Posted inଖେଳ

କୋଲକାତା- ମୁମ୍ବାଇ ମୁକାବିଲା: ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ

ଆବୁଧାବି,୨୩।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚମ ମୁକାବିଲାରେ ବୁଧବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହଁାମୁହିଁ ହେବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ କୋଲକାତା ଟୁର୍ନାମେଣ୍ଟରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ। ତେଣୁ କୋଲକାତା ପ୍ରଥମ ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
୨୦୧୩ ପରଠାରୁ ମୁମ୍ବାଇ କେବେବି ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇପାରିନାହିଁ। ଏଥର ମଧ୍ୟ ତାହା ହୋଇଛି। ଅନ୍ତିମ ୧୦ ଓଭରରେ ନିୟନ୍ତ୍ରଣକୁ ନେଇ ଚେନ୍ନାଇ ମ୍ୟାଚ୍‌ ହାତେଇ ନେଇଥିଲା। କୋଲକାତା ବିପକ୍ଷରେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଉଭୟ ଦଳରେ ବିଗ୍‌ ହିଟରମାନେ ରହିଥିବାରୁ ଆବୁଧାବିର ଏହି ଟ୍ରାକ୍‌ରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଶୁବମନ ଗିଲ୍‌ ତାଙ୍କ ତୃତୀୟ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ସେ ଜଣେ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ। ସେ ଏକ୍ସଟ୍ରା କଭର ଉପର ଦେଇ ଛକା ମାରିବାର କ୍ଷମତା ରଖନ୍ତି। ମୁମ୍ବାଇ ପାଇଁ ସେ ଉପଯୋଗୀ ସାବ୍ୟସ୍ତ ହେବେ। ସୀମିତ ଓଭର କ୍ରିକେଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତ ଶର୍ମା ଜଣେ ଅସାଧାରଣ ବ୍ୟାଟ୍ସମ୍ୟାନ ରୂପେ ନିଜକୁ ପ୍ରମାଣିତ କରିଛନ୍ତି। ଇତିମଧ୍ୟରେ ବେଶ୍‌ ଅଭିଜ୍ଞତା ହାସଲ କରିଥିବାର ରୋହିତ କୋଲକାତା ପାଇଁ ସମସ୍ୟା ସୃଷ୍ଟି କରିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରତିପକ୍ଷ ଦଳର ତାରକା ବୋଲର ସୁନୀଲ ନାରିନ, କୁଲଦୀପ ଯାଦବ ଓ ପ୍ୟାଟ୍‌ କୁମିନ୍ସଙ୍କ ଭଳି ବୋଲରଙ୍କୁ ମହଙ୍ଗା ସାବ୍ୟସ୍ତ କରିବାର କ୍ଷମତା ରଖୁଛନ୍ତି। ଦ୍ୱିତୀୟ ଦ୍ରୁତ ବୋଲର ଭାବେ କମଳେଶ ନାଗରକୋଟଇ କିମ୍ବା ପ୍ରସିଦ୍ଧ କ୍ରିଷ୍ଣା ସ୍ଥାନ ପାଇପାରନ୍ତି। ହାର୍ଦ୍ଦିକଙ୍କ ଭଳି ଆନ୍ଦ୍ରେ ରସେଲ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ। କୋଲକାତା ତରଫରୁ ସେ ଉପଯୋଗୀ ସାବ୍ୟସ୍ତ ହେବେ। ଟି୨୦ରେ ରେସେଲ ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ଗତ ସଂସ୍କରଣରେ ରସେଲ ୫୨ଟି ଛକା ମାରିଥିଲେ। ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ପଠାଇଥିବାରୁ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ଖୋଲାଖୋଲି ସମାଲୋଚନା କରିଥିଲେ। ତେବେ ଏଥର ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଇବେ। ଏହା ହେଲେ ସେ ପ୍ରତିପକ୍ଷ ବୋଲିଂକୁ ମାମୁଲି ସାବ୍ୟସ୍ତ କରି ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ରସେଲଙ୍କୁ ଅତିକମ୍‌ରେ ୬୦ଟି ବଲ ବ୍ୟାଟିଂକରିବାକୁ ସୁଯୋଗ ଦିଆଯିବ। ଯଦି ତାଙ୍କୁ ଭାଗ୍ୟଦେବୀ ସହାୟ ହୁଅନ୍ତି ତା’ହେଲେ ସେ ଦ୍ୱିଶତକ ହାସଲ କରିପାରିବେ ବୋଲି କୋଲକାତା ମେଣ୍ଟର ଡେଭିଡ୍‌ ହସି କହିଛନ୍ତି। ପୁଣି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଆନ ମୋର୍ଗାନ କୋଲକାତା ଦଳରେ ସାମିଲ ଅଛନ୍ତି। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହ୍ବାଇଟ୍‌ ବଲ୍‌ ଅଧିନାୟକ ବିବେଚିତ ହେଉଛନ୍ତି। ସେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଭିନ୍ନ ପରାମର୍ଶ ଦେଇପାରିବେ। କୋଲକାତା ଦଳରେ ନାରିନ, ଟମ୍‌ ବାଣ୍ଟୋନ, ରସେଲ ଓ କୁମିନ୍ସଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି। ଏପରିସ୍ଥଳେ ମୋର୍ଗାନ କିପରି ଦଳରେ ସ୍ଥାନ ପାଇବେ ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସମସ୍ୟାରେ ପଡିବ।
ଅପରପକ୍ଷରେ ମୁମ୍ବାଇ ଦଳରେ ଟ୍ରେଣ୍ଟ ବୋଲ୍ଟଙ୍କ ବଦଳରେ ନାଥନ କଲ୍ଟର- ନାଇଲଙ୍କୁ ସାମିଲ କରାଗଲେ ଦଳ ଅଧିକ ସନ୍ତୁଳିତ ହେବ। ଶନିବାର ଭଲ ଆରମ୍ଭ କରିଥିଲେ ମଧ୍ୟ ମୁମ୍ବାଇ ୧୬୨/୯ରେ ସୀମିତ ରହିଥିଲା। ଭଲ ଷ୍ଟ୍ରାଇକ ରୋଟେଟ କରିପାରୁ ନ ଥିବା ସୌରଭ ତିଓ୍ବାରୀଙ୍କ ବଦଳରେ ଏବେ ବିସ୍ଫୋରକ ଇଶାନ କିଷନଙ୍କୁ ଦଳ ଖେଳାଇପାରେ। ଡେଥ୍‌ ଅଫ୍‌ କିଙ୍ଗ୍‌ କୁହାଯାଉଥିବା ଯଶପ୍ରୀତ ବୁମ୍‌ରା ଚେନ୍ନାଇ ବିପକ୍ଷରେ ୪୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ନିଜର ପ୍ରଦର୍ଶନରେ ସୁଧାର ଆଣିବାକୁ ପ୍ରୟାସ କରିବେ। ଦ୍ରୁତ ବୋଲରଙ୍କୁ ବାଦ୍‌ ଦେଲେ କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଚହରଙ୍କ ଭଳି ସ୍ପିନର ମୁମ୍ବାଇ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ହାର୍ଦ୍ଦିକ ଓ କିରନ ପୋଲାର୍ଡ ମଧ୍ୟ ଭଲ କାମଚଳା ବୋଲିଂ କରିପାରିବେ। ଉଭୟ ହାର୍ଦ୍ଦିକ ଓ ପୋଲାର୍ଡ ଚେନ୍ନାଇ ବିପକ୍ଷରେ ବୋଲିଂ କରି ନ ଥିଲେ। ଏଥର କିନ୍ତୁ ଦାୟିତ୍ୱ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?