Posted inଫୁରସତ

ଶାନ୍ତିପୂର୍ଣ୍ଣ ଶୈଳନିବାସ କାନାତାଲ

ଉତ୍ତରାଖଣ୍ଡସ୍ଥିତ ଏକ ଶୈଳନିବାସ ହେଉଛି କାନାତାଲ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। କିନ୍ତୁ ଏହାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ହିଁ ଏହାକୁ ଶୈଳନିବାସର ପରିଚୟ ଦେଇଛି, ଆଉ ପର୍ଯ୍ୟଟକଙ୍କ ଗହଣରେ କ୍ରମେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଶାନ୍ତ ବାତାବରଣ ଭିତରେ ଥିବା ଏହି ଶୈଳନିବାସଟି ସମୁଦ୍ରପତ୍ତନଠାରୁ ପ୍ରାୟ ୮୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ଼, ଓ୍ବାଚ୍‌ ଟାଓ୍ବାର୍‌ ତଥା କେତେକ ଆଧ୍ୟାତ୍ମିକ ପୀଠ ଇତ୍ୟାଦି।

ନାମକରଣକୁ ନେଇ ଲୋକକଥା
କାନାତାଲର ନାମକରଣକୁ ନେଇ ଏକ ଲୋକକଥା ଏଠାରେ ଶୁଣିବାକୁ ମିଳିଥାଏ। କୁହାଯାଏ, ଆଜକୁ କିଛି ବର୍ଷ ପୂର୍ବେ ଏହି ଅଞ୍ଚଳରେ ଏକ ଛୋଟ ହ୍ରଦଟିଏ ଥିଲା। ସମୟକ୍ରମେ ଯେବେ ସେହି ହ୍ରଦର ପାଣି ଶୁଖିଗଲା, ଲୋକେ ତାହାକୁ କାନା ତାଲ କହିବାକୁ ଲାଗିଲେ। ସ୍ଥାନୀୟ ଭାଷା ଅନୁସାରେ, କାନାର ଅର୍ଥ ହେଲା ଶୁଖିଯାଇଥିବା ପୋଖରୀ ବା ହ୍ରଦ। ଆଉ ସେହି ଅନୁଯାୟୀ, ସ୍ଥାନୀୟ ଅଞ୍ଚଳଟିର ନାମ ମଧ୍ୟ କାନାତାଲ ହୋଇ ଲୋକମୁଖରେ ପରିଚିତ ହେବାକୁ ଲାଗିଲା।

କେବେ ଓ କେମିତି ଯିବେ
କୁହାଯାଏ, କାନାତାଲର ଜଳବାୟୁ ବର୍ଷକ ବାରମାସ ପ୍ରାୟତଃ ଥଣ୍ଡା ରହିଥାଏ। ସେପ୍ଟେମ୍ବର ପରଠୁ ଏଠାରେ ଶୀତର ପ୍ରକୋପ ଟିକେ ବେଶୀ ଅନୁଭୂତ ହୋଇଥାଏ। ଆଉ ଡିସେମ୍ବର ବେଳକୁ ଏଠାରେ ତୁଷାରପାତ ହେବା ଆରମ୍ଭ ହୋଇଯାଏ, ଯାହା ପ୍ରାୟ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରହେ। ଏହି ସମୟ ଭିତରେ କାନାତାଲ ସମ୍ପୂର୍ଣ୍ଣ ଭାବେ ବରଫଚାଦରରେ ଢାଙ୍କି ହୋଇ ରହିଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗେ। ସେଥିପାଇଁ ଏହି ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭଲ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, କାନାତାଲକୁ ଯିବାପାଇଁ ପ୍ରକୃଷ୍ଟ ସମୟ ହେଉଛି ମାର୍ଚ୍ଚରୁ ଜୁନ୍‌। କାରଣ ଏହି ସମୟରେ ଏଠାରେ ନା ବେଶୀ ଶୀତ ଅନୁଭୂତ ହେଉଥାଏ ନା ବେଶୀ ଗରମ। ବୁଲାବୁଲି କରିବାକୁ ପାଣିପାଗ ପୂରା ଉତ୍ତମ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଡେରାଡୁନ୍‌ରେ ଥିବା ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ସେହିପରି ଋଷିକେଶ ଓ ଡେରାଡୁନ୍‌ ହେଉଛି ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ସହର। ଦିଲ୍ଲୀରୁ ଏହି ଦୁଇ ସହରକୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ଏହି ଦୁଇ ସହର ମଧ୍ୟରୁ କେଉଁଠିକି ବି ଯାଇ ସେଠାରୁ ଟ୍ୟାକ୍ସି ସାହାଯ୍ୟରେ ଆରାମରେ ଯାଇ କାନାତାଲରେ ପହଞ୍ଚତ୍ପାରିବେ। ନଚେତ୍‌ ସିଧାସଳଖ ଦିଲ୍ଲୀରୁ ମଧ୍ୟ ଟୁରିଷ୍ଟ ବସ୍‌ କାନାତାଲ ଯାଇଥାଏ। ଆଗନ୍ତୁକ ଚାହିଁଲେ ସେଥିରେ ମଧ୍ୟ ଯାଇପାରିବେ।

କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ କାନାତାଲରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ସୁରକଣ୍ଡା ଦେବୀ ମନ୍ଦିର, କୋଡିଆ ଜଙ୍ଗଲ, ତେହରି ଡ୍ୟାମ୍‌, ଚମ୍ବା, ଧନୌଲ୍‌ତି ଇକୋ ପାର୍କ, ସନ୍‌ସେଟ୍‌ ପଏଣ୍ଟ ଇତ୍ୟାଦି। ସେହିପରି କାନାତାଲଠାରୁ ପ୍ରାୟ ୪୦ କି.ମି ଦୂରରେ ରହିଛି ଉତ୍ତରାଖଣ୍ଡର ଅନ୍ୟତମ ଲୋକପ୍ରିୟ ଶୈଳନିବାସ ମସୌରୀ। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।

କାନାତାଲର ମୁଖ୍ୟ ଆକର୍ଷଣ
କାନାତାଲ ମୁଖ୍ୟତଃ କ୍ୟାମ୍ପିଂ ଆଉ ଟ୍ରେକିଂ ପାଇଁ ପ୍ରସିଦ୍ଧ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକ ସ୍ଥାନୀୟ ଜଙ୍ଗଲ ସଫାରିର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ, କାନାତାଲରେ ଥିବା ସନ୍‌ସେଟ୍‌ ପଏଣ୍ଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ବି ଉପଭୋଗ କରିପାରିବେ। ସବୁଠୁ ବଡ଼ କଥା ହେଉଛି ସହରର କୋଳାହଳଠାରୁ ଦୂରରେ ଥିବା ଏହି ଶାନ୍ତିପୂର୍ଣ୍ଣ ଶୈଳନିବାସରେ ପର୍ଯ୍ୟଟକ ମୁଖ୍ୟତଃ କିଛି ମୁହୂର୍ତ୍ତ ନିରୋଳାରେ ଛୁଟି କଟାଇ ଆନନ୍ଦ ଲଭିବାକୁ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri