କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର

କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଲୋକମାନେ ହାହାକାର ହେଉଥିବା ବେଳେ ସେମାନଙ୍କର ଚିକିତ୍ସାରେ ବାଧା ଉପୁଜିଛି। ହେଲେ ଏବେ କାଲକାତାର ଜଣେ ବୈଜ୍ଞାନିକ ଏହି ସମସ୍ୟାର ସମାଧାନ ବାଟ ଖୋଜିନେଇଛନ୍ତି। ସେ କୋଭିଡ ରୋଗୀଙ୍କ ପାଇଁ ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ସୂଚନାଯୋଗ୍ୟ, କୋଲକାତାରେ ରହୁଥିବା ଡାକ୍ତର ରାମେନ୍ଦ୍ର ଲାଲ ମୁଖାର୍ଜୀ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଲଗାତର ଭାବେ ସେ ଏହିଭଳି ଉଦ୍ଭାବନ ଜାରି ରଖିଛନ୍ତି। ରମେନ୍ଦ୍ର ବ୍ୟାଟେରୀ ଦ୍ୱାରା ପରିଚାଳିତ ହେଉଥିବା ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ଯାହାଦ୍ୱାରା ରୋଗୀଙ୍କୁ ତୁରନ୍ତ ଆରାମ ମିଳିପାରିବ। ଏହା ସହଜରେ କାମ କରିବା ସହ ଶସ୍ତା ମଧ୍ୟ। ଯଦି କୌଣସି ରୋଗୀଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ଏହା ତାଙ୍କ ପାଇଁ ଲାଭଦାୟକ ରହିବ। ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ରମେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଅକ୍ସିଜେନ ସ୍ତର ୮୮ ତଳକୁ ଖସିଯାଇଥିଲା। ସେତେବେଳେ ପରିବାରଲୋକେ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ। ତେବେ ସୁସ୍ଥ ହେବା ପରେ ରୋଗୀଙ୍କ ସାହାଯ୍ୟ ପାଇଁ ତାଙ୍କ ମନରେ ଏକ ଯୋଜନା ଆସିଥିଲା। ପରେ ଏହା ଉପରେ କାର୍ଯ୍ୟ ସେ କରିବା ଆରମ୍ଭ କରିଦେଇଥିବା ବେଳେ ମାତ୍ର ୨୦ ଦିନରେ ପକେଟ ଭେଣ୍ଟିଲେଟର ତିଆରି କରିଥିଲେ।

ଏହାର ଓଜନ ପ୍ରାୟ ୨୫୦ ଗ୍ରାମ୍‌ ହୋଇଥିବା ବେଳେ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ। ଏଥିରେ ୨ଟି ୟୁନିଟ ଯଥା ପାଓ୍ବାର ଓ ଭେଣ୍ଟିଲେଟର ରହିଛି, ଯାହା ମାସ୍କ ସହିତ ଜଡ଼ିତ ଅଛି। ଏକ ବଟନ ଦବାଇବା ମାତ୍ରେ ହିଁ ଭେଣ୍ଟିଲେଟର କାମ କରିବା ସହ ରୋଗୀଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବ। ଥରେ ଏହାକୁ ଚାର୍ଜ କଲେ ପ୍ରାୟ ୮ଘଣ୍ଟା ଏହା କାମ କରିବ। ଆଉ ଏହାକୁ ସ୍ମାର୍ଟ ଫୋନର ଚାର୍ଜର ଦ୍ୱାରା ଚାର୍ଜ କରାଯାଇପାରିବ। ଯଦି ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏଥିରେ ଥିବା ୟୁଭି ଫିଲଟର ଭାଇରସ୍‌କୁ ମାରିବାରେ ସହାୟକ ହେବା ସହ ବାୟୁକୁ ସଫା କରିଥାଏ ବୋଲି ରମେନ୍ଦ୍ର କହିଛନ୍ତି। କେବଳ ସେତିକି ନୁହେଁ ଏହି ଭେଣ୍ଟିଲେଟର ଦ୍ୱାରା ଭାଇରସ୍‌ କମ୍‌ ବ୍ୟାପିବା ସହ ରୋଗୀ ଓ ଡାକ୍ତରଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ବୋଲି ରମେନ୍ଦ୍ର କହିଛନ୍ତି। ତେବେ ତାଙ୍କର ଏହି ପକେଟ ଭେଣ୍ଟିଲେଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସି ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ସିଭିଲ୍‌ ସର୍ଭିସ...

ଟାଇମ୍‌ ବମ୍‌ ସହିତ ଆତଙ୍କବାଦୀ ନୁହେଁ, ମଦ ଡେଲିଭରି କରୁଥିବା ଯୁବକ

ପାଟନା, ୧୯।୮: ବିହାରର ଆର୍‌ଜେଡିର ମହିଳା ସାଧାରଣ ସମ୍ପାଦିକା ଗାୟତ୍ରୀ ଦେବୀ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତିଏ ଯାହା ଏବେ ସୋସିଆଲ୍‌ ମିଡିଆରେ...

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ...

ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିଚାଲିଛି। ବୁଧବାର ୧୭୦ ନୂଆ କରୋନା ପଜିଟିଭ...

ସେନାକୁ ଶ୍ରେୟଦେଲା କଂଗ୍ରେସ

ନୂଆଦିଲ୍ଲୀ,୭।୭: ଶେଷରେ ଚାଇନା ସୈନ୍ୟ ଏଲ୍‌ଏସିରୁ ୨ କିଲୋମିଟର ପଛକୁ ହଟିଛି। ଏଥିଲାଗି ସବୁ ଶ୍ରେୟ ଭାରତୀୟ ସେନାକୁ ଦେଇଛି କଂଗ୍ରେସ। ପୂର୍ବ ଲଦାଖରେ ଚାଇନା...

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭା ପରିସରସ୍ଥ ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି। ଏ ସମ୍ପର୍କରେ ନବୀନ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି...

ନିଷିଦ୍ଧାଞ୍ଚଳରେ ଜରୁରୀ ଔଷଧର ହୋମ୍‌ ଡେଲିଭରି ସମ୍ଭବ

ନୂଆଦିଲ୍ଲୀ,୨୮ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ନିଷିଦ୍ଧାଞ୍ଚଳ ଘୋଷିତ ସ୍ଥାନଗୁଡ଼ିକରେ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ କ୍ୟାଲସିୟମ, ଆଇରନ/ଫୋଲିକ୍‌...

Advertisement


Archives

Model This Week

Why Dharitri