ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀ ଶିକାର

ନୟାଗଡ଼,୧୬।୫(ଲୋକନାଥ ମିଶ୍ର)ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀଙ୍କ ଶିକାର। ନୟାଗଡ଼ ଜିଲାର ଗଁାଗହଳିର କୋଚିଲା ଗଛରେ ରହୁଥିବା ଏହି ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ପୁଣି ସାତକୋଶିଆ ଓ ଶିମିଳିପାଳ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବା ପରିବେଶବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି। ଶ୍ୱାସ ଓ ବାତରୋଗର ଉପଶମ ପାଇଁ ଏହି ପକ୍ଷୀଙ୍କୁ ଶିକାର କରାଯାଉଥିବାରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହୋଇଛି। ପୁଣି ପ୍ରାକୃତିକ ପରିବେଶ ଧ୍ୱଂସ, ଜଳବାୟୁ ପରିବର୍ତ୍ତନ କୋଚିଲାଖାଇ ପକ୍ଷୀଙ୍କ ସଂଖ୍ୟା ହ୍ରାସର ଅନ୍ୟତମ କାରଣ ହୋଇଛି। ସେହିପରି ଅଣ୍ଡିରା କୋଚିଲାଖାଇଙ୍କ ଶିକାର ହେଲେ ଏହି ପକ୍ଷୀଙ୍କ ବଂଶ ଲୋପ ପାଇବ ବୋଲି ପକ୍ଷୀପ୍ରେମୀମାନେ କହିଛନ୍ତି। କାରଣ ଅଣ୍ଡା ଫୁଟି ଛୁଆ ବଡ଼ ହେବା ପର୍ଯ୍ୟନ୍ତ ମା’ଓ ଶାବକମାନଙ୍କ ପ୍ରତି ବିପଦ ରହିଥାଏ। ସେମାନଙ୍କୁ ସୁରକ୍ଷା ଦେଇଥାଏ ଅଣ୍ଡିରା ପକ୍ଷୀ। ଏହି ପକ୍ଷୀମାନଙ୍କ ବଂଶ ବୃଦ୍ଧି ପାଇଁ ଚେଷ୍ଟା କରାଯିବା ନିହାତି ଦରକାର। ନଚେତ୍‌ ସମୟ ଆସିବ ଏହି ପକ୍ଷୀମାନେ କେବଳ ବହି ଓ କମ୍ପ୍ୟୁଟରର ଛବି ହୋଇ ରହିଯିବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
କୋଚିଲାଖାଇ(ହର୍ନବିଲ) ସାଧାରଣତଃ ୩ ପ୍ରଜାତିର। ସେହି ପ୍ରଜାତିଗୁଡ଼ିକ ହେଲା ମାଲବାର ପାଏଡ୍‌ ହର୍ନବିଲ, ଇଣ୍ଡିଆନ ଗ୍ରେ ହର୍ନବିଲ ଏବଂ ଓରିଏଫାଲ ପାଏଡ୍‌ ହର୍ନବିଲ। ଏମାନଙ୍କ ମଧ୍ୟରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାରଡା, କୁତୁରୀ ଓ ବଡ଼ମୂଳର ମହାନଦୀ ଅବବାହିକା ଅଞ୍ଚଳରେ ମାଲବାର ପାଏଡ୍‌ ହର୍ନବିଲ ଓ ଇଣ୍ଡିଆନ ଗ୍ରେ ହର୍ନବିଲ ପ୍ରଜାତିର ପକ୍ଷୀ ବହୁସଂଖ୍ୟାରେ ଦେଖା ଯାଉଥିଲେ। ମାଲବାର ପାଏଡ୍‌ ହର୍ନବିଲ ପକ୍ଷୀଟି ଦେଖିବାକୁ ବହୁ ସୁନ୍ଦର। ଏହାର ଶରୀର କଳା ଓ ଧଳା ରଙ୍ଗର ମିଶ୍ରିତ ହୋଇଥିବାବେଳେ ବେକ ତଳେ ଧଳା ରଙ୍ଗର ଦାଗ ରହିଥାଏ। ଥଣ୍ଟଟି ଶରୀର ତୁଳନାରେ ଯଥେଷ୍ଟ ଲମ୍ବା ଓ ବକ୍ର ହୋଇଥାଏ। ତେବେ ହଳଦିଆ ରଙ୍ଗର ଲମ୍ବାଳିଆ ଥଣ୍ଟ ଉପରେ ମୁକୁଟ ଶୋଭା ପାଉଥିବାରୁ ଏହା ପକ୍ଷୀକୁ ଅଧିକ ସୁନ୍ଦର କରିଥାଏ। ମାଲବାର ପାଏଡ୍‌ ହର୍ନବିଲର ଶରୀର ଧୂସରିଆ କଳା ଓ ଧଳା ରଙ୍ଗ ମିଶ୍ରିତ ହୋଇଥାଏ। ଏହାର ମୁକୁଟର ରଙ୍ଗ କଳା। ଏହି ପକ୍ଷୀ କୋଚିଲା ଫଳ ଖାଇବାକୁ ଭଲ ପାଏ। କୋଚିଲା ଫଳ ବ୍ୟତୀତ ଅନ୍ୟ ଫଳ ଅଳ୍ପ ଖାଇଥାଏ। କୋଚିଲା,ବରଗଛ ଓ ଫାସି ଗଛର ବହୁ ଉଚ୍ଚରେ ଏମାନେ ବସିଥାନ୍ତି। ସାଧାରଣତଃ ଗୋଟିଏ ଗଛରେ ୧୦ରୁ ୧୫ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଗୋଟିଏ ମାଈ କୋଚିଲାଖାଇ ପକ୍ଷୀ ୨ରୁ ୩ଟି ଅଣ୍ଡା ଦେଇଥାଏ। ଏହି ପକ୍ଷୀ ଗଛ କୋରଡ଼କୁ ସୁରକ୍ଷିତ ସ୍ଥାନ ଭାବି ଅଣ୍ଡା ସାଇତି ରଖିଥାଆନ୍ତି। ଅଣ୍ଡା ଦେବା ପରଠାରୁ ଛୁଆ ବଡ଼ ହେବା ପର୍ଯ୍ୟନ୍ତ ମାଈ କୋଚିଲାଖାଇ କେବେ ବି ବାହାରକୁ ଯାଏନି। ଅଣ୍ଡା ଓ ମାଈ କୋଚିଲାଖାଇର ସୁରକ୍ଷା ପାଇଁ ଅଣ୍ଡିରା କୋଚିଲାଖାଇ ପକ୍ଷୀ ଥଣ୍ଟରେ ଚିକିଟା ମାଟି ଆଣି କୋରଡର ମୁହଁ ବନ୍ଦ କରିଦିଏ। ତେବେ ମାଈ କୋଚିଲାଖାଇ ପାଇଁ ଖାଦ୍ୟ ଦେବା ପରି ବାଟଟିଏ ରଖିଥାଏ। ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଅଣ୍ଡିରା କୋଚିଲାଖାଇ କୋରଡ଼ର କଣା ଦେଇ ମା ଓ ଛୁଆଙ୍କୁ ଖାଦ୍ୟ ଯୋଗାଏ। ଛୁଆ ବଡ଼ ହୋଇ ଉଡିବା ପାଇଁ ସକ୍ଷମ ହେଲେ ବସାମୁହଁର ମାଟିକୁ ଅଣ୍ଡିରା କୋଚିଲାଖାଇ କାଢ଼ିଥାଏ। ପରେ ମା’ ଓ ଛୁଆକୁ ଅଣ୍ଡିରା କୋଚିଲାଖାଇ ବସାରୁ କାଢ଼େ। ତେବେ କୋରଡ଼ରେ ଥିବା ସମୟରେ ଅଣ୍ଡିରା ପକ୍ଷୀ ଶିକାର ଅଥବା ଅନ୍ୟ କୌଣସି କାରଣରୁ ପ୍ରାଣ ହରାଇଲେ ଏହାର ପୂରା ବଂଶ ବୁଡ଼ିଯାଏ। କାରଣ ମା’ କୋଚିଲାଖାଇ ଓ ଛୁଆ ବସା ଭିତରୁ ବାହାରିପାରି ନ ଥାନ୍ତି। ଭୋକ ଉପାସରେ ପ୍ରାଣ ହରାଇଥାନ୍ତି।
ଏନେଇ ପରିବେଶବିତ୍‌ ସଞ୍ଜୟ ସାହୁ ଓ ବିଭୂତି ଭୂଷଣ ଦାଶ କୁହନ୍ତି ନୟାଗଡ଼ ଜିଲା କାହିଁକି ରାଜ୍ୟରେ କୋଚିଲାଖାଇ ପକ୍ଷୀ ସଙ୍କଟରେ ରହିଛନ୍ତି। ଗଁା ଗହଳିରୁ କୋଚିଲାଗଛ ଲୋପ ପାଇଯିବା ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି। ପୁଣି ଏମାନଙ୍କୁ ଅବାଧରେ ଶିକାର କରାଯାଉଛି। ସରକାରୀସ୍ତରରେ କୌଣସି କଟକଣା ନ ଥିବାରୁ କୋଚିଲାଖାଇ ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି ବୋଲି ଉଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?