କୋଲକାତାର ବୃହତ୍‌ ବିଜୟ: ବରୁଣ ଚକ୍ରବର୍ତ୍ତୀଙ୍କୁ ୫ ଉଇକେଟ

ଆବୁଧାବି,୨୫।୧୦(ପି.ଟି.): ନୀତୀଶ ରାଣା ଓ ସୁନୀଲ ନାରିନଙ୍କ ଦମ୍‌ଦାର ବ୍ୟାଟିଂ ଓ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଇନ୍‌ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବୃହତ୍‌ ବିଜୟ ହାସଲ କରିଛି। ଶନିବାର ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୨ତମ ମ୍ୟାଚ୍‌ରେ କୋଲକାତା ୫୯ ରନରେ ଦିଲ୍ଲୀକୁ ହରାଇଛି। ଏଥିସହ କୋଲକାତା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୬ ବିଜୟ, ୫ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନ ବଜାୟ ରଖିଛି। ଅନ୍ୟପଟେ ଦିଲ୍ଲୀ ପରାସ୍ତ ହୋଇଥିଲେ ମଧ୍ୟ ୧୧ ମ୍ୟାଚ୍‌ ଖେଳି ୭ ବିଜୟ, ୪ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି। ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ମାତ୍ର ୨୦ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ହାସଲ କରିଥିବା କୋଲକାତା ବୋଲର ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୯୫ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ମାତ୍ର ୧୩ ରନରେ ଦୁଇ ଅଭିଜ୍ଞ ଓପନରଙ୍କୁ ହରାଇଥିଲା। ଇନ୍‌ଫର୍ମ ଶିଖର ଧାଓ୍ବନ ୬ ଓ ଅଜିଙ୍କ୍ୟ ରାହାନେ ୬ ରନ ରନ କରି ପ୍ୟାଟ୍‌ କୁମିନ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ତୃତୀୟ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର (୪୭ ରନ, ୩୮ ବଲ, ୫ ଚୌକା) ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ (୨୭ ରନ, ୩୩ ବଲ, ୨ ଚୌକା, ୧ ଛକା) ୫୫ ବଲରୁ ୬୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦୁହେଁ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ସିମରନ ହେଟ୍‌ମେୟର ୧୦ ରନ କରି ଆଉଟ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୩ ବଲରୁ ୨ ଚୌକା ସହ ୧୪ ରନ କରି ଅପରାଜିତ ରହିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦିଲ୍ଲୀ ବ୍ୟାଟ୍ସମ୍ୟାନ ଚକ୍ରବର୍ତ୍ତୀଙ୍କ ବଲ୍‌ର ସାମ୍ନା କରିପାରି ନ ଥିଲେ। ବୋଲିଂରେ ଚକ୍ରବର୍ତ୍ତୀ ୫ ଉଇକେଟ ହାସଲ କରିଥିବା ବେଳେ ପ୍ୟାଟ୍‌ କୁମିନ୍ସ ୩ ଓ ଲୋକି ଫର୍ଗୁସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଓପନର ଶୁବମନ ଗିଲ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ୯ ରନ କରି ଗିଲ୍‌ ଅନରିଚ୍‌ ନୋର୍ଜଙ୍କ ଦ୍ୱରା ଆଉଟ ହୋଇଥିଲେ। ଏହାପରେ ରାହୁଲ ତ୍ରିପାଠୀ ୧୩, ଦୀନେଶ କାର୍ତ୍ତିକ ୩ ରନ କରି ଯଥାକ୍ରମେ ନୋର୍ଜ ଓ କାଗିସୋ ରାବାଡ଼ାଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଇଅନ ମୋର୍ଗାନ ୧୭ ରନ କରି ମାର୍କୁସ ଷ୍ଟୋଇନିସ୍‌ଙ୍କ ଶିକାର ହୋଇଥିଲେ। ତେବେ ଓପନିଂ କରିବାକୁ ଆସିଥିବା ନୀତୀଶ ରାଣା ନିଜର ଦମ୍‌ ଦେଖାଇଥିଲେ। ସେ ୫୩ ବଲରୁ ୧୩ ଚୌକା ଓ ୧ ଛକା ସହ ୮୧ ରନର ଦ୍ରୁତ ପାଳି ଖେଳିଥିଲେ। ତାଙ୍କୁ ସହଯୋଗ କରିଥିଲେ ନାରିନ। ନାରିନ ମାତ୍ର ୩୨ ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୪ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଚତୁର୍ଥ ଉଇକେଟରେ ରାଣା ଓ ନାରିନ୍‌ ୫୬ ବଲରୁ ୧୧୫ ରନକରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ନୋର୍ଜ, ରାବାଡ଼ା ଓ ଷ୍ଟୋଇନିସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୧୯୪/୬
(ରାଣା- ୮୧, ନାରିନ- ୬୪, ନୋର୍ଜ- ୨/୨୭, ରାବାଡ଼ା- ୨/୩୩, ଷ୍ଟୋଇନିସ- ୨/୪୧)।
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୩୫/୯
(ଆୟାର- ୪୭, ପନ୍ତ- ୨୭, ଚକ୍ରବର୍ତ୍ତୀ- ୫/୨୦, କୁମିନ୍ସ- ୩/୧୭, ଫର୍ଗୁସନ- ୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri