Posted inଖେଳ

କୋହଲିଙ୍କ ଦ୍ରୁତ ୧୩ ହଜାର ରନ୍‌

କଲମ୍ବୋ,୧୨।୯: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୧୩ ହଜାର ରନ୍‌। ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର-୪ ମ୍ୟାଚରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ୧୩ ହଜାର ରନ୍‌ ପୂରଣ କରିବାକୁ ୯୮ ରନ୍‌ ଆବଶ୍ୟକ ଥିଲା। ଏହି ମ୍ୟାଚ୍‌ରେ ଦିନିକିଆ କ୍ୟାରିୟରର ୪୭ତମ ଶତକ ପୂରଣ କରିବା ସହିତ ସମ୍ପୂର୍ଣ୍ଣ ଷ୍ଟାଇଲରେ ୧୩ ହଜାର ରନ୍‌ ପୂରଣ କରିଛନ୍ତି।

ଏହା ସହିତ ବିଶ୍ୱର ଦ୍ରୁତତମ ଖେଳାଳି ଭାବରେ କୋହଲି ୧୩ ହଜାର ରନ୍‌ କ୍ଲବରେ ପ୍ରବେଶ କରିଛନ୍ତି। ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି। ତେନ୍ଦୁଲକର ୩୨୧ ଇନିଂସରେ ୧୩ ହଜାର ରନ୍‌ ପୂରଣ କରିଥିବା ବେଳେ କୋହଲି ୨୬୭ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱର ପଞ୍ଚମ ଖେଳାଳି ଭାବରେ କୋହଲି ଅନ୍ତର୍ଜାତୀୟ ଦିନିକିଆରେ ୧୩ ହଜାର ରନ୍‌ ସମ୍ପୂର୍ଣ୍ଣ କରିଛନ୍ତି। ସଚିନ୍‌ ତେନ୍ଦୁଲକର (୧୮,୪୨୬ ରନ୍‌), କୁମାର ସଙ୍ଗକାରା(୧୪,୨୩୪ ରନ୍‌), ରିକି ପଣ୍ଟିଂ(୧୩, ୭୦୪ ରନ୍‌) ଓ ସନଥ ଜୟସୁରିୟା(୧୩,୪୩୦ ରନ୍‌) ପୂର୍ବରୁ ୧୩ ହଜାର କ୍ଲବରେ ସାମିଲ ଅଛନ୍ତି। ଏହା ସହିତ ଦିନିକିଆରେ ସର୍ବାଧିକ ଅର୍ଦ୍ଧଶତକରେ ମଧ୍ୟ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି କୋହଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ମ୍ୟାଚ ସମୟରେ ପଡିଆରେ ପଶିଲା କୋକିଶିଆଳୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୦।୭: କ୍ରିକେଟ ପଡ଼ିଆରେ ଲାଇଭ ମ୍ୟାଚ ସମୟରେ ଅନେକ ସମୟରେ ଅଜବ ଘଟଣା ଦେଖାଯାଏ । ବେଳେବେଳେ ବିଲେଇ, କୁକୁର, ମାଙ୍କଡ ଏବଂ ସାପ ମଧ୍ୟ...

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ନୀରବତା...

ଅଧାରେ ରହିବ ପାକିସ୍ତାନର ଆୟୋଜକ ହେବାର ସ୍ବପ୍ନ, ବିସିସିଆଇକୁ ସମର୍ଥନ କଲେ ଏସବୁ ଦେଶ

ନୂଆଦିଲ୍ଲୀ,୨୦।୭: ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି।...

ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ...

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ସାମି, କହିଲେ…

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରେକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ନିକଟରେ ଚର୍ଚ୍ଚା ଜୋର...

ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ

ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍‌ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ...

ପ୍ରଥମେ ଦେଶ ପରେ ବିବାହ…

ଶିମଲା,୨୦।୭: ପ୍ରଥମେ ଦେଶ, ତା’ପରେ ଭାଇଙ୍କ ବିବାହ, ତେଣୁ ମ୍ୟାଚ ହେତୁ ମୁଁ ଏହି ବିବାହରେ ଯୋଗ ଦେଇ ପାରିବି ନାହିଁ। ଭାରତୀୟ ମହିଳା କ୍ରିକେଟ...

ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri