Posted inଖେଳ

କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କିଙ୍ଗ୍‌ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ମନ୍ଥର ବୋଲିଂ କରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚ୍‌ରେ ବାଙ୍ଗାଲୋର ୯୭ ରନରେ ପରାସ୍ତ ହୋଇଥିଲା।
ଚଳିତ ସେସନ୍‌ରେ ଦଳ ପ୍ରଥମଥର ପାଇଁ ଏଭଳି ତ୍ରୁଟି କରିଥିବାରୁ ଆଇପିଏଲ୍‌ ଆଚରଣ ବିଧି ଅନୁସାରେ ୧୨ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିବା କୁହାଯାଇଛି। କୋହଲି ଏହି ମ୍ୟାଚ୍‌ରେ ସାଂଘାତିକ ଭାବେ ବିଫଳ ହୋଇଥିଲେ। ସେ ଦୁଇଟି ସହଜ କ୍ୟାଚ୍‌ ହାତଛଡ଼ା କରିଥିଲେ ଓ ବ୍ୟାଟିଂରେ ମଧ୍ୟ ବିଫଳ ହୋଇଥିଲେ। ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ୮୩ ଓ ୮୯ ରନ କରିଥିବା କୋହଲି ତାଙ୍କ କ୍ୟାଚ୍‌ ମିସ୍‌ କରିଥିଲେ। ଫଳରେ ରାହୁଲ ୬୯ ବଲର ସମ୍ମୁଖୀନ ହୋଇ ୧୩୨ ରନର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ଏହା ଯେକୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବାଧିକ ଆଇପିଏଲ୍‌ ସ୍କୋର ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇ ଗସ୍ତ ସମୟରେ ବିମାନରେ ଘଟିଲା ଏଭଳି ଘଟଣା: ଲୋକେ କହୁଛନ୍ତି ‘ ପୁଣି ଥରେ ହୃଦୟ ଜିତିନେଲେ ଧୋନୀ’

ନୂଆଦିଲ୍ଲୀ,୨୨।୮: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌। ବିଭିନ୍ନ ଟିମ୍‌ର ଖେଳାଳିମାନେ ଏହାକୁ ନେଇ ଦୁବାଇ ଯାତ୍ରା କରୁଛନ୍ତି। ଏହି କ୍ରମରେ ଚେନ୍ନାଇ...

ବିଜେନ୍ଦର-ଲୋପସାନ ମୁକାବିଲା

ନୂଆଦିଲ୍ଲୀ, ୧୩ା୩(ପି.ଟି.)- କୋଭିଡ୍‌ ପାଇଁ ଏକବର୍ଷ ପରେ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ଭାରତର ପ୍ରଫେସନାଲ ବକ୍ସର ବିଜେନ୍ଦର ସିଂ। ଚଳିତ ମାସ ୧୯ରେ ଏକ ସୁପର...

ହାମିଲଟନଙ୍କୁ କ୍ରମାଗତ ଦ୍ୱିତୀୟ ପୋଲ୍‌ ପୋଜିଶନ

ବୁଦାପେଷ୍ଟ, ୧୯ା୭ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ତାଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟାସଙ୍କୁ ପଛରେ ପକାଇ ହଙ୍ଗେରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପୋଲ୍‌ ପୋଜିଶନ ହାସଲ...

ଚା’ ବିକୁଛନ୍ତି ଏହି କ୍ରିକେଟ୍‌ର

ସୌରଭ ଗାଙ୍ଗୁଲିଙ୍କ ପରି ଖେଳାଳିଙ୍କ ସାମ୍ନାରେ ତାଙ୍କ ବୋଲିଂର ଶକ୍ତି ଦେଖାଇବା ପରେ ଯେକୌଣସି ବୋଲର ଆଗକୁ ଯିବାକୁ ସ୍ବପ୍ନ ଦେଖନ୍ତି। କିନ୍ତୁ ଏମିତି ଜଣେ...

ଓ୍ବିଲିୟମସନଙ୍କ ଶତକ ରୋକିଦେଲେ ଫ୍ୟାନ୍‌

ମାଉଣ୍ଟ ମାଉଙ୍ଗାନୁଇ,୨୬।୧୨: ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ...

ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ...

ଇଞ୍ଜୁରି: ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଲେ ସେରେନା

ପ୍ୟାରିସ୍‌,୧।୧୦(ଏପି): ଇଞ୍ଜୁରି ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସଙ୍କ ପିଛା ଛାଡୁନାହିଁ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଇଞ୍ଜୁରି କାରଣରୁ ଚଳିତ...

ଅଲିମ୍ପିକ୍ସ ଭିଲେଜରେ କାର୍ଡବୋର୍ଡ ବେଡ୍‌

ଟୋକିଓ,୧୦।୧(ଏପି)- ଚଳିତବର୍ଷର ଟୋକିଓ ଅଲିମ୍ପିକ୍ସ ଆଥଲେଟ ଭିଲେଜରେ ମଜଭୁତ କାର୍ଡବୋର୍ଡରେ ନିର୍ମିତ ବେଡ ରଖାଯିବ। ଏହି ବେଡ ୪୪୦ ପାଉଣ୍ଡ (୨୦୦ କେଜି) ଓଭନ ସମ୍ଭାଳି...

Advertisement
Archives

Model This Week