Posted inଖେଳ

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ,୨୫।୧୧(ପି.ଟି.): ସୁପରଷ୍ଟାର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପ୍ଲେୟର ଅଫ୍‌ ଦି ଡିକେଡ୍‌ ଅର୍ଥାତ୍‌ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି। ଗତ ଏକ ଦଶନ୍ଧିରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିବାରୁ ଆଇସିସି ଏହି ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କୁ ପୁରସ୍କାର ଦୌଡ଼ରେ ସାମିଲ କରିଛି। ଗତ ୧୦ ବର୍ଷରେ କୋହଲି ବହୁ ସଂଖ୍ୟାରେ ରନ୍‌ ସଂଗ୍ରହ କରି ୫ଟି ବର୍ଗରେ ପୁରସ୍କାର ପାଇଁ ନାମିତ ହୋଇଛନ୍ତି।
ଏହି ସମ୍ମାନଜନକ ପୁରସ୍କାର ପାଇଁ କୋହଲି ଓ ଅଶ୍ୱିନଙ୍କ ସମେତ ମୋଟ ୭ ଜଣ ଖେଳାଳି ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ବାଦ୍‌ ଦେଲେ ଇଂଲଣ୍ଡ ଜୋ ରୁଟ୍‌, ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଓ ଶ୍ରୀଲଙ୍କାର କୁମାର ସଙ୍ଗକାରା ମଧ୍ୟ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି।
ସେହିପରି ଦଶନ୍ଧିର ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ବର୍ଗରେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରନ୍‌ ମେଶିନ ରୋହିତ ଶର୍ମା କୋହଲି, ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଏବି ଡି’ଭିଲର୍ସ ଓ ସଙ୍ଗକାରା ସ୍ଥାନ ପାଇଛନ୍ତି।
କୋହଲି ଓ ରୋହିତ ପୁରୁଷ ଟି୨୦ ପ୍ଲେୟର ଅଫ୍‌ ଦି ଡେକାଡ ବର୍ଗରେ ସାମିଲ ହୋଇଛନ୍ତି। ଏହି ବର୍ଗରେ ସାମିଲ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଆଫଗାନିସ୍ତାନର ରସିଦ ଖାଁ, ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌, ଶ୍ରୀଲଙ୍କାର ଲାସିଥ୍‌ ମାଲିଙ୍ଗା ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ।
ସେହିପରି କୋହଲି ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଡିକେଡ୍‌ ଓ ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡେକାଡ୍‌ ବର୍ଗ ଦୌଡ଼ରେ ସାମିଲ ହୋଇଛନ୍ତି। କୋହଲିଙ୍କ ସମେତ ଧୋନୀ ମଧ୍ୟ ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡିକେଡ୍‌ ବର୍ଗରେ ସାମିଲ ହୋଇଛନ୍ତି।
୩ଟି ଯାକ ଫର୍ମାଟ୍‌କୁ ବିଚାର କଲେ କୋହଲି ୫୦ରୁ ଊର୍ଦ୍ଧ୍ୱ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେ ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ଅର୍ଜନ କରିସାରିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୭୧ ଓ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୧୦୦ଟି ଶତକ ହାସଲ କରି କୋହଲିଙ୍କ ଆଗରେ ରହିଛନ୍ତି। ସେହିପରି ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ କୋହଲି ୨୧,୪୪୪ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି। ପଣ୍ଟିଂ ୨୭,୪୮୩ ଓ ତେନ୍ଦୁଲକର ୩୪,୩୫୭ ରନ ସଂଗ୍ରହ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଗତ ଏକ ଦଶନ୍ଧିରେ କୋହଲି ୭,୦୦୦ ରନ କେବଳ ଟେଷ୍ଟରେ ସଂଗ୍ରହ କରିଛନ୍ତି। ସେହିପରି ସେ ଦିନିକିଆରେ ୧୧,୦୦୦ରୁ ଊର୍ଦ୍ଧ୍ୱ ଓ ଟି୨୦ରେ ୨୬,୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏକ ମତଦାନ ମାଧ୍ୟମରେ ସବୁ ପୁରସ୍କାର ବର୍ଗର ଅନ୍ତିମ ବିଜେତାଙ୍କ ନାମ ଘୋଷଣା କରାଯିବ।
ପୁରୁସ୍କାର ଦୌଡ଼ରେ ସାମିଲଥିବା ଖେଳାଳି ତାଲିକା
ପୁରୁଷ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି (ଭାରତ), ରବିଚନ୍ଦ୍ରନ ଅଶ୍ୱିନ (ଭାରତ), ଜୋ ରୁଟ୍‌ (ଇଂଲଣ୍ଡ), କେନ୍‌ ଓ୍ବିଲିୟମଶନ (ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ୍‌ (ଅଷ୍ଟ୍ରେଲିଆ), ଏବି ଡି’ଭିଲର୍ସ (ଦକ୍ଷିଣ ଆଫ୍ରିକା) ଓ କୁମାର ସଙ୍ଗକାରା (ଶ୍ରୀଲଙ୍କା)।
ପୁରୁଷ ଓଡିଆଇ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି , ଲାସିଥ ମାଲିଙ୍ଗା, ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଡି’ଭିଲର୍ସ, ରୋହିତ ଶର୍ମା (ଭାରତ), ମହେନ୍ଦ୍ର ସିଂ ଧୋନୀ (ଭାରତ) ଓ କୁମାର ସଙ୍ଗକାରା।
ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି, କେନ୍‌ ଓ୍ବିଲିୟମସନ, ଷ୍ଟିଭ୍‌ ସ୍ମିଥ୍‌, ଜେମ୍ସ ଆଣ୍ଡରସନ (ଇଂଲଣ୍ଡ), ରଙ୍ଗନା ହେରାଥ (ଶ୍ରୀଲଙ୍କା) ଓ ୟାସିର ଶାହା (ପାକିସ୍ତାନ)।
ପୁରୁଷ ଟି୨୦ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ରସିଦ ଖାଁ (ଆଫ୍‌ଗାନିସ୍ତାନ), ବିରାଟ କୋହଲି (ଭାରତ), ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ୍‌ (ଅଷ୍ଟ୍ରେଲିଆ), ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), କ୍ରିସ୍‌ ଗେଲ (ଓ୍ବେଷ୍ଟଇଣ୍ଡିଜ୍‌) ଓ ରୋହିତ ଶର୍ମା।
ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି, କେନ୍‌ ଓ୍ବିଲିୟମସନ, ବ୍ରେଣ୍ଡନ ମ୍ୟାକୁଲମ (ନ୍ୟୁଜିଲାଣ୍ଡ), ମିସବା-ଉଲ- ହକ୍‌ (ପାକିସ୍ତାନ), ମହେନ୍ଦ୍ର ସିଂ ଧୋନୀ (ଭାରତ), ଅନ୍ୟା ଶ୍ରୁବୋସ୍‌ଲେ (ଇଂଲଣ୍ଡ), କାଥେରାଇନ୍‌ ବ୍ରଣ୍ଟ (ଇଂଲଣ୍ଡ), ମାହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା) ଓ ଡାନିଏଲ ଭିଟୋରୀ (ନ୍ୟୁଜିଲାଣ୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri