟି ପାଇଁ ଆଣବିକ ଫ୍ୟୁଜନ ପ୍ରକ୍ରିୟାକୁ ହିଁ ବୈଜ୍ଞାନିକମାନେ ବ୍ୟବହାର କରିଥିଲେ।

କେଷ୍ଟାରରେ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀମାନେ ୩୦୦ ସେକେଣ୍ଡ ପର୍ଯ୍ୟନ୍ତ କ୍ରମାଗତ ଭାବେ ଉତ୍ତପ୍ତ ପ୍ଲାଜ୍‌ମା ଧରି ରଖିବାର କ୍ଷମତା ଥିବା କଣ୍ଡକ୍ଟର ବା କୃତ୍ରିମ ସୂର୍ଯ୍ୟ ସୃଷ୍ଟି ଦିଗରେ ଲାଗିପଡିଛନ୍ତି। ଏଥିସହ ଆୟନର ତାପମାତ୍ରା ୧୦ କୋଟି ଡିଗ୍ରୀରୁ ଅଧିକ ରଖାଯିବ। ୨୦୨୫ ସୁଦ୍ଧା ସେମାନେ ଏ ଦିଗରେ ସଫଳତା ହାସଲ ପାଇଁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri