Posted inଖେଳ

କୋହଲିଙ୍କ ତ୍ରୁଟି ଦର୍ଶାଇଲେ ଗମ୍ଭୀର

ନୂଆଦିଲ୍ଲୀ, ୧ା୧୨ (ପି.ଟି.): ସିଡ୍‌ନୀଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓପନିଂ ସ୍ପେଲ୍‌ରେ ତାଙ୍କର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ମାତ୍ର ୨ଓଭର ବୋଲିଂ ଦେଇ ମସ୍ତବଡ଼ ଭୁଲ୍‌ କରିଛନ୍ତି। ବିଶ୍ୱ କ୍ରିକେଟରେ ଅନ୍ୟ କେହି ଏପରି କରି ନ ଥାନ୍ତେ ବୋଲି କହିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର। କୋହଲିଙ୍କ ଅଧିନାୟକତ୍ୱର ଅନ୍ୟତମ ସମାଲୋଚକ ଗମ୍ଭୀର ଦୁଇଦଳର ଅଧିନାୟକଙ୍କ ମଧ୍ୟରେ ଏକ ତୁଳନା କରିଛନ୍ତି। ସେ କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ତାଙ୍କ ଦଳର ପ୍ରମୁଖ ପେସ୍‌ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କର ଠିକଣା ସଦୁପଯୋଗ କରିବାରୁ ଆୟୋଜକ ଦେଶ ପ୍ରଥମ ଦୁଇଟି ଅନ୍ତର୍ଜାତୀୟ ଦିନିକିଆରେ ସହଜ ବିଜୟ ଲାଭ କରିପାରିଛି। ପାଖରେ ଯଶପ୍ରୀତ ବୁମ୍‌ରାଙ୍କ ଭଳି ପ୍ରତିଭାସମ୍ପନ୍ନ ବୋଲର ଥିଲେ ନୂଆ ବଲ୍‌ରେ ତାଙ୍କୁ ମାତ୍ର ୨ ଓଭର ବୋଲିଂ ଦେବା ମସ୍ତବଡ଼ ଭୁଲ୍‌ ବୋଲି ଗମ୍ଭୀର କହିଛନ୍ତି। ତାଙ୍କ ମତରେ ଓନିଂ ସ୍ପେଲ୍‌ରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ପ୍ରତ୍ୟେକଙ୍କୁ ୫ ଓଭର ଲେଖାଏଁ ବୋଲିଂ ଦିଆଯିବା ଉଚିତ୍‌। ଦୁହେଁ ଟପ୍‌ ଅର୍ଡରରେ ଅତିକମ୍‌ରେ ୨ଟି ଉଇକେଟ ଖସାଇବା ଲାଗି ଉଦ୍ୟମ କରିବେ। ବର୍ତ୍ତମାନ ଅଷ୍ଟ୍ରେଲିଆର ୩ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌, ଡେଭିଡ୍‌ ଓ୍ବାର୍ନର ଏବଂ ଷ୍ଟିଭ୍‌ ସ୍ମିଥ୍‌ ଜବରଦସ୍ତ ଫର୍ମରେ ଅଛନ୍ତି। ଭାରତୀୟ ଦଳରେ ଯଦି କୌଣସି ବୋଲର ଏହି ୩ଜଣଙ୍କୁ ଆଉଟ କରିବା ଲାଗି ଦକ୍ଷତା ରଖିଥାନ୍ତି ସେ ହେଉଛନ୍ତି ବୁମ୍‌ରା। ପ୍ରଥମେ ୨ ଓଭର ବୋଲିଂ ଦେଇ ୧୦ ଓଭର ପରେ ବୋଲିଂ ପାଇଁ ଡାକିବା ବେଳକୁ ବଲ୍‌ ପୁରୁଣା ହୋଇଯାଇଥିବ। ସେତେବେଳ ଓ୍ବାର୍ନରଙ୍କ ଭଳି ଖେଳାଳିଙ୍କୁ ଆଉଟ କରିବା ସହଜ ହେବ ନାହିଁ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri