ରେକର୍ଡ ସ୍ତରରେ ନିଫ୍ଟିର କାରବାର

ନୂଆଦିଲ୍ଲୀ,୧୨।୯: ପ୍ରଥମ ଥର ପାଇଁ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିର କାରବାର ପ୍ରଥମ ପର୍ଯ୍ୟୟରେ ୨୦,୦୦୦ ଅଙ୍କ ପାର କରିଥିବା ବେଳେ ସୋମବାର କାରବାର ଶେଷ ବେଳେକୁ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା। ଏପରିକି ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିଫ୍ଟି ୨୦,୦୦୦ (୧୯,୯୯୬.୩୫) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଗତ କିଛି ସପ୍ତାହ ହେବ ଶେୟାର ବଜାରରେ ଉଚ୍ଚ ପ୍ରଦର୍ଶନ ଯୋଗୁ ନିଫ୍ଟି ୨୦,୦୦୦ ଅଙ୍କରେ ପହଞ୍ଚତ୍ଛି। ଏହା ପୂର୍ବରୁ ୨୦୨୩ ଜୁଲାଇରେ ମଧ୍ୟ ନିଫ୍ଟିର କାରବାର ସର୍ବୋଚ୍ଚ ସ୍ତରରେ ରହିଥିଲା। ୨୦୨୩ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ନିଫ୍ଟିର କାରବାର ୧୫% ବୃଦ୍ଧି ହୋଇଥିଲା। ଅପରପକ୍ଷରେ ସୋମବାରର କାରବାର ଶେଷ ସୁଦ୍ଧା ମିଡିଆ ଇଣ୍ଡଷ୍ଟ୍ରିକୁ ଛାଡ଼ି ଦେଲେ ବାକି ସମସ୍ତ ନିବେଶକଙ୍କର ନିବେଶ ବୃଦ୍ଧି ହୋଇଥିଲା। ସେହିଭଳି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସବୁଠାରୁ ଅଧିକ ଶେୟାର କିଣାଯାଇଥିଲା। ଏପରିକି ନିପ୍ଟି ବ୍ୟାଙ୍କିଙ୍ଗ୍‌ ୪୧୪ ପଏଣ୍ଟ ବୃଦ୍ଧି ଘଟି ୪୫,୫୭୦ ଅଙ୍କର ପହଞ୍ଚତ୍ଛି। ସେହିପରି ନିଫ୍ଟି ଆଇଟି, ଅଟୋ, ଏନର୍ଜି, ଏଫ୍‌ଏମ୍‌ସିଜି ଓ ମେଟାଲ୍ସ, ଫାର୍ମା, ହେଲ୍‌ଥକେୟାର ଭଳି ନିବେଶକମାନେ ଲାଭରେ ରହିଥିଲେ। ଉଲ୍ଲେଖଯୋଗ୍ୟ, ନିପ୍ଟି ମିଡ୍‌ କ୍ୟାପ୍‌,ସ୍କଲକ୍ୟାପ, ବ୍ୟାଙ୍କିଙ୍ଗ୍‌ ଆଦି କ୍ଷେତ୍ରରେ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଫଳରେ ନିଫ୍ଟି ମିଡ୍‌ କ୍ୟାପ୍‌ ଇଣ୍ଡେକ୍ସ ୪୬୬ ଅଙ୍କ ଉପରକୁ ଉଠି ୪୧,୫୫୫ ଅଙ୍କରେ ବନ୍ଦ ହୋଇଥିଲାବେଳେ ସ୍ମଲ୍‌ କ୍ୟାପ୍‌ ଇଣ୍ଡେକ୍ସ ୧୭୦ ଅଙ୍କ ଉପରକୁ ଉଠି ୧୨୯୮୨ ଅଙ୍କରେ ବନ୍ଦ ହୋଇଥିଲା। ବିଶେଷ କରି ନିଫ୍ଟି ୫୦ର ଶେୟାରଗୁଡିକ ମଧ୍ୟରୁ ୪୫ ଶେୟାରର କାରବାର ବୃଦ୍ଧି ହୋଇଥିବା ବେଳେ ୫ଟି ଶେୟାରର କାରବାର ହ୍ରାସ ଘଟିଛି। ଅପରପକ୍ଷରେ ସେନ୍‌ସେକ୍ସର ୩୦ ଶେୟାର ମଧ୍ୟରେ ୨୮ ଶେୟାରର କାରବାର ବୃଦ୍ଧି ହୋଇଥିବା ବେଳେ ୨ଟି ଶେୟାରର କାରବାର ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…

ପୁଡୁଚେରୀ,୧୧।୮: ୧୫ ଅଗଷ୍ଟ ପୂର୍ବରୁ ସାରା ଦେଶରେ ୨୦୨୬ ପାଇଁ ‘ହର ଘର ତ୍ରିରଙ୍ଗା’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ ହୋଇଛି। ଏହି ପଦକ୍ଷେପର ଅଂଶ…

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri