ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮ ଖଣ୍ଡ ଭୋଟ୍‌ରେ ହରାଇ ପ୍ରଥମଥର ବିଧାୟକ ହୋଇଛନ୍ତି। ନିର୍ବାଚନମଣ୍ଡଳୀର କୁଆଁସରେ ୧୯୮୨ ଜୁନ୍‌ ୨୦ରେ ସିତାଂଶୁଙ୍କ ଜନ୍ମ । କିଶୋର ମହାପାତ୍ର ଓ କୁନ୍ତଳା ମହାପାତ୍ରଙ୍କ ସେ ମଝିଆ ପୁତ୍ର। ବ୍ୟାବସାୟିକ ପରିବାରରୁ ଆସି ସେ ଜନପ୍ରତିନିଧି ହୋଇପାରିଛନ୍ତି। ତାଙ୍କ ପରିବାରର ରାଇସ୍‌ ମିଲ, ଟ୍ରାକ୍ଟର ଶୋ’ରୁମ୍‌, ଦୁଇଚକିଆ ଶୋ’ରୁମ୍‌, ମୋବାଇଲ ଦୋକାନ ଆଦି ବ୍ୟବସାୟ ରହିଛି।
ବିଧାୟକ ସିତାଂଶୁ ବାଣିଜ୍ୟରେ ସ୍ନାତକ କରିଛନ୍ତି। ଶହୀଦ ଭଗତ ସିଂଙ୍କ ନାମରେ ‘ଶହୀଦ ଭଗତ ସେନା’ ଗଠନ କରି ସେ ଭଦ୍ରକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜିଲା ଓ ଜିଲା ବାହାରୁ ବହୁ ଯୁବକ ତାଙ୍କ ସଙ୍ଗଠନରେ ଯୋଡ଼ି ହୋଇଥିବା ବେଳେ ସେ ନିଜେ ସଙ୍ଗଠନର ଆବାହକ ଥିଲେ। ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନ ଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇଥାଆନ୍ତି। ତାଙ୍କର ସେବା, ସାହାଯ୍ୟ ପାଇଁ ଚନ୍ଦୁ ନନା ନାମରେ ସେ ସମସ୍ତଙ୍କର ପ୍ରିୟ ଥିଲେ। ସଙ୍ଗଠନର ସେବା ମନୋବୃତ୍ତି ପର ମୁହୂର୍ତ୍ତରେ ତାଙ୍କୁ ରାଜନୀତିରେ ସଫଳ କରାଇବାରେ ସହାୟକ ହୋଇଛି। ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଭଦ୍ରକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ ଦଳୀୟ ପ୍ରାର୍ଥୀ କରିଥିଲେ। ଭେଟେରାନ୍‌ ଲିଡର ପ୍ରଫୁଲ୍ଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ଓ ବିଜୟୀ ହେବା ପାଇଁ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାର, ସଙ୍ଗଠନ ଓ ଦଳୀୟ କର୍ମୀମାନେ ଜୋରଦାର ଉଦ୍ୟମ କରିଥିଲେ।
ବିଧାୟକ କୁହନ୍ତି…
ସାଙ୍ଗଠନିକ ଅଭିଜ୍ଞତା ତାଙ୍କ ପାଇଁ ସଫଳତା ଆଣି ଦେଇଛି। ଶହୀଦ ଭଗତ ସେନାରେ ରହି ଲୋକଙ୍କ ସେବା କରୁଥିଲି। ଏହି ସେବାକୁ ବ୍ୟାପକ କରିବା ପାଇଁ ରାଜନୀତିକୁ ଉଚିତ୍‌ ପ୍ଲାଟ୍‌ଫର୍ମ ଭାବେ ପସନ୍ଦ କଲି। ପୂର୍ବରୁ ଯେମିତି ରହିଥିଲି, ବିଧାୟକ ହେବା ପରେ ମଧ୍ୟ ସେମିତି ରହିବିି। କ୍ଷମତା ରହୁ କି ନ ରହୁ ଲୋକଙ୍କ ସହ ସବୁବେଳେ ରହିବି। ଭଦ୍ରକ ସହର ଓ ଗ୍ରାମାଞ୍ଚଳରେ ବହୁ ସମସ୍ୟା ରହିଛି। ପୂର୍ବ ସରକାରରେ ଭଦ୍ରକ ପ୍ରତି ଅବହେଳା ହୋଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ପଛରେ ରହିଥିବା ବେଳେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ପ୍ରମୁଖ ଦାବିକୁ ପୂର୍ବ ସରକାର ସମୟରେ ବାରମ୍ବାର ଅଣଦେଖା କରାଯାଇଛି। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ତାଙ୍କ ଦାବି ନିରନ୍ତର ଜାରି ରହିବ। ଭଦ୍ରକରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ସୁଦୃଢ଼ କରିବା ଲାଗି ପ୍ରଚେଷ୍ଟା ଜାରି ରଖିବେ ବୋଲି ସିତାଂଶୁ କହିଛନ୍ତି।
ରିପୋର୍ଟ-ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri