ମାଲକାନଗିରି: ୨୭୧୮ରୁ ୧୧୪ ପ୍ରାର୍ଥିପତ୍ର ନାକଚ

ମାଲକାନଗିରି,୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡମେମ୍ବର ଓ ଜିଲା ପରିଷଦ ପାଇଁ ମୋଟ ୨୭୧୮ ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ୧୧୪ ଜଣଙ୍କ ନାକଚ ହୋଇଛି। ୨୬୦୪ ଜଣଙ୍କ ପ୍ରାର୍ଥିପତ୍ର କାଏମ ଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋଚ୍ଛ୍‌ନାମୟୀ ଆଚାର୍ଯ୍ୟ କହିଛନ୍ତି। ମାଲକାନଗିରି ଜିଲାର ୭ଟି ବ୍ଲକ ପାଇଁ ୧୫ଟି ଜିଲା ପରିଷଦ,୧୧୧ ସରପଞ୍ଚ, ୧୧୧ ସମିତିସଭ୍ୟ ଓ ୧୫୦୯ଟି ଓ୍ବାର୍ଡମେମ୍ବର ପଦବୀ ଚୂଡାନ୍ତ ତାଲିକାରେ ରହିଛି। ଜିଲାର ମୋଟ ୧୫୦୯ଟି ଓ୍ବାର୍ଡ ନିମନ୍ତେ ୧୭୬୮ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସେଥିରୁ ୭୨ ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ୧୬୯୬ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। ସେହିପରି ୧୧୧ଟି ପଞ୍ଚାୟତ ନିମନ୍ତେ ୪୯୪ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ୨୭ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ୪୬୭ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। ସମିତିସଭ୍ୟ ପାଇଁ ୩୮୪ ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ୧୩ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ୩୭୧ ଜଣଙ୍କ ପ୍ରାର୍ଥତ୍ପତ୍ର କାଏମ୍‌ ରହିଛି। ସେହିପରି ୧୫ଟି ଜିଲା ପରିଷଦ ଜୋନ୍‌ ପାଇଁ ୭୨ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ସେଥିରୁ ୨ ଜଣଙ୍କର ନାକଚ ହୋଇଛି। ୭୦ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ହେଭିୱେଟ

ଛତ୍ରପୁର,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌ ଧନଞ୍ଜୟ ରେଡ୍ଡୀ ୨୦ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ...

ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୨୦ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲା ଗସ୍ତ କରିବେ। ସେ ସଂସ୍କୃତି ଭବନ ନିକଟରେ ଥିବା ହେଲିପ୍ୟାଡରେ ଅବତରଣ କରି ସଂସ୍କୃତି ଭବନରେ...

ଯୁଆଡ଼େ ଦେଖିଲେ ବିଜେଡି

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ଯେଉଁଠି ଦେଖିଲେ ବିଜେଡି। ସବୁଆଡ଼େ ଶଙ୍ଖନାଦ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍‌ ସବୁଠି...

ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ...

ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ...

ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା

ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ...

ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୧ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ଖୋର୍ଦ୍ଧା ଜିଲା ଚିଲିକା ଓ ଖୋର୍ଦ୍ଧା ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି।...

ସରପଞ୍ଚ ପଦବୀ ପାଇଁ ୩ ମାମୁଁ-ଭାଣିଜୀଙ୍କ ମଧ୍ୟରେ ଲଢେଇ

ଖଡିଆଳ,୫।୨(ଡି.ଏନ୍‌.ଏ.): ରାଜନୀତିରେ କ୍ଷମତା ପାଇଁ ବାପପୁଅ, କକାପୁତୁରା, ଭାଇଭାଇ ମଧ୍ୟରେ ନିର୍ବାଚନରେ ଲଢୁଥିବା ନଜିର ରହିଥିବା ବେଳେ ନୂଆପଡ଼ା ଜିଲାରେ ଏହାର ଏକ ଉଦାହରଣ ଦେଖିବାକୁ...

Advertisement
Archives

Model This Week