
କର୍ଲାମୁଣ୍ଡା,୧୭ା୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ସଦର ରତନ ଭୋଇ ହାଇସ୍କୁଲଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡ୍ କଟକ ଦ୍ୱାରା ପରିଚାଳିତ କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କମିଟି ଗଠିତ ହୋଇଯାଇଛି। ବୈଠକରେ ବ୍ଲକ୍ ସଭାପତି ରୋହିତ କୁମାର ରଣା ଅଧ୍ୟକ୍ଷତା କରିଥିଲେ। ଏଥିରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଓ ଜିଲା ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ, ଜିଲା ସଭାପତି ବୀରେନ୍ଦ୍ର କୁମାର ବାଗ, ଜିଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପଧାନ, ସଦର ବ୍ଲକ୍ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ଜିଲା ଉପସଭାପତି ବେଣୁଧର ବିଶ୍ୱାଳ, କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ଶିକ୍ଷକ ସଂଗଠନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ଶିକ୍ଷକ ସଂଘର ନୂତନ ସଭାପତି ଭାବେ ଅନ୍ତର୍ଯାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ଦାଶ, ଉପ ସଭାନେତ୍ରୀ ତୁଲାମତି ସାହୁ ଓ ଉପସଭାପତି ସୌଭାଗ୍ୟ ସାହୁ, ଯୁଗ୍ମ ସମ୍ପାଦକ ପ୍ରତାପ ପ୍ରଧାନ, ସୀମାଞ୍ଚଳ ମାଝୀ, ଚର୍ଚିଳ ସାହୁ, ବ୍ଲକ ସଂଯୋଜକ କମଳ କୁମାର, କୋଷାଧ୍ୟକ୍ଷ ଦଣ୍ଡପାଣି ନାଏକ ପ୍ରମୁଖ ନିର୍ବାଚିତ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି। ଶିକ୍ଷକ ଦୁର୍ଗାପ୍ରସାଦ ସାହୁ ସଭା ସଂଯୋଜନା ଓ ରେଙ୍ଗାଲି ସିଆର୍ସିସି ଉଜ୍ଜ୍ୱଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କିଏ ହେଲେ