Posted inଖେଳ

ସେହ୍ବାଗଙ୍କ ଆଇପିଏଲ୍‌ ଏକାଦଶରେ କୋହଲି ଅଧିନାୟକ

ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ନିଜ ପସନ୍ଦର ଆଇପିଏଲ୍‌ ଏକାଦଶରେ ବିରାଟ କୋହଲିଙ୍କୁ ଅଧିନାୟକ କରିଛନ୍ତି। ଗତ ଲିଗ୍‌ରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ନେତୃତ୍ୱ ନେଇଥିଲେ। ଆର୍‌ସିବି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲେ ହେଁ ଏଲିମିନେଟରରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ହାରି ଯାଇଥିଲା। ଅଧିନାୟକ ମନୋନୟନ କ୍ଷେତ୍ରରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ହାଇଦ୍ରାବାଦର ଡେଭିଡ ଓ୍ବାର୍ନରଙ୍କ ଅପେକ୍ଷା କୋହଲିଙ୍କୁ ପସନ୍ଦ କରିଛନ୍ତି ସେହ୍ବାଗ। ପ୍ରଭାବୀ ପ୍ରଦର୍ଶନ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ସେ ୩ ନମ୍ବର ସ୍ଥାନରେ ରଖିଛନ୍ତି।
ପୂରା ପ୍ରତିଯୋଗିତାରେ ଆଧିପତ୍ୟ ବିସ୍ତାର କରିଥିବା ମୁମ୍ବାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ୫ମଥର ଟ୍ରଫି ହାସଲ କରିଥିଲା। ଆଇପିଏଲ ଶେଷରେ ଅନେକ କ୍ରିକେଟ ବିଶେଷଜ୍ଞ ସେମାନଙ୍କ ପସନ୍ଦର ଏକାଦଶ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ସେହ୍ବାଗ ଅନ୍ୟତମ। ସେ ନିଜ ପ୍ରାୟ ସମସ୍ତ ନିର୍ଭରଯୋଗ୍ୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ସେ ଓପନର ଭାବେ ଅରେଞ୍ଜ୍‌ କ୍ୟାପ୍‌ ଅଧିକାରୀ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଏବଂ ଆରସିବିର ଯୁବ ଖେଳାଳି ଦେବଦତ୍ତ ପଡିକାଲଙ୍କୁ ନେଇଛନ୍ତି। କୋହଲିଙ୍କୁ ୪ ଏବଂ ଓ୍ବାର୍ନରଙ୍କୁ ସେ ୫ମ ସ୍ଥାନ ଦେଇଛନ୍ତି। ”ଗତ ୩ ସିଜନଧରି ସୂର୍ଯ୍ୟକୁମାର ସ୍ଥିର ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି। ତେଣୁ ତାଙ୍କୁ ୩ ନମ୍ବର ସ୍ଥାନ ଦିଆ ଯାଇଛି। କୋହଲିଙ୍କୁ ୪ର୍ଥ ସ୍ଥାନ ଦେବାର ଅର୍ଥ ହେଲା ସେ ସବୁବେଳେ ରନ ସଂଗ୍ରହ ପ୍ରକ୍ରିୟା ଜାରି ରଖିଥାନ୍ତି। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛି। ଚମତ୍କାର ଫର୍ମରେ ଥିବା ଡେଭିଡ ଓ୍ବାର୍ନର ୫ମ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ। ଓ୍ବାର୍ନର ଓ କୋହଲିଙ୍କ ମଧ୍ୟରେ କାହାକୁ ଅଧିନାୟକ ଦାୟିତ୍ୱ ଦିଆଯିବ ବୋଲି ଦ୍ୱନ୍ଦ୍ୱରେ ଥିଲେ ହେଁ ଶେଷରେ ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ସପକ୍ଷରେ ଗଲି। କାରଣ ସେ ଇନିଂସ ଓପନ କରିପାରିବେ ମିଡିଲ ଅର୍ଡରରେ ମଧ୍ୟ ଦକ୍ଷତା ଦେଖାଇପାରିବେ“ ବୋଲି ସେହ୍ବାଗ ପ୍ରକାଶ କରିଛନ୍ତି। ୬ ନମ୍ବର ସ୍ଥାନ ପାଇଁ ଏବି ଡି’ଭିଲର୍ସ, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଥିଲେ। ମାତ୍ର ଗତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡି’ଭିଲର୍ସଙ୍କୁ ରଖାଯାଇଛି। ବୋଲରଙ୍କ ମଧ୍ୟରେ ସେହ୍ବାଗ ଚଳିତ ବର୍ଷର ଶ୍ରେଷ୍ଠ ୨ ଉଇକେଟ ହାସଲକାରୀ କାଗିଶୋ ରାବାଡ଼ା ଓ ଯଶପ୍ରୀତ ବୁମ୍‌ରାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ମହମ୍ମଦ ସାମିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ୟୁଜବେନ୍ଦ୍ର ଚହଲ ଓ ରଶିଦ ଖାଁ ଦୁଇ ସ୍ପିନର କୋଟା ପୂରଣ କରିଥିବାବେଳେ ସର୍ବାଧିକ ୩୦ଟି ଛକା ମାରିଥିବା ଇଶାନ କିଶନ ୧୨ତମ ଖେଳାଳିଭାବେ ରହିଛନ୍ତି।
ସେହ୍ବାଗଙ୍କ ଆଇପିଏଲ ଏକାଦଶ: ଲୋକେଶ ରାହୁଲ, ଦେବଦତ୍ତ ପଡିକାଲ, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି(ଅଧିନାୟକ), ଡେଭିଡ ଓ୍ବାର୍ନର, ଏବି ଡି’ଭିଲର୍ସ, ରଶିଦ ଖାଁ, ୟୁଜବେନ୍ଦ୍ର ଚହଲ, କାଗିଶୋ ରାବାଡ଼ା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଇଶାନ କିଶନ (ଦ୍ୱାଦଶ ଖେଳାଳି)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri