Posted inଫୁରସତ

ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…

ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହୁଏତ ସେତେଟା ଆପଣ ଜାଣି ନ ଥାଇପାରନ୍ତି। ତେବେ ପ୍ରେମ ଉପରେ ରବିଶ ଏକ ପୁସ୍ତକ ରଚନା କରିଛନ୍ତି। ଏହାର ନାମ ‘ଇସ୍କ ମେ ସହର ହୋନା’। ପୁସ୍ତକ ଉନ୍ମୋଚନ ସମୟରେ ରବିଶ ନିଜର ମନକଥା ସମସ୍ତଙ୍କୁ ଜଣାଇଥିଲେ। ସେ କହିଥିଲେ, ଯେତେବେଳ ପର୍ଯ୍ୟନ୍ତ ଆପଣ କାହାକୁ ଭଲ ପାଇ ନଥାନ୍ତି, ସେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସକାଳ ହୋଇ ନ ଥାଏ। ତେବେ ରବିଶଙ୍କ ପ୍ରେମକାହାଣୀ କିପରି ଥିଲା ଜାଣିବା..
ରବିଶ ବିହାରର ମୋତିହାରୀ ଅଞ୍ଚଳର ବାସିନ୍ଦା। ପାଟଣାର ଲୋୟଲା ହାଇସ୍କୁଲରୁ ପଢ଼ା ସରିବା ପରେ ସେ ଗ୍ରାଜୁଏଶନ ପାଇଁ ଦିଲ୍ଲୀ ଯାଇଥିଲେ। ଦେଶବନ୍ଧଚ କଲେଜରେ ରବିଶ ବିଏ ଆଡମିଶନ କରିଥିଲେ। ଏଥିସହ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ। ଦିଲ୍ଲୀରେ ପାଠପଢ଼ା ସମୟରେ ସେ ନିଜ ଜୀବନସାଥୀଙ୍କୁ ଭେଟିଥିଲେ। େସେତେବେଳେ କୋଲକାତାରେ ରହୁଥିବା ନୟନା ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜରେ ବିଏ କରୁଥିଲେ। ବିଏ ପରେ ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ କରିଥିଲେ। ରବିଶ ଏବଂ ନୟନାଙ୍କ ଯେତେବେଳେ ଦେଖାହେଲା ସେ ଭଲ ବନ୍ଧୁ ପାଲଟିଥିଲେ। ନୟନା ସେତେବେଳେ ରବିଶଙ୍କୁ ଇଂରାଜୀ ଶିଖାଇବାରେ ସାହାଯ୍ୟ କରୁଥିଲେ। ଧିରେ ଧିରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଉଭୟ ଭିବାହ କରିବାକୁ ମନ ବଳାଇଥିଲେ। ହେଲେ ଏହା ସହଜ ନ ଥିଲା। ଉଭୟ ଭିନ୍ନ ଜାତିର ହୋଇଥିବାରୁ ପରିବାରଲୋକେ ଆପତ୍ତି ଉଠାଇଥିଲେ। ହେଲେ ୭ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ବିବାହ କରିଥିଲେ। ବର୍ତ୍ତମାନ ନୟନାଙ୍କ ସହ ରବିଶ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟଙ୍କ ଦୁଇଟି କନ୍ୟା ସନ୍ତାନ ଅଛି। ରବିଶ ଏନ୍‌ଡିଟିଭିରେ କାମ କରୁଥିବା ବେଳେ ନୟନା ଲେଡି ଶ୍ରୀରାମ କଲେଜରେ ଇତିହାସ ଅଧ୍ୟାପିକା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri