Posted inଫୁରସତ

୧୦୦ ଥର ନିର୍ବାଚନରେ ହାରି ରେକର୍ଡ କରିବାକୁ ଚାହାନ୍ତି ଏହି ବ୍ୟକ୍ତି, ପୁରା ଘଟଣା ଜାଣିଲେ…

ଆଗ୍ରା: ନିର୍ବାଚନ ଛୋଟ ହେଉ ଅଥବା ବଡ଼, ପ୍ରତ୍ୟେକ ପ୍ରାର୍ଥୀ ଏହାକୁ ଜିତିବାକୁ ଇଚ୍ଛା ରଖିଥାନ୍ତି। ଏଥିପାଇଁ ସେ ସବୁକିଛି କରନ୍ତି। ହେଲେ ଯଦି ଆମେ ଆପଣଙ୍କୁ ହାରିବାକୁ ନିର୍ବାଚନ ଲଢ଼ନ୍ତୁ ବୋଲି କହିବୁ ତେବେ କ’ଣ ହେବ? ନା କହିବେ ନିଶ୍ଚୟ। ତେବେ ଆଗ୍ରାରେ ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏ ୯୩ ଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ଥର ହାରିଛନ୍ତି। ସେ ନିର୍ବାଚନରେ ୧୦୦ ଥର ହାରି ରେକର୍ଡ କରିବାକୁ ଇଚ୍ଛା ରଖିଛନ୍ତି। ଏଥିଲାଗି ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ତାଙ୍କ ଆଖି ରହିଛି।

ବ୍ୟକ୍ତିଜଣଙ୍କ ହେଉଛନ୍ତି ଆଗ୍ରା ନିବାସୀ ୭୫ ବର୍ଷୀୟ ହନନୁରାମ ଆମ୍ବେଦକର। ସେ ନିଜକୁ ଡା. ଭୀମରାଓ ଆମ୍ବେଦକରଙ୍କ ଅନୁଗାମୀ ବୋଲି କୁହନ୍ତି। ୯୩ ଥର ସେ ନିର୍ବାଚନରେ ହାରିଥିଲେ ହେଁ ସେ ଏଥିରେ ଦୁଃଖି ନୁହନ୍ତି କିମ୍ବା ନିରାଶ ହୋଇନାହାନ୍ତି। ଏବେ ସେ ପୁଣିଥରେ ୟୁପି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି।

ହସନୁରାମ ଏପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଲଢ଼ି ସାରିଛନ୍ତି। ସେ ଦେଶର ରାଷ୍ଟ୍ରପତି ପଦ ପାଇଁ ତାଙ୍କ ପ୍ରାର୍ଥୀପତ୍ର ଦେଇଥିଲେ ହେଁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଦେଶର ସ୍ବାଧୀନତା ଦିନ ଅର୍ଥାତ ୧୯୪୭ ଅଗଷ୍ଟ ୧୫ରେ ଜନ୍ମଗ୍ରହଣ କରିଥିବା ହସନୁରାମ ଅତୀତରେ ରାଜସ୍ବ ବିଭାଗରେ ଅମିନ ଭାବରେ କାର୍ଯ୍ୟ କରିଆସୁଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଇଚ୍ଛା ଏପରି ଥିଲା ଯେ ସେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। କିନ୍ତୁ ତା’ପରେ ଯେଉଁ ଦଳରୁ ଲଢ଼ିବା ପାଇଁ ଅଧିକ ଆଶା କରିଥିଲେ ସେଥିରୁ ସେ ଟିକେଟ ପାଇ ନ ଥିଲେ। ଏହା ପରେ ସେ ପ୍ରତ୍ୟେକ ଥର ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ଆସୁଛନ୍ତି।

ପ୍ରାରମ୍ଭରେ ତାଙ୍କର ଉଦ୍ଦେଶ୍ୟ ମଧ୍ୟ ନିର୍ବାଚନରେ ଜିତିବା ଥିଲା। କିନ୍ତୁ ବର୍ତ୍ତମାନ ସେ ୯୩ ଥର ହାରିଯାଇଥିବାରୁ ୧୦୦ ଥର ହାରି ଏକ ରେକର୍ଡ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ପୁଣିଥରେ ୟୁପି ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?