Posted inଜାତୀୟ

ସ୍ତ୍ରୀଙ୍କ ମୃତଦେହ ସହ ୩୬ ଘଣ୍ଟା ବିତାଇଲେ ସ୍ବାମୀ

ନୂଆଦିଲ୍ଲୀ,୧୨।୯: ବଙ୍ଗଳା ବିକ୍ରି କରିବାକୁ ମନା କରିବାରୁ ଆଇନଜୀବୀ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ। ନୂଆଦିଲ୍ଲୀର ନୋଏଡ଼ା ସେକ୍ଟର-୩୦ରେ ଏଭଳି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ରେଣୁ ସିହ୍ନାଙ୍କ ନୋଏଡ଼ା ସେକ୍ଟର-୩୦ ଅଞ୍ଚଳରେ ଏକ ବଙ୍ଗଳା ରହିଛି। ଏହାକୁ ବିକ୍ରି କରିବାକୁ ତାଙ୍କ ସ୍ବାମୀ ନୀତିନ ନାଥ ସିହ୍ନା ଚାହୁଁଥିଲେ। ରେଣୁ ରାଜି ହେଉ ନ ଥିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତ ଶନିବାର କଳି ହେବାରୁ ନୀତିନ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ୩୬ ଘଣ୍ଟା ଧରି ଗୋଦାମ ଘରେ ଲୁଚାଇବା ସହ ନିଜେ ଲୁଚି ରହିଥିଲେ। ତେବେ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?