ଉଚ୍ଚଶିକ୍ଷିତ ଯୁବକଙ୍କୁ ରାସ୍ତାରେ ବାନ୍ଧି ପିଟିଲେ

ନବରଙ୍ଗପୁର/ଚନ୍ଦାହାଣ୍ଡି,୧ା୮(ବି.ପ୍ର/ ଡି.ଏନ୍‌.ଏ.): ଭୁଲିଗଲେ ମାନବିକତା। ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଚୋର କରି ବାନ୍ଧି ପିଟିଲେ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତର ମୋତିଗାଁରେ ରବିବାର ଏଭଳି ଅମାନବୀୟ ଘଟଣା ଘଟିଛି। ଝରିଗାଁ ବ୍ଲକ ଡରକିଗୁଡ଼ା ଗ୍ରାମର ବୃନ୍ଦାବନ ସାନ୍ତାଙ୍କୁ କେତେଜଣ ବ୍ୟକ୍ତି ହାତବାନ୍ଧି ମାରିଛନ୍ତି। ମାଡ଼ ମାରିବା ପରେ ଅଭିଯୁକ୍ତମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ସୂଚନା ଅନୁଯାୟୀ, ସକାଳେ ବୃନ୍ଦାବନ ବାଇକ ଯୋଗେ ତାଙ୍କର ସହପାଠୀ ଭୁଜବଳ ମାଝିଙ୍କ ନିକଟକୁ ଯାଇଥିଲେ। ଫେରିବା ସମୟରେ ରାସ୍ତାରେ ପେଟ୍ରୋଲ ସରିଯିବାରୁ ମୋତିଗାଁ ରାସ୍ତାପାର୍ଶ୍ୱରେ ବାଇକ୍‌ ରଖି ଗଛ ମୂଳରେ ବସିଥିଲେ। ଏହି ସମୟରେ ସ୍ଥାନୀୟ କେତେଜଣ ବ୍ୟକ୍ତି ବୃନ୍ଦାବନଙ୍କୁ ପିଲାଚୋର ଏବଂ ବାଇକ୍‌ ଚୋର କହି ହାତବାନ୍ଧି ଉଲଗ୍ନ କରି ନିର୍ଧୁମ ପିଟିଥିଲେ। ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ବୃନ୍ଦାବନଙ୍କୁ ଉଦ୍ଧାର କରିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ଓ ତଦନ୍ତ ପରେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶରୀରରେ ଗଭୀର ଆଘାତ ଲାଗିବା ସହ ସେ ଅଚେତ ଥିଲେ। ବୃନ୍ଦାବନଙ୍କ ବାପା ବୈଦ୍ୟ ସାନ୍ତା ଘଟଣା ନେଇ ମୋତିଗାଁ ଗ୍ରାମର କ୍ଷୀରଚନ୍ଦ୍ର ନାୟକ, ବବିନା ତ୍ରିପାଠୀ, ସିରାଜ ଶ୍ରୋ, ବୁଧେଶ୍ୱର ଶ୍ରୋ, କ୍ଷେତରାଜ ଶ୍ରୋ, ବନବାସୀ ନାୟକ, କପିଳ ରାଣା, ଦୁସା ତ୍ରିପାଠୀ, ଫୁଣ୍ଡେଲପଡ଼ା ଗ୍ରାମର ମୋହନ ନାୟକ, ଉଗ୍ରେସନ ପଟେଲନଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ଏକ ମାମଲା(୯୩/୨୨) ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ପ୍ରେମାନନ୍ଦ ସୁନାନି କହିଛନ୍ତି।
ସୂଚନାଯୋଗ୍ୟ, ବୃନ୍ଦାବନ କୋରାପୁଟସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିଲେ। ଯୁକ୍ତ ୩ ପରେ ସେ ଚେନ୍ନାଇରେ ଏମ୍‌ଏ କରିଥିଲେ। ଏବେ ପଣ୍ଡିଚେରୀରେ ପିଏଚ୍‌ଡି କରୁଛନ୍ତି। ସେ ଅଲେଖ ଧର୍ମାବଲମ୍ବୀଙ୍କ ବେଶରେ ଥିବାବେଳେ ତାଙ୍କୁ ଲୋକେ ଚୋର ବୋଲି ଭାବିଥିଲେ। ପଡ଼ୋଶୀ କଳାହାଣ୍ଡି ଜିଲାରେ ଡକାୟତି ଦଳ ମାତିଥିବାରୁ ଅଞ୍ଚଳର ଲୋକେ ବାହାର ଲୋକଙ୍କୁ ସନ୍ଦେହ ନଜରରେ ଦେଖୁଛନ୍ତି। ଏ ନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚରେ ‘ସୀତାରାମ-ସୀତାରାମ’ ଜପ କରୁଥିଲେ ଆର୍ଯ୍ୟବୀର; ରୋମାଞ୍ଚକର ଘଟଣା ବିଷୟରେ ବାପାଙ୍କୁ ଜଣାଇଥିଲେ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ଟାଇଟଲ ଜିତିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଶେଷ ବଲରେ…

‘ଆମେ ମଣିଷ, ମେସିନ୍‌ ନୁହେଁ’; ଗମ୍ଭୀରଙ୍କ ବୟାନ ପରେ ଏଭଳି କହିଲେ ଆୟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟରଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ବେଳେ ଏଥିରେ ଭିନ୍ନ…

‘ଦୀପାବଳିରେ ପାକିସ୍ତାନ ଆମକୁ ଗାଳିଗୁଲଜ କରିଥିଲା’: ଆକ୍ରମଣାତ୍ମକ ଉତ୍ସବ ପାଳନ ପଛର ପ୍ରକୃତ କାରଣ କହିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୪, ଶନିବାର ଭାରତ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରି ‘ଅଣ୍ଡର-୧୯ ଏସିଆ କପ’ ଟାଇଟଲ ହାସଲ କରିଛି। ମୋହିତ ଉଲଭା ବିଜୟସୂଚକ ଶଟ…

କ୍ରିକେଟ ପ୍ରଶଂସକଙ୍କ ପାଇଁ ବଡ଼ ଖବର, କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି (ICC) ମୁଖ୍ୟ ହେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୧୧: ସୋମବାର ସକାଳେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି: ଜୟ ଶାହାଙ୍କୁ ଆଇସିସି (ICC) ଅଧ୍ୟକ୍ଷ ଭାବରେ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ…

ଭଙ୍ଗା ଆଜବେଷ୍ଟସ୍‌ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଗଛ ଲଗାଇବା ପ୍ରତି ଅଧିକ ଧ୍ୟାନଦେବା, ନିୟମ ମାନି ଚଳିଲେ…

ଭୁବନେଶ୍ୱର,୧୬।୧୧: ବର୍ତ୍ତମାନ ବହୁତ ପରିମାଣରେ ଗଛ କଟାଯାଉଛି। କମ୍ପାନୀ, ବଡ଼ ବଡ଼ ଅଟ୍ଟାଳିକା ପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ସେଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଖରାଦିନେ…

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି; ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେବା ଏକ ଅତ୍ୟନ୍ତ ଖରାପ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ବିହାର ଦଳର ଅଧିନାୟକ ଭାବରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଅପରିପକ୍ୱ ଏବଂ…

ଡେବ୍ୟୁ କରିବାକୁ ଥିବା ଯଶ ଠାକୁରଙ୍କ ନାଁରେ ଏମିତି ରେକର୍ଡ, ସଚିନ ତେନ୍ଦୁଲକର-ଏମ.ଏସ. ଧୋନଙ୍କ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ,୧୬।୧୧: ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆ (ODI) ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି ଏବଂ ଏହି ସିରିଜକୁ ୩-୧ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?