Posted inଖେଳ

‘କୋହଲିଙ୍କୁ ବିଶ୍ରାମ ଦରକାର’

ମୁମ୍ବାଇ,୨୦।୪: ଭାରତୀୟ କ୍ରିକେଟର୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଏକ ଶତକ ସ୍କୋର କରିବେ, ଏହି ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ ପ୍ରଶଂସକମାନେ ତାଙ୍କଠାରୁ ଏକ ଭଲ ଇନିଂସ ଆଶା କରୁଛନ୍ତି। ଟିମ ଇଣ୍ଡିଆ ଏବଂ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକତ୍ୱ ଛାଡିବା ପରେ ମଧ୍ୟ ସେ ବ୍ୟାଟ୍ସମ୍ୟାନ ଭାବରେ ଭଳ ପ୍ରଦର୍ଶନ କରିପାରି ନାହାଁନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ଶେଷ ମ୍ୟାଚରେ କୋହଲି ‘ଶୂନ’ରେ ଆଉଟ୍‌ ହୋଇଥିଲେ। ପ୍ରଥମ ବଲରେ ଖାତା ନ ଖୋଲି ପ୍ୟାଭିଲିୟନ ଫେରି ଥିଲେ। ଏହି କାରଣରୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ରବି ଶାସ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କୋହଲିଙ୍କୁ କ୍ରିକେଟରୁ ବିରତି ନେବାକୁ ପରାମର୍ଶ ଦେଇଛନ୍ତି। ଶାସ୍ତ୍ରୀ କହିଛନ୍ତି, ବାୟୋ-ବବୁଲ ସହିତ ଜଡିତ ପ୍ରତିବନ୍ଧକ ମଧ୍ୟରେ ଆମେ ଖେଳାଳିମାନଙ୍କର ଯତ୍ନ ନେବା ଉଚିତ୍‌। କୋହଲିଙ୍କଠାରେ ଆଉ ୬-୭ ବର୍ଷ କ୍ରିକେଟ୍‌ ବାକି ଅଛ। ତେଣୁ ତାଙ୍କୁ ବିଶ୍ରାମ ଆବଶ୍ୟକ।
ଆଇପିଏଲ ୨୦୨୨ ପୂର୍ବରୁ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଥିଲେ। ତା’ପରେ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ପ୍ରକଟ କରିଥିଲେ। କିନ୍ତୁ ଚଳିତ ସିଜିନ୍‌ରେ ସେ ହାରାହାରି ୭ଟି ମ୍ୟାଚରେ ୧୯.୮୩ରେ ମାତ୍ର ୧୧୯ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା...

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି।...

କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍‌ ଖେଳାଳି

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି।...

ଦିଲ୍ଲୀ ଟେଷ୍ଟରୁ ବାଦ୍‌ ପଡ଼ିଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍‌କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍‌...

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ...

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ...

ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…

ବମ୍ବେ: ଏକଦା ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ।  ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ...

ଫ୍ରେଞ୍ଚ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡ଼ାଲ, ଥିମ୍‌, ଓ୍ବାରିଙ୍କା

ପ୍ୟାରିସ୍‌, ୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ୍‌ ଖେଳାଳିମାନେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ଅଷ୍ଟ୍ରିଆର...

Advertisement
Archives

Model This Week