Posted inଖେଳ

ଲଢ଼ିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରିଲା ନାହିଁ ହାଇଦ୍ରାବାଦ୍‌

ଚେନ୍ନାଇ, ୧୧ା୪- ମନୀଷ ପାଣ୍ଡେ ଓ ଜନ୍ନି ବେଆରଷ୍ଟୋଙ୍କ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ୧୮୮ ରନ୍‌ର ବିଶାଳ ଟାର୍ଗେଟର ପିଛା କରିଥିବା ହାଇଦ୍ରାବାଦ୍‌ ପ୍ରାରମ୍ଭିକ ଉଇକେଟ୍‌ ହରାଇଥିଲା। କିନ୍ତୁ ସ୍ଥିତି ସମ୍ଭାଳିଥିଲେ ମନୀଷ ପାଣ୍ଡେ ଓ ଜନ୍ନି ବେଆରଷ୍ଟୋ। ଦୁଇ ବ୍ୟାଟ୍ସମ୍ୟାନ ତୃତୀୟ ଉଇକେଟ ପାଇଁ ୯୨ ରନ୍‌ କରିଥିଲେ। ଦୁହିଁଙ୍କ ଯୋଗୁ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଜିତିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ବେଆରଷ୍ଟୋ (୫୫ ରନ୍‌, ୫ ଚୌକାଓ ୩ ଛକା) ଆଉଟ୍‌ ହେବା ପରେ ମଧ୍ୟ ଚାପର ବଶବର୍ତ୍ତୀ ହୋଇ ନ ଥିଲେ ପାଣ୍ଡେ। ମାତ୍ର ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ଠାରୁ ମିଳିଥିଲା ଉଚିତ ସହଯୋଗ । ଶେଷ ଆଡ଼କୁ ଅବଦୁଲ ସମଦ (୧୯ ରନ୍‌, ୨ ଛକା ) ଖେଳିଥିଲେ କିଛି ବଡ଼ ଶଟ୍‌। ହେଲେ ତାହା ଯଥେଷ୍ଟ ନ ଥିଲା। ହାଇଦ୍ରାବାଦ୍‌ ଶେଷ ପର୍ଯ୍ୟନ୍ତ ଖେଳି ୫ ଉଇକେଟ ହରାଇ ୧୭୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆର ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ୍‌ କରିଥିଲା। ଦଳ ପାଇଁ ଓପନର ନୀତିଶ ରାଣା (୮୦ ରନ୍‌, ୫୬ ବଲ, ୯ ଚୌକା ଓ ୪ ଛକା) ଓ ରାହୁଲ ତ୍ରିପାଠି (୫୩ ରନ୍‌, ୨୯ ବଲ, ୫ ଚୌକା ଓ ୨ ଛକା) ଖେଳିଥିଲେ ବିସ୍ପୋରକ ଅର୍ଦ୍ଧଶତକୀୟ ପାଳି। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୯୩ ରନ୍‌। ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବା ପରେ ହାଇଦ୍ରାବାଦ ମ୍ୟାଚ୍‌କୁ ଫେରିଥିଲା। ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ ୨୨ ରନ୍‌ କରିଥିଲେ। ସନରାଇର୍ସ ପକ୍ଷରୁ ରଶିଦ ଖାଁ ଓ ମହମ୍ମଦ ନବି ହାତେଇଥିଲେ ୨ ଲେଖାଏ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri