Posted inଖେଳ

ବିଜୟ ସହ ତୃତୀୟରେ କୋଲକାତା

ଆବୁଧାବି, ୮।୧୦:  ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬୭ ରନରେ ଅଲଆଉଟ ହୋଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ହେଉଥିବାବେଳେ ଚେନ୍ନାଇ ୧୫ ରନ କରି ପାରିଥିଲା। ବିଜୟ ସହ କୋଲକାତା ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ପୂର୍ବ ମ୍ୟାଚକୁ ୧୦ ଉଇକେଟରେ ଜିତିଥିବା ଚେନ୍ନାଇ ଏଠାରେ ୩୦ ରନରେ ଓପନର ଫାଫ୍‌ ଡୁପ୍ଲେସି(୧୭ରନ, ୧୦ ବଲ, ୩ ଚୌକା)ଙ୍କ ଉଇକେଟ ହରାଇଥିଲେ ହେଁ ଶେନ ଓ୍ବାଟସନ ଓ ଅମ୍ବାତି ରାୟୁଡ଼ୁ ଦ୍ୱିତୀୟ ଉଇକେଟରେ ୬୯ ରନର ଭାଗୀଦାରି ଗଢ଼ି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାରେ ମ୍ୟାଚର ମୋମେଣ୍ଟମରେ ପରିବର୍ତ୍ତନ ହୋଇଥିଲା। ୧୩ତମ ଓଭରରେ ବୋଲିଂ କରିବାକୁ ଆସିଥିବା କମଲେଶ ନାଗରକୋଟି ପ୍ରଥମ ବଲ୍‌ରେ ରାୟୁଡ଼ୁଙ୍କୁ ଆଉଟ କରି ଦଳକୁ ବଡ଼ ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୭ ବଲ୍‌ ଖେଳିଥିବା ରାୟୁଡ଼ୁ ୩ ଚୌକା ସହ ୩୦ ରନ କରିଥିଲେ। ପରେ ଓ୍ବାଟସନ(୫୦ ରନ, ୪୦ ବଲ, ୬ ଚୌକା, ୧ ଛକା) ଅର୍ଦ୍ଧଶତକ ହାସଲ କରି ଆଉଟ ହେବାରୁ ଚେନ୍ନାଇ ଉପରେ ଚାପ ପଡ଼ିଥିଲା। ଧୋନୀ ୧୨ ବଲ୍‌ରୁ ମାତ୍ର ୧୧ ରନ କରି ପାରିଥିଲେ। କେଦାର ଯାଦବଙ୍କ ଖରାପ ଫର୍ମ ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ସାଜିଥିଲା। ଡେଥ୍‌ ଓଭରରେ ସେ ୧୨ ବଲ୍‌ ଖେଳିଥିଲେ ହେଁ ମାତ୍ର ୭ ରନ ସ୍କୋର କରିଥିଲେ। କୋଲକାତା ପକ୍ଷରୁ କମଲେଶ ନାଗରକୋଟି, ଶିବମ୍‌ ମାଭି, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା। ଏହା ପୂର୍ବରୁ ୨୦୧୫ ମେ’ରେ କୋଲକାତା ଟସ୍‌ ଜିତି ଶେଷଥରପାଇଁ ବ୍ୟାଟିଂ ନେଇଥିଲା। ଇତିମଧ୍ୟରେ ୩୩ଥର ଟସ୍‌ ଜିତିଥିଲେ ହେଁ ପ୍ରଥମଥରପାଇଁ ପୁଣି ସେହି ନିଷ୍ପତ୍ତି ନେଇଥିଲା। ଦଳରେ କୌଣସି ଖେଳାଳି ପରିବର୍ତ୍ତନ କରାଯାଇ ନ ଥିଲେ ହେଁ ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ହୋଇଥିଲା। ଶୁବମନ୍‌ ଗିଲ୍‌ଙ୍କ ସହ ଇନିଂସ ଓପନ କରିବାକୁ ଆସିଥିଲେ ରାହୁଲ ତ୍ରିପାଠୀ। ପୂର୍ବ ମ୍ୟାଚଗୁଡ଼ିକରେ ଓପନର ଦାୟିତ୍ୱ ତୁଲାଇଥିବା ସୁନୀଲ ନାରିନ ୪ ନମ୍ବର ସ୍ଥାନରେ ଆସିଥିଲେ। ଓପନିଂ ଯୋଡ଼ିରେ ୨୬ ବଲ୍‌ରୁ ୩୭ ରନ ଯୋଗ ହେବାପରେ ଶୁବମନ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ନୀତୀଶ ରାଣା ୯ , ନାରିନ ୧୭ ଓ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଇଅନ ମୋର୍ଗାନ ୭ ରନରେ ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨ ରନରେ ଆଉଟ ହେବା ଦଳକୁ ବଡ଼ ଝଟ୍‌କା ପହଞ୍ଚାଇଥିଲା। ଟପ୍‌ ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ରାହୁଲ ତ୍ରିପାଠୀଙ୍କ ଉପରେ ଚାପ ବଢ଼ାଇଥିଲା। ତେବେ ସେ ଦୃଢ଼ ବ୍ୟାଟିଂ ଜାରିରଖି ଦଳକୁ ସମ୍ମାନଜନକ ସ୍କୋର ପଥରେ ଆଗେଇ ନେଇଥିଲେ। ୫୧ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୮୧ ରନ କରିଥିବାବେଳେ ରାହୁଲ ଡ୍ବେନ ବ୍ରାଭୋଙ୍କ ଏକ ୟର୍କର ଖେଳିବାକୁ ଯାଇ ଶର୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଶେନ ଓ୍ବାଟସନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆଇପିଏଲ୍‌-୨୦୨୦ରେ ବ୍ରାଭୋଙ୍କର ଏହା ପ୍ରଥମ ଉଇକେଟ ଥିଲା। ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଖରାପ ଫର୍ମ ଜାରି ରଖି ୧୧ ବଲ୍‌ରୁ ମାତ୍ର ୧୨ ରନ କରିପାରିଥିଲେ। ପ୍ୟାଟ୍‌ କୁମିନ୍ସ ୯ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନରେ ଅପରାଜିତ ରହିବାରୁ କୋଲକାତା ସ୍କୋର ୧୬୭ରେ ପହଞ୍ଚତ୍ଥିଲା। ଶେଷ ଓଭରରେ ନାଇଟ ରାଇଡର୍ସ ୩ ଉଇକେଟ ହରାଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ବୋଲରଙ୍କ ମଧ୍ୟରେ ଡ୍ବେନ ବ୍ରାଭୋ ସର୍ବାଧିକ ୩ଟି ଏବଂ ଶାର୍ଦ୍ଦୁଳ ଠାକୁର, କର୍ନ ଶର୍ମା ଓ ସାମ୍‌ କୁରାନ ୨ଟି ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୬୭/ଅଲଆଉଟ (ରାହୁଲ ତ୍ରିପାଠୀ-୮୧, ବ୍ରାଭୋ-୩/୩୭, କର୍ନ-୨/୨୫, ଶାର୍ଦ୍ଦୁଳ-୨/୨୮, ସାମ୍‌ କୁରାନ-୨/୨୬)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୭/୫(ଓ୍ବାଟସନ-୫୦, ରାୟୁଡ଼ୁ-୩୦, ମାଭି-୧/୩୨, ନାଗରକୋଟି-୧/୨୧, ନାରିନ-୧/୩୧, ବରୁଣ-୧/୨୮, ରସେଲ-୧/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିର ଦିନରେ କ୍ରିକେଟ୍‌ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ

କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ତା’ପରେ ଅନେକ ମଧ୍ୟ ଭାଙ୍ଗିଥାଏ। ଯଦିଓ କେଉଁ ଦଳ କିମ୍ବା ଖେଳାଳି ତାଙ୍କ ନାମରେ ଏକ...

ବାଲେ ଦାନ କଲେ ୫ଲକ୍ଷ ପାଉଣ୍ଡ

ଲଣ୍ଡନ, ୨୪ା୪ (ଏଏଫ୍‌ପି)-କରୋନାରେ ଆକ୍ରାନ୍ତଙ୍କ ରୋଗୀଙ୍କ ଚିକିତ୍ସା ଷ୍ଟାର ଫୁଟ୍‌ବଲ ଖେଳାଳି ଗ୍ୟାରେଥ୍‌ ବାଲେ କାର୍ଡିଫ୍‌ସ୍ଥିତ ଏକ ହସ୍ପିଟାଲକୁ ୫ ଲକ୍ଷ ପାଉଣ୍ଡ (୬୧୫,୦୦୦ ଡଲାର)...

ଏମିତି କାମ କରି ଜରିମାନା ଦେଲେ ଜାଡେଜା

ସାଧାରଣତଃ ସେଲିବ୍ରିଟିମାନେ ରାସ୍ତାରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଯଦି ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବର୍ଜନା ପକାଇବାରେ...

ମନୀଷ କୁମାର ଜାତୀୟ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା

ରୋମ,୧୭ା୫(ଏଏଫ୍‌ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍‌ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ...

ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍‌ରୁ ୧୫ କୋଟି ଟଙ୍କା ଆୟ କରିବ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

କଲମ୍ବୋ,୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ପ୍ରଥମ ତିନୋଟି ଦିନିକିଆ ଦୁଇ ଦେଶ ମଧ୍ୟରେ ଖେଳାଯିବ ଏବଂ...

ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…

ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ...

ହିମାଙ୍କୁ ପୋଲିସ ଡିଏସ୍‌ପି ନିଯୁକ୍ତି

ଗୁଆହାଟୀ, ୨୭ ୨ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କଠାରୁ ସେ ନିଯୁକ୍ତିପତ୍ର...

Advertisement
Archives

Model This Week