Posted inଫୁରସତ

ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…

ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହୁଏତ ସେତେଟା ଆପଣ ଜାଣି ନ ଥାଇପାରନ୍ତି। ତେବେ ପ୍ରେମ ଉପରେ ରବିଶ ଏକ ପୁସ୍ତକ ରଚନା କରିଛନ୍ତି। ଏହାର ନାମ ‘ଇସ୍କ ମେ ସହର ହୋନା’। ପୁସ୍ତକ ଉନ୍ମୋଚନ ସମୟରେ ରବିଶ ନିଜର ମନକଥା ସମସ୍ତଙ୍କୁ ଜଣାଇଥିଲେ। ସେ କହିଥିଲେ, ଯେତେବେଳ ପର୍ଯ୍ୟନ୍ତ ଆପଣ କାହାକୁ ଭଲ ପାଇ ନଥାନ୍ତି, ସେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସକାଳ ହୋଇ ନ ଥାଏ। ତେବେ ରବିଶଙ୍କ ପ୍ରେମକାହାଣୀ କିପରି ଥିଲା ଜାଣିବା..
ରବିଶ ବିହାରର ମୋତିହାରୀ ଅଞ୍ଚଳର ବାସିନ୍ଦା। ପାଟଣାର ଲୋୟଲା ହାଇସ୍କୁଲରୁ ପଢ଼ା ସରିବା ପରେ ସେ ଗ୍ରାଜୁଏଶନ ପାଇଁ ଦିଲ୍ଲୀ ଯାଇଥିଲେ। ଦେଶବନ୍ଧଚ କଲେଜରେ ରବିଶ ବିଏ ଆଡମିଶନ କରିଥିଲେ। ଏଥିସହ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ। ଦିଲ୍ଲୀରେ ପାଠପଢ଼ା ସମୟରେ ସେ ନିଜ ଜୀବନସାଥୀଙ୍କୁ ଭେଟିଥିଲେ। େସେତେବେଳେ କୋଲକାତାରେ ରହୁଥିବା ନୟନା ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜରେ ବିଏ କରୁଥିଲେ। ବିଏ ପରେ ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ କରିଥିଲେ। ରବିଶ ଏବଂ ନୟନାଙ୍କ ଯେତେବେଳେ ଦେଖାହେଲା ସେ ଭଲ ବନ୍ଧୁ ପାଲଟିଥିଲେ। ନୟନା ସେତେବେଳେ ରବିଶଙ୍କୁ ଇଂରାଜୀ ଶିଖାଇବାରେ ସାହାଯ୍ୟ କରୁଥିଲେ। ଧିରେ ଧିରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଉଭୟ ଭିବାହ କରିବାକୁ ମନ ବଳାଇଥିଲେ। ହେଲେ ଏହା ସହଜ ନ ଥିଲା। ଉଭୟ ଭିନ୍ନ ଜାତିର ହୋଇଥିବାରୁ ପରିବାରଲୋକେ ଆପତ୍ତି ଉଠାଇଥିଲେ। ହେଲେ ୭ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ବିବାହ କରିଥିଲେ। ବର୍ତ୍ତମାନ ନୟନାଙ୍କ ସହ ରବିଶ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟଙ୍କ ଦୁଇଟି କନ୍ୟା ସନ୍ତାନ ଅଛି। ରବିଶ ଏନ୍‌ଡିଟିଭିରେ କାମ କରୁଥିବା ବେଳେ ନୟନା ଲେଡି ଶ୍ରୀରାମ କଲେଜରେ ଇତିହାସ ଅଧ୍ୟାପିକା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?