Posted inଖେଳ

ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍‌

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ଖେଳାଳି ନଜର ଆସିଛନ୍ତି।
ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଷ୍ଟ୍ରେଲିଆ ଯିବା ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ସାଥୀ ଖେଳାଳିଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ତାଙ୍କ ସହ ୟୁଜବେନ୍ଦ୍ର ଚହଲ ଏବଂ ପେସର୍‌ ହର୍ଷଲ ପଟେଲ ମଧ୍ୟ ନଜର ଆସିଛନ୍ତି। ବିରାଟ ଏହାର କ୍ୟାପସନରେ ଲେଖିଛନ୍ତି, ’ଅଷ୍ଟ୍ରେଲିଆ ଅଭିମୁଖେ…। ଆଗାମୀ ଦିନଗୁଡିକ ଚମତ୍କାର ହେବ।
ବିରାଟ କୋହଲିଙ୍କ ଏହି ଫଟୋରେ ତାଙ୍କ ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲୋକମାନେ ଏହାର ମୂଲ୍ୟ ଜାଣିବାକୁ ମଧ୍ୟ ଚାହୁଁଥିଲେ। ଏହି ଘଣ୍ଟା ରୋଲକ୍ସ କମ୍ପାନୀର ଅଟେ। ରୋଲକ୍ସର ୱେବସାଇଟରେ ଏହା ଦେଖିବାକୁ ମିଳିଥିଲା ଯେ ଏହି ଡେଟନ ମଡେଲର ଘଣ୍ଟାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା। ଏତିକି ଟଙ୍କାରେ ଏକ ଫ୍ଲାଟ୍‌ ମଧ୍ୟ କିଣି ହୋଇଯିବ। ବିରାଟ ମହଙ୍ଗା ଘଣ୍ଟାକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର ମଧ୍ୟ ଅଛି।
ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ମ୍ୟାଚ ସହିତ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ ଭାରତ। ଏହା ପୂର୍ବରୁ ଦଳ ପର୍ଥରେ ଏକ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର...

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର...

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ...

ପରିବର୍ତ୍ତନ ଲାଗି ପରାମର୍ଶ ଦେଲେ ଗାଭାସ୍କର

ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଆସନ୍ତା ରବିବାର ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଦଳ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର...

ତୃତୀୟ ସ୍ଥାନରେ ଭାରତ

ଦୁବାଇ,୨୮ା୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୦ରେ କ୍ଲିନ୍‌ ସୁଇପ୍‌ ପରେ ଭାରତ ସଦ୍ୟ ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତୃତୀୟ ସ୍ଥାନ...

ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ

କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ...

ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ

ଜୋହାନ୍ସବର୍ଗ, ୬ା୧(ଏ.ପି.)-ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଓ ଅନ୍ତିମ ଟେଷ୍ଟ ମ୍ୟାଚ ୩ ଦିନ ଭିତରେ ଶେଷ...

ଚେତାବନୀ ଦେଲା ପାକିସ୍ତାନ: ଭାରତ ଏସିଆ କପ୍‌ ଖେଳିବାକୁ ନ ଆସିଲେ ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବନି ଭାରତ

ଇସଲାମାବାଦ,୨୭।୧୧: ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ ଏବଂ...

Advertisement
Archives

Model This Week