Posted inଖେଳ

ଭାରତ ବିଦା, ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ

ଦୁବାଇ,୮ା୯(ପି.ଟି): ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ପାକିସ୍ତାନ ଫାଇନାଲ ଖେଳିବା ସ୍ପଷ୍ଟ ହୋଇଛି। ସୁପର ଫୋର୍‌ ପର୍ଯ୍ୟାୟରେ କ୍ରମାଗତ ୨ଟି ମ୍ୟାଚ୍‌ ହାରିଥିବା ଭାରତ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ମାତ୍ର ଏହି ମ୍ୟାଚ୍‌ କେବଳ ଔପଚାରିକତା ଦୃଷ୍ଟିରୁ ଖେଳାଯିବ। ଭାରତ ଓ ଆଫଗାନିସ୍ତାନକୁ ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ସୁପର ଫୋର୍‌ରେ ପରାସ୍ତ କରିଥିବାରୁ ୪ ପଏଣ୍ଟ ଲେଖାଏ ପାଇ ଆଗକୁ ବଢ଼ିଛନ୍ତି।

ଶାରଜା କ୍ରିକେଟ୍‌ ଷ୍ଟାଡିୟମ ପିଚ୍‌ ବୋଲରଙ୍କୁ ସୁହାଇଥିଲା। ଫଳରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୨୯ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଇବ୍ରାହିମ୍‌ ଜଡ୍ରାନ ସର୍ବାଧିକ ୩୫ ରନ୍‌ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ୨ଟି ଏବଂ ନସିମ ଶାହା, ମହମ୍ମଦ ହାସନେନ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ଉଇକେଟ ହରାଇ ୧୩୧ ରନ୍‌ ସଂଗ୍ରହ କରିନେଇଥିଲା। ଆଫଗାନିସ୍ତାନ ବୋଲରମାନେ ଆରମ୍ଭରୁ ପ୍ରଭାବୀ ବୋଲିଂ କରିଥିଲେ। ଫଳରେ କୌଣସି ପାକିସ୍ତାନୀ ବ୍ୟାଟର ହାତଖୋଲି ଖେଳିପାରି ନ ଥିଲେ। ଶଦାବ ଖାଁ ସର୍ବାଧିକ ୩୬ ଓ ଇଫ୍‌ତିକାର ଅହମଦ ୩୦ ରନ୍‌ କରିଥିଲେ। ୧୮ତମ ଓଭରରେ ୪ ରନ୍‌ରେ ୨ଟି ଏବଂ ୧୯ତମ ଓଭରରେ ୧୦ ରନ୍‌ କରି ପାକିସ୍ତାନ ୨ଟି ଉଇକେଟ ହରାଇ ପରାଜୟମୁହାଁ ହୋଇଥିଲା। ମାତ୍ର ୨୦ତମ ଓଭରର ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି ପାକିସ୍ତାନର ନସିମ ଶାହା ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ପରିସମାପ୍ତି ଘଟାଇଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୨୯/୬ (ଇବ୍ରାହିମ୍‌ ଜଡ୍ରାନ-୩୫, ହାରିସ ରୌଫ-୨/୨୬)। ପାକିସ୍ତାନ ୧୯.୨ ଓଭରରେ ୧୩୧/୯ (ଶଦାବ ଖାଁ-୩୬, ଇଫ୍‌ତିକାର ଅହମଦ-୩୦, ଫଜଲହକ୍‌ ଫାରୁକି-୩/୩୧ ଓ ଫରିଦ ଅହମଦ-୩/୩୧, ରଶିଦ ଖାଁ-୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳିବେ ୟୁସୁଫ୍‌, ଜୟସୁରିୟା

ରାୟପୁର,୨୭ା୨: ମାର୍ଚ୍ଚ ୫ରୁ ରାୟପୁରରେ ଖେଳାଯିବାକୁ ଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ପାଇଁ ଭାରତ ଲିଜେଣ୍ଡ୍ସ ଦଳରେ ପୂର୍ବତନ କ୍ରିକେଟର ୟୁସୁଫ୍‌ ପଠାନ, ନମନ...

ଭିଡିଓ କଲ୍‌ରେ ଅନୁଷ୍କା ସହ କଥା ହେଉଥିଲେ ବିରାଟ କୋହଲି, ପ୍ରଶଂସକ ଡାକ ଶୁଣି…

ଥିରୁଭାନନ୍ତପୁରମ,୩୦।୯: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ଆଠ ଉଇକେଟରେ ଜିତିଥିଲା।...

ବକ୍ସିଂ: ପ୍ରଥମ ପ୍ରୋ ବାଉଟ୍‌ରେ ଜାଙ୍ଗ୍ରା ବିଜୟୀ

ନୂଆଦିଲ୍ଲୀ,୯।୫(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଭାରତୀୟ ବକ୍ସର ମନଦୀପ ଜାଙ୍ଗ୍ରା ପେସାଦାର ବକ୍ସିଂରେ ସକାରାତ୍ମକ ଆରମ୍ଭ କରିଛନ୍ତି। ଆମେରିକାର ଫ୍ଲୋରିଡାରେ ସେ ତାଙ୍କର...

ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍‌ସିବି ବିପକ୍ଷ ମ୍ୟାଚ୍‌ ଜିତିବା ପରେ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍‌ ହାରିବା...

ଶୂନରେ ଆଉଟ୍‌ ହୋଇ ଅନେକ ଲଜ୍ଜାଜନକ ରେକର୍ଡ କଲେ କୋହଲି; ଧୋନୀଙ୍କୁ ବି କାଟିଦେଲେ

ନୂଆଦିଲ୍ଲୀ,୬।୮: ଏକ ବର୍ଷରୁ ଅଧିକ ସମୟ ଧରି ଖରାପ ଫର୍ମ ଜାରି ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏବେ ଦଳ ଇଂଲଣ୍ଡ ଗସ୍ତରେ ଥିବା...

ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍‌କା

ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ...

ହୋବାର୍ଟ ଇଣ୍ଟର ନ୍ୟାଶନାଲ ସେମିରେ ସାନିଆ

ହୋବାର୍ଟ, ୧୬।୧ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ...

Advertisement
Archives

Model This Week