Posted inଫୁରସତ

୧୦୦ ଥର ନିର୍ବାଚନରେ ହାରି ରେକର୍ଡ କରିବାକୁ ଚାହାନ୍ତି ଏହି ବ୍ୟକ୍ତି, ପୁରା ଘଟଣା ଜାଣିଲେ…

ଆଗ୍ରା: ନିର୍ବାଚନ ଛୋଟ ହେଉ ଅଥବା ବଡ଼, ପ୍ରତ୍ୟେକ ପ୍ରାର୍ଥୀ ଏହାକୁ ଜିତିବାକୁ ଇଚ୍ଛା ରଖିଥାନ୍ତି। ଏଥିପାଇଁ ସେ ସବୁକିଛି କରନ୍ତି। ହେଲେ ଯଦି ଆମେ ଆପଣଙ୍କୁ ହାରିବାକୁ ନିର୍ବାଚନ ଲଢ଼ନ୍ତୁ ବୋଲି କହିବୁ ତେବେ କ’ଣ ହେବ? ନା କହିବେ ନିଶ୍ଚୟ। ତେବେ ଆଗ୍ରାରେ ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏ ୯୩ ଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ଥର ହାରିଛନ୍ତି। ସେ ନିର୍ବାଚନରେ ୧୦୦ ଥର ହାରି ରେକର୍ଡ କରିବାକୁ ଇଚ୍ଛା ରଖିଛନ୍ତି। ଏଥିଲାଗି ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ତାଙ୍କ ଆଖି ରହିଛି।

ବ୍ୟକ୍ତିଜଣଙ୍କ ହେଉଛନ୍ତି ଆଗ୍ରା ନିବାସୀ ୭୫ ବର୍ଷୀୟ ହନନୁରାମ ଆମ୍ବେଦକର। ସେ ନିଜକୁ ଡା. ଭୀମରାଓ ଆମ୍ବେଦକରଙ୍କ ଅନୁଗାମୀ ବୋଲି କୁହନ୍ତି। ୯୩ ଥର ସେ ନିର୍ବାଚନରେ ହାରିଥିଲେ ହେଁ ସେ ଏଥିରେ ଦୁଃଖି ନୁହନ୍ତି କିମ୍ବା ନିରାଶ ହୋଇନାହାନ୍ତି। ଏବେ ସେ ପୁଣିଥରେ ୟୁପି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି।

ହସନୁରାମ ଏପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଲଢ଼ି ସାରିଛନ୍ତି। ସେ ଦେଶର ରାଷ୍ଟ୍ରପତି ପଦ ପାଇଁ ତାଙ୍କ ପ୍ରାର୍ଥୀପତ୍ର ଦେଇଥିଲେ ହେଁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଦେଶର ସ୍ବାଧୀନତା ଦିନ ଅର୍ଥାତ ୧୯୪୭ ଅଗଷ୍ଟ ୧୫ରେ ଜନ୍ମଗ୍ରହଣ କରିଥିବା ହସନୁରାମ ଅତୀତରେ ରାଜସ୍ବ ବିଭାଗରେ ଅମିନ ଭାବରେ କାର୍ଯ୍ୟ କରିଆସୁଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଇଚ୍ଛା ଏପରି ଥିଲା ଯେ ସେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। କିନ୍ତୁ ତା’ପରେ ଯେଉଁ ଦଳରୁ ଲଢ଼ିବା ପାଇଁ ଅଧିକ ଆଶା କରିଥିଲେ ସେଥିରୁ ସେ ଟିକେଟ ପାଇ ନ ଥିଲେ। ଏହା ପରେ ସେ ପ୍ରତ୍ୟେକ ଥର ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ଆସୁଛନ୍ତି।

ପ୍ରାରମ୍ଭରେ ତାଙ୍କର ଉଦ୍ଦେଶ୍ୟ ମଧ୍ୟ ନିର୍ବାଚନରେ ଜିତିବା ଥିଲା। କିନ୍ତୁ ବର୍ତ୍ତମାନ ସେ ୯୩ ଥର ହାରିଯାଇଥିବାରୁ ୧୦୦ ଥର ହାରି ଏକ ରେକର୍ଡ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ପୁଣିଥରେ ୟୁପି ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri