ଆତ୍ମାକୁ ଚିହ୍ନନ୍ତୁ

ପୁରାଣ କହେ ଆତ୍ମା ସେହି- ”ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ॥“ ପୌରାଣିକ ଆଖ୍ୟାନ ଅନୁସାରେ ମଣିଷର ମୃତ୍ୟୁ ପରେ ଆତ୍ମା ଗୋଟିଏ ଘଟରୁ ଅନ୍ୟ ଏକ ଘଟକୁ ସ୍ଥାନାନ୍ତରିତ ହୋଇଥାଏ। ସବୁ ଜୀବର ଆତ୍ମା ସମାନ, ଶରୀରର ଆକାର ଭିନ୍ନ ଭିନ୍ନ ମାତ୍ର। ସେଥିପାଇଁ ଆତ୍ମାକୁ ସର୍ବଦା ଚିହ୍ନିବାକୁ ଜ୍ଞାନୀଗୁଣୀ ଜନ ଉପଦେଶ ଦେଇଥାନ୍ତି।
ସେଦିନ ମହାରାଜ ଜନକଙ୍କ ରାଜ ଦରବାରରେ ଜ୍ଞାନର ତର୍କ ଚାଲିଥିଲା। ନିୟମ ଥିଲା, ଶ୍ରେଷ୍ଠ ବିଦ୍ୱାନ ଆଚାର୍ଯ୍ୟ ବନ୍ଦିଙ୍କ ସହିତ ଶାସ୍ତ୍ରର ତର୍କ ହେବ। ଯିଏ ହାରିବେ ସେ ଜଳ ସମାଧି ନେବେ। ଯେତେବେଳେ ଅଷ୍ଟବକ୍ର ମୁନି ବନ୍ଦିଙ୍କ ସହ ତର୍କ କରିବାକୁ ସଭାକୁ ପ୍ରବେଶ କଲେ, ଉପସ୍ଥିତ ପଣ୍ଡିତ ବର୍ଗ ତାଙ୍କୁ ଦେଖି ଜୋର୍‌ରେ ହସିବାକୁ ଲାଗିଲେ। ଅଷ୍ଟବକ୍ର ମୁନି ମଧ୍ୟ ଜୋରରେ ହସି ଉଠିଲେ। ଉପସ୍ଥିତ ରାଜା କିନ୍ତୁ ବ୍ୟଗ୍ର- କାହିଁକି ହସିଲେ ମୁନି ? ଭକ୍ତି ତଥା ଗମ୍ଭୀରତାର ସହିତ ରାଜା ପୁଚ୍ଛାକଲେ, ହେ ଆଚାର୍ଯ୍ୟ, ତୁମର ବୟସ ହୋଇନି ଶାସ୍ତ୍ର ଚର୍ଚ୍ଚା କରିବାକୁ, ତୁମେ ଫେରିଯାଅ। କିନ୍ତୁ ତୁମେ କାହଁିକି ହସିଲ, ମୋର ସନ୍ଦେହ ମୋଚନ କରିବା ହେଉ। ଅଷ୍ଟବକ୍ର ଉତ୍ତର ଦେଲେ, ”ହେ ରାଜନ୍‌, ମୁଁ ଭାବୁଥିଲି ଆପଣଙ୍କ ସଭାରେ ବିଦ୍ୱାନ ବର୍ଗ ଅଛନ୍ତି। କିନ୍ତୁ ସେମାନେ ମୂର୍ଖ ବିଦ୍ୱାନ, ସେମାନେ ଜଣେ ଜଣେ ଚମଡ଼ା ବେପାରୀ, ଯାହାଙ୍କୁ ସମାଜ ନୀଚ ଦୃଷ୍ଟିରେ ଦେଖିଥାଏ, ଯଦି କେହି ଶରୀର ମଧ୍ୟରେ ଥିବା ଆତ୍ମାକୁ ନ ଚିହ୍ନି ଶରୀରକୁ ଦେଖି ସାଧାରଣ ମଣିଷ ପରି ଅଟ୍ଟହାସ୍ୟ କରିପାରେ, ସେମାନଙ୍କୁ କ’ଣ କୁହାଯିବ ?“ ପଣ୍ଡିତବର୍ଗ ଲଜ୍ଜାରେ ଶିର ତଳକୁ କରିଦେଲେ। ଅର୍ଥାତ୍‌ ଆମେ ଯେତେ ଶିକ୍ଷିତ, ଦୀକ୍ଷିତ ହେଲେ ମଧ୍ୟ ଆମେ ଯେବେ ଆତ୍ମାକୁ ଚିହ୍ନି ନ ପାରିଲୁ, ଆମେ ମୂର୍ଖ ବିଦ୍ୱାନ ଛଡ଼ା କ’ଣ ବା ହୋଇପାରୁ ? ଆମେମାନେ ଜ୍ଞାନୀଗୁଣୀ ଜନ ଆତ୍ମାକୁ ଚିହ୍ନି, ସମ୍ମାନ ଦେବା ଉଚିତ। ଆତ୍ମାକୁ ଚିହ୍ନେଇବାକୁ ବହି ପାଠ, ଶାସ୍ତ୍ର ପୁରାଣ ସମର୍ଥ ନୁହେଁ। କେବଳ ପିତାମାତଙ୍କ ସାରା ସମାଜକୁ ନିଜର କରିବାର ଶିକ୍ଷା ହିଁ ପିଲାଙ୍କୁ ଆତ୍ମାକୁ ଚିହ୍ନାଇବାକୁ ଯଥେଷ୍ଟ। ନଚେତ୍‌ ସମାଜରେ ଅନେକେ ପିତାମାତାକୁ ବି ଭୁଲିଯାଉଥିବା ଦେଖୁଛେ। ଆତ୍ମାକୁ ଚିହ୍ନୁଥିବା ପିଲାଟି କେବେ ବି ଡାକ ମୁନ୍‌ସୀ ଗପର ଗୋପାଳିଆ ହୋଇ ନ ପାରେ!
ସତରେ ଆମେ କେତେ ଅସହାୟ। ଆମେ ଶିକ୍ଷିତ, ଆମେ ଦୀକ୍ଷିତ, ପୁରାଣ ଚର୍ଚ୍ଚାରେ କେହି ଆମ ସମକକ୍ଷ ନୁହେଁ, ତଥାପି ଆମେ ଆତ୍ମାକୁ ସମ୍ମାନ ଦେବାରେ ଅଯୋଗ୍ୟ ହୋଇପଡ଼ୁଛେ। ଆମ ଉଚ୍ଚାରଣ ଓ ଆଚରଣରେ ଅନେକ ଭିନ୍ନତା। ଖବରକାଗଜର ଗୋଟିଏ ଖବର ସଭ୍ୟ ସମାଜକୁ ବିସ୍ମିତ କରିଥିଲା। ଯାଜପୁରର ଏକ ଘରୋଇ ଡାକ୍ତରଖାନାରେ ଜନ୍ମିତ ଶିଶୁ ସହିତ ତା’ ମାଆକୁ ଛାଡ଼ି ଶାଶୁଘର ଲୋକେ ଡାକ୍ତରଖାନାରୁ ଚାଲିଯାଇଥାନ୍ତି। ଯଦିଓ ତାହାର ବାପଘର ଲୋକେ ତାକୁ ଦେଖାଶୁଣା କରିବାକୁ ଜଗି ରହିଥିଲେ , କାରଣ ଥିଲା ଜନ୍ମିତ ଶିଶୁଟି ତୃତୀୟ ଲିଙ୍ଗୀ। ଶିଶୁ କେଉଁ ରୂପରେ ମା’ ପେଟରୁ ପୃଥିବୀକୁ ଆସିବ ତାହା ମଣିଷର ନିୟନ୍ତ୍ରଣ ବାହାରେ। ଆସ୍ତିକର ମତ ସର୍ବଶକ୍ତିମାନ ବା ନାସ୍ତିକର ମତ ପ୍ରକୃତିର ଦାନ। କିନ୍ତୁ ସେହି ଦାନକୁ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ନୁହନ୍ତି। କନ୍ୟା ଶିଶୁ ପାଇଁ ଅନେକ ଅନାଗ୍ରହ, ସହଜେ ଏ ତ ତୃତୀୟ ଲିଙ୍ଗୀ ! ତଥାପି ଯେପରି ପ୍ରଶାସନ ତଥା ସମାଜ ସହାୟତାର ହାତ ବଢ଼େଇଲା, ତାହା ଧନ୍ୟବାଦର ପାତ୍ର।
ସମାଜରେ ସେମାନେ ସବୁବେଳେ ଅବହେଳିତ, ବିଦ୍ରୂପର ସମ୍ମଖୀନ। ସାଧାରଣ ସମାଜରେ ସେମାନଙ୍କର ବାସ ନ ଥାଏ। ସେମାନେ ଶାରୀରିକ ଭାବେ ଟିକେ ଭିନ୍ନ ହେଲେ ମଧ୍ୟ ସାଧାରଣ ମଣିଷଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ସେମାନେ ସମାଜର ସବୁ କାର୍ଯ୍ୟ କରିବାକୁ ସମର୍ଥ। ୨୦୧୧ ଜନଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ଦେଶରେ ପ୍ରାୟ ସାଢ଼େ଼ ୪ଲକ୍ଷରୁ ଅଧିକ। କିନ୍ତ୍‌ୁ ସମାଜ ସେମାନଙ୍କୁ ସେତିକି ମର୍ଯ୍ୟାଦା ଦେବାକୁ ଅସମର୍ଥ। ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ସେମାନେ ନିଜ ପରିବାର ସହିତ ରହିବାର ଯେପରି ଅଧିକାର ନାହିଁ। ପରିବାର ସେମାନଙ୍କୁ ଦୂରେଇ ଦିଏ। ଭାରତୀୟ ନାଗରିକ ହେଲେ ମଧ୍ୟ ଭୋଟ ଦେବାରୁ ବଞ୍ଚତ୍ତ ହେଉଥିଲେ, ଏବେ ସେମାନେ ଭୋଟଦାନ ଅଧିକାର ପାଇଲେଣି। ଏବେ ସେମାନଙ୍କ ମଧ୍ୟରୁ ଅନେକ ସମାଜର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହେଲେଣି।
ସବୁ ଜୀବନ ମୂଲ୍ୟବାନ୍‌। ସବୁ ଜୀବର ଆତ୍ମା ଓ ତାହାର ସମ୍ମାନ ଅଛି। ଅନାଥ ପିଲାଟିଏ କାହାର ସାହାଯ୍ୟ, ସହଯୋଗ ନ ପାଇଲେ ବିପଥଗାମୀ ହେବା ସ୍ବାଭାବିକ। ସମାଜରେ କୌଣସି ମଣିଷ ସୂକ୍ଷ୍ମରେ ବଞ୍ଚିବାର ସୁଯୋଗ ନ ପାଇଲେ ସେ ବି ବିପଥଗାମୀ ହୋଇପାରେ। ସମାଜର କ୍ଷତି କରିପାରେ, ସମାଜରେ ଅଶାନ୍ତି ସୃଷ୍ଟି କରିପାରେ। ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରି, ଉପଯୋଗ କରି ସମାଜର ପ୍ରଗତି କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ।

– ଗଣେଶ୍ୱର ନାୟକ
ସିଷ୍ଟମ ଆଡମିନ,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ-୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?