Posted inଖେଳ

ମେଡଭେଡେଭଙ୍କୁ ହରାଇଲେ କୋର୍ଡା

ମେଲବୋର୍ନ,୨୧।୧(ଏପି): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ଆମେରିକାର ଯୁବ ଖେଳାଳି ସେବାଷ୍ଟିଆନ କୋର୍ଡା ଏଠାରେ ଦୁଇଥର ରନରଅପ୍‌ ଡାନିଲ ମେଡଭେଡେଭଙ୍କୁ ୭-୬ (୭), ୬-୩, ୭-୬ (୪) ରେ ହରାଇ ଦେଇଛନ୍ତି। ଏଠାରେ ୨୯ତମ ସିଡ୍‌ ଫ୍ଲୋରିଡାର ୨୨ ବର୍ଷୀୟ କୋର୍ଡା ୧୯୯୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ପିଟରଙ୍କ ପୁତ୍ର। ପୂର୍ବତନ ଖେଳାଳି ଆନ୍ଦ୍ରେ ଆଗାସୀ ହେଉଛନ୍ତି ତାଙ୍କର ଜଣେ ମେଣ୍ଟର। ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲରେ ପ୍ରବେଶ କରିବାକୁ ହେଲେ କୋର୍ଡାଙ୍କୁ ରବିବାର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ହୁବର୍ଟ ହୁର୍‌କାଜଙ୍କୁ ଅତିକ୍ରମ କରିବାକୁ ହେବ। ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଥିବା ଅନ୍ୟ ପୁରୁଷ ଖେଳାଳିମାନେ ହେଲେ ଷ୍ଟିଫାନସ ସିତ୍‌ସିପାସ୍‌, ଜାନିକ ସିନର, ଫେଲିକ୍ସ ଅଗର-ଅଲିଆସିମ୍‌, ଜିରି ଲେହେକା, କାରେନ କାଚାନୋଭ ଓ ୟୋଶିହିତୋ ନିଶିଓକା। ମହିଳା ସିଙ୍ଗଲ୍ସରେ ଆମେରିକାର ଟାଇଟଲ ଫେରାଇଟ୍‌ ଜେସିକା ପେଗୁଲା ଓ କୋକୋ ଗଫ୍‌ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ମେଲବୋର୍ନ ପାର୍କରେ ଗତ ଦୁଇବର୍ଷର କ୍ୱାର୍ଟରଫାଇନାଲିଷ୍ଟ ତୃତୀୟ ସିଡ୍‌ ପେଗୁଲା ୬-୦-୬-୨ରେ ମାର୍ଟା କୋଷ୍ଟିଉକ୍‌ଙ୍କୁ ପରାସ୍ତ କରିଥିବା ବେଳେ ୭ମ ସିଡ୍‌ ଗଫ୍‌ ୬-୩, ୬-୨ରେ ବର୍ନାଡା ପେରାଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ନମ୍ବର ଓ୍ବାନ ଇଗାସ୍ବିଟେକ୍‌, ଏଲେନା ରିବାକିନା, ବାର୍‌ବୋରା କ୍ରେଜିକୋଭା, ଜେଲେନା ଓଷ୍ଟାପେଙ୍କୋ, ଭିକ୍ଟୋରିଆ ଆଜାରେଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ

କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri