Posted inଖେଳ

ସେହ୍ବାଗଙ୍କ ଆଇପିଏଲ୍‌ ଏକାଦଶରେ କୋହଲି ଅଧିନାୟକ

ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ନିଜ ପସନ୍ଦର ଆଇପିଏଲ୍‌ ଏକାଦଶରେ ବିରାଟ କୋହଲିଙ୍କୁ ଅଧିନାୟକ କରିଛନ୍ତି। ଗତ ଲିଗ୍‌ରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ନେତୃତ୍ୱ ନେଇଥିଲେ। ଆର୍‌ସିବି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲେ ହେଁ ଏଲିମିନେଟରରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ହାରି ଯାଇଥିଲା। ଅଧିନାୟକ ମନୋନୟନ କ୍ଷେତ୍ରରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ହାଇଦ୍ରାବାଦର ଡେଭିଡ ଓ୍ବାର୍ନରଙ୍କ ଅପେକ୍ଷା କୋହଲିଙ୍କୁ ପସନ୍ଦ କରିଛନ୍ତି ସେହ୍ବାଗ। ପ୍ରଭାବୀ ପ୍ରଦର୍ଶନ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ସେ ୩ ନମ୍ବର ସ୍ଥାନରେ ରଖିଛନ୍ତି।
ପୂରା ପ୍ରତିଯୋଗିତାରେ ଆଧିପତ୍ୟ ବିସ୍ତାର କରିଥିବା ମୁମ୍ବାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ୫ମଥର ଟ୍ରଫି ହାସଲ କରିଥିଲା। ଆଇପିଏଲ ଶେଷରେ ଅନେକ କ୍ରିକେଟ ବିଶେଷଜ୍ଞ ସେମାନଙ୍କ ପସନ୍ଦର ଏକାଦଶ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ସେହ୍ବାଗ ଅନ୍ୟତମ। ସେ ନିଜ ପ୍ରାୟ ସମସ୍ତ ନିର୍ଭରଯୋଗ୍ୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ସେ ଓପନର ଭାବେ ଅରେଞ୍ଜ୍‌ କ୍ୟାପ୍‌ ଅଧିକାରୀ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଏବଂ ଆରସିବିର ଯୁବ ଖେଳାଳି ଦେବଦତ୍ତ ପଡିକାଲଙ୍କୁ ନେଇଛନ୍ତି। କୋହଲିଙ୍କୁ ୪ ଏବଂ ଓ୍ବାର୍ନରଙ୍କୁ ସେ ୫ମ ସ୍ଥାନ ଦେଇଛନ୍ତି। ”ଗତ ୩ ସିଜନଧରି ସୂର୍ଯ୍ୟକୁମାର ସ୍ଥିର ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି। ତେଣୁ ତାଙ୍କୁ ୩ ନମ୍ବର ସ୍ଥାନ ଦିଆ ଯାଇଛି। କୋହଲିଙ୍କୁ ୪ର୍ଥ ସ୍ଥାନ ଦେବାର ଅର୍ଥ ହେଲା ସେ ସବୁବେଳେ ରନ ସଂଗ୍ରହ ପ୍ରକ୍ରିୟା ଜାରି ରଖିଥାନ୍ତି। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛି। ଚମତ୍କାର ଫର୍ମରେ ଥିବା ଡେଭିଡ ଓ୍ବାର୍ନର ୫ମ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ। ଓ୍ବାର୍ନର ଓ କୋହଲିଙ୍କ ମଧ୍ୟରେ କାହାକୁ ଅଧିନାୟକ ଦାୟିତ୍ୱ ଦିଆଯିବ ବୋଲି ଦ୍ୱନ୍ଦ୍ୱରେ ଥିଲେ ହେଁ ଶେଷରେ ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ସପକ୍ଷରେ ଗଲି। କାରଣ ସେ ଇନିଂସ ଓପନ କରିପାରିବେ ମିଡିଲ ଅର୍ଡରରେ ମଧ୍ୟ ଦକ୍ଷତା ଦେଖାଇପାରିବେ“ ବୋଲି ସେହ୍ବାଗ ପ୍ରକାଶ କରିଛନ୍ତି। ୬ ନମ୍ବର ସ୍ଥାନ ପାଇଁ ଏବି ଡି’ଭିଲର୍ସ, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଥିଲେ। ମାତ୍ର ଗତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡି’ଭିଲର୍ସଙ୍କୁ ରଖାଯାଇଛି। ବୋଲରଙ୍କ ମଧ୍ୟରେ ସେହ୍ବାଗ ଚଳିତ ବର୍ଷର ଶ୍ରେଷ୍ଠ ୨ ଉଇକେଟ ହାସଲକାରୀ କାଗିଶୋ ରାବାଡ଼ା ଓ ଯଶପ୍ରୀତ ବୁମ୍‌ରାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ମହମ୍ମଦ ସାମିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ୟୁଜବେନ୍ଦ୍ର ଚହଲ ଓ ରଶିଦ ଖାଁ ଦୁଇ ସ୍ପିନର କୋଟା ପୂରଣ କରିଥିବାବେଳେ ସର୍ବାଧିକ ୩୦ଟି ଛକା ମାରିଥିବା ଇଶାନ କିଶନ ୧୨ତମ ଖେଳାଳିଭାବେ ରହିଛନ୍ତି।
ସେହ୍ବାଗଙ୍କ ଆଇପିଏଲ ଏକାଦଶ: ଲୋକେଶ ରାହୁଲ, ଦେବଦତ୍ତ ପଡିକାଲ, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି(ଅଧିନାୟକ), ଡେଭିଡ ଓ୍ବାର୍ନର, ଏବି ଡି’ଭିଲର୍ସ, ରଶିଦ ଖାଁ, ୟୁଜବେନ୍ଦ୍ର ଚହଲ, କାଗିଶୋ ରାବାଡ଼ା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଇଶାନ କିଶନ (ଦ୍ୱାଦଶ ଖେଳାଳି)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri