Posted inଫୁରସତ

ଜଗ୍ଗି ବାସୁଦେବରୁ ସଦ୍‌ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …

ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍‌ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଛି। ଯୋଗର ପ୍ରଚାର-ପ୍ରସାର କରିବା ଫାଉଣ୍ଡେଶନର ମୁଖ୍ୟ ଉଦ୍ଦେଶ୍ୟ । ଅନେକଙ୍କ ଗୁରୁ ସାଜିଥିବା ସଦ୍‌ଗୁରୁଙ୍କ ଗୁରୁ କିଏ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ।

କର୍ନାଟକର ମୈସୁର ସହରରେ ପିଲାଦିନୁ ରହିଆସୁଥିଲେ ସଦ୍‌ଗୁରୁ। ତାଙ୍କ ଘର ପାଖରେ ଘନ ଜଙ୍ଗଲ ଥିଲା। ଯେତେବେଳେ ଇଚ୍ଛା ହେଉଥିଲା ସେ ଜଙ୍ଗଲକୁ ଚାଲି ଯାଉଥିଲେ ଏବଂ କିଛି ଦିନ ପରେ ଫେରି ଆସୁଥିଲେ। ଜଙ୍ଗଲରେ ସେ ଗଛ ଉପରେ ବସି ରହୁଥିଲେ। ପ୍ରକୃତି କୋଳରେ ସେ ବେଶ୍‌ ଖୁସି ଅନୁଭବ କରୁଥିଲେ। ଦିନେ ସେ ଚାମୁଣ୍ଡି ପାହାଡ଼ ଉପରେ ବସିଥିବା ବେଳେ ହଠାତ ଭିନ୍ନ ଅନୁଭବ କରିଥିଲେ। ଶରୀରରୁ ସେ ଅଲଗା ହୋଇଯାଇଥିବା ଏବଂ ତାଙ୍କ ବିସ୍ତାର ସମସ୍ତ ପ୍ରକୃତି ରୂପରେ ହୋଇଥିବା ଭଳି ତାଙ୍କୁ ଅନୁଭୂତି ହୋଇଥିଲା। ଖୋଲା ଆଖିରେ ଏଭଳି ଅନୁଭବକୁ ବୁଝିବାକୁ ତାଙ୍କୁ କିଛି ସମୟ ଲାଗିଥିଲା। ଏହା ତାଙ୍କୁ ଆନନ୍ଦିତ କରିଥିଲା। ପରେ କିଛି ଦିନ ବ୍ୟତିରେକ ସେହିଭଳି ହେବାକୁ ଲାଗିଲା। ଏଥିଯୋଗୁ ତାଙ୍କର ମାନସିକତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିଲା। ପରମାନନ୍ଦ ଭଳି ଲାଗୁଥିବା ଅନୁଭବକୁ ବଢ଼ାଇବା ପରେ ସେ ରାଘବେନ୍ଦ୍ର ରାଓଙ୍କଠାରୁ ଯୋଗ ଶିକ୍ଷା କରିଥିଲେ। ଫଳରେ ତାଙ୍କର ଆତ୍ମ ଅନୁଭୂତି ଆହୁରୀ ଅଧିକ ବଢ଼ିବାକୁ ଲାଗିଲା। ଏହାକୁ ବାଣ୍ଟିବା ପାଇଁ ବାକି ତକ ଜୀବନ ଲୋକଙ୍କ ସେବାରେ ଲଗାଇବା ପାଇଁ ସେ ନିଶ୍ଚିତ କରିଥିଲେ। ଏହି ସଙ୍କଳ୍ପ ନେଇ ସେ ଇଶା ଫାଉଣ୍ଡେଶନର ମୂଳଦୁଆ ପକାଇଥିଲେ।

ବର୍ତ୍ତମାନ ସରେ ଭାରତ ସମେତ ଅନେକ ଦେଶରେ ଫାଉଣ୍ଡେଶନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଇଂଲଣ୍ଡ, ଲେବନାନ, ଆମେରିକା, ସିଂଗାପୁର, ଅଷ୍ଟ୍ରେଲିଆ ଆଦି ଦେଶରେ ଏହା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri