ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌ ଆଦି ଏକାଧିକ ଖେଳର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ଫଳସ୍ବରୂପ ଓଡ଼ିଶାରେ ବିଶ୍ୱକପ୍‌ ସମେତ ପାଖାପାଖି ଏକ ଡଜନ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଛି। ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶା ସରକାର। ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ହକିରେ କଳିଙ୍ଗ ଲାନ୍ସର୍ସ, ଫୁଟ୍‌ବଲରେ ଓଡ଼ିଶା ଏଫ୍‌ସି ପରି ଖୋ ଖୋରେ ରାଜ୍ୟର ଏକ ନିଜସ୍ବ ଦଳ ଓଡ଼ିଶା ଜଗରନଟ୍ସ ସଦ୍ୟସମାପ୍ତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଅଂଶଗ୍ରହଣ କରିଥିଲା।

କେବଳ ସେତିକି ନୁହେଁ, ସର୍ବପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇ ଇତିହାସ ରଚିଛି। ଫଳସ୍ବରୂପ ଏବେ ସ୍ବଦେଶୀ କ୍ରୀଡ଼ା ଖୋ ଖୋ ପାଇଁ ଆସିଛି ବଡ଼ ଖୁସି ଖବର। ଓଡ଼ିଶାରେ ଖୋ ଖୋ ଷ୍ଟାଡିୟମ ଏବଂ ହାଇ ପର୍‌ଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଭାରୋତ୍ତୋଳନ ହଲ୍‌ରେ ଓଡ଼ିଶା ଜଗରନଟ୍ସ ଦଳକୁ ସମ୍ବର୍ଦ୍ଧନା ସହ ଆର୍ଥିକ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଜଗରନଟ୍ସ ଦଳକୁ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବରୁ ଓଡ଼ିଶାରେ ସୁଇମିଂ, ଆଥ୍‌ଲେଟିକ୍ସ, ଭାରୋତ୍ତୋଳନ, ହକି, ଶୁଟିଂ, ବ୍ୟାଡ୍‌ମିଣ୍ଟନ ଓ ଫୁଟ୍‌ବଲ ଆଦିର ଏଚ୍‌ପିସି ଥିବାବେଳେ ଏଥିରେ ଯୋଡ଼ିହେବାକୁ ଯାଉଛି ଖୋ ଖୋ।

”ପାରମ୍ପରିକ କ୍ରୀଡ଼ା ଖୋ ଖୋ ଗ୍ରାମାଞ୍ଚଳରେ ସୀମିତ ରହିବା ସତ୍ତ୍ୱେ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଚାମ୍ପିୟନ ହୋଇ ତୁମେ ଇତିହାସ ରଚିଛ। ଆଗାମୀ ଦିନରେ ଏହା ସ୍ମରଣୀୟ ହେବା ସହ ଆଲୋଚନାର ବିଷୟ ରହିବ। ଏହାକୁ ପେସାଦାର କ୍ରୀଡ଼ା ଭାବେ ଆପଣାଇବାକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବେ। ଲୋକମାନେ ଏବେ ଅଲ୍‌ଟିମେଟ ଖୋ ଖୋ ଏବଂ ଓଡ଼ିଶା ଜଗରନଟ୍ସ ସମ୍ପର୍କରେ ଆଲୋଚନା କରୁଛନ୍ତି। ଓଡ଼ିଶା ଦଳ ପାଇଁ ଆମେ ଗର୍ବ ଅନୁଭବ କରୁଛୁ। ଆଗାମୀ ଦିନରେ ଆହୁରି ସଫଳତା ପାଇଁ ମୁଁ ଶୁଭକାମନା ଜଣାଉଛି“ ବୋଲି ଚାମ୍ପିୟନ ଦଳ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ଅଲ୍‌ଟିମେଟ ଖୋ ଖୋ ସିଇଓ ତେନଜିଂ ନିୟୋଗି ମୁଖ୍ୟମନ୍ତ୍ରୀଙ୍କୁ ଦଳର ଏକ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଗତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ଦଳ ଅପୂର୍ବ ଉତ୍ସାହର ସହ ଖେଳି ଅଧିକାଂଶ ସମୟ ଟେବୁଲ ଟପ୍ପର ରହିଥିଲା। ଫାଇନାଲର ଅନ୍ତିମ ସେକେଣ୍ଡରେ ତେଲ୍‌ଗୁ ଯୋଦ୍ଧାସ୍‌କୁ ଚକ୍‌ମା ଦେଇ ବିଜୟ ମୁକୁଟ ପିନ୍ଧିଥିଲା। ଓଡ଼ିଶାର ଅଗଣିତ ପ୍ରଶଂସକଙ୍କ ସ୍ବପ୍ନକୁ ସେମାନେ ସାକାର କରିଥିଲେ। ଅନ୍ୟପକ୍ଷରେ ଖୋ ଖୋ ଖେଳ ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଏବଂ ଆଗ୍ରହକୁ ଭାରତୀୟ ଖୋ ଖୋ ଫେଡେରେଶନ ସଭାପତି ସୁଧାଂଶୁ ମିତ୍ତଲ ପ୍ରଶଂସା କରିଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଖୋ ଖୋକୁ ଏପରି ସମର୍ଥନ ଜଣାଇବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଶା ଦଳର ସଫଳତାରେ ଖୁସି ଜାହିର କରିଥିଲେ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ସିଇଓ ଓ କମିଶନର ତେନଜିଂ ନିୟୋଗି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?