Posted inଫୁରସତ

କଥା ‘ସ୍ବସ୍ତିକ’ର…

ସ୍ବସ୍ତିକ ଶବ୍ଦ ‘ସୁ’, ‘ଅସ୍ତି’ ଓ ‘କ’ ଶବ୍ଦର ମିଶ୍ରଣରେ ତିଆରି। ‘ସୁ’ ର ଅର୍ଥ ଶୁଭ, ‘ଅସ୍ତି’ର ଅର୍ଥ ହେବା ଓ ‘କ’ର ଅର୍ଥ କର୍ତ୍ତା ବା କରୁଥିବା ବ୍ୟକ୍ତି। ତେଣୁ ସ୍ବସ୍ତିକର ମୌଳିକ ଅର୍ଥ ହେଉଛି ଶୁଭଙ୍କର ହେବା। ସ୍ବସ୍ତିକ ପୁଣି ଦୁଇ ପ୍ରକାରର। ଗୋଟିଏରେ ରେଖାଗୁଡିକ ସାମ୍‌ନା ଭାଗକୁ ଇଙ୍ଗିତ କରି ଡାହାଣ ଆଡକୁ ମୋଡି ହୋଇଥାଏ, ଯାହାକୁ ଶୁଭଙ୍କରୀ ସ୍ବସ୍ତିକ କୁହାଯାଏ। ଏହା ପ୍ରଗତିର ସଙ୍କେତ ଦିଏ। ଦ୍ୱିତୀୟ ପ୍ରକାରର ସ୍ବସ୍ତିକରେ ରେଖାଗୁଡିକ ପଛଆଡକୁ ସଙ୍କେତ ଦେଇ ଆମର ବାମ ପଟକୁ ମୋଡି ହୋଇଥାଏ। ଏହା ବାମାବର୍ତ୍ତ ସ୍ବସ୍ତିକ ଭାବେ ପରିଚିତ। ଭାରତୀୟ ସଂସ୍କୃତିରେ ଏହାକୁ ଅଶୁଭ ଭାବେ ଗଣନା କରାଯାଏ।

ଜର୍ମାନୀର କ୍ରୁର ଶାସକ ହିଟଲର କିନ୍ତୁ ନିଜ ଧ୍ୱଜରେ ଏହି ବାମାବର୍ତ୍ତ ସ୍ବସ୍ତିକ ଚିହ୍ନ ବ୍ୟବହାର କରିଥିଲେ। ସ୍ବସ୍ତିକର ଅର୍ଥ କଲ୍ୟାଣ ବା ମଙ୍ଗଳ। ଏହା ଏକ ବିଶେଷ ପ୍ରକାରର ଚିହ୍ନ ଅଟେ, ଯାହାକୁ କୌଣସି କାର୍ଯ୍ୟ କରିବା ପୂର୍ବରୁ କରାଯାଏ। ବିଶ୍ୱାସ କରାଯାଏ ଏହି ଚିହ୍ନ ସବୁଦିଗରୁ ଶୁଭ ଓ ମଙ୍ଗଳ କାରକକୁ ନିଜ ଆଡକୁ ଆକର୍ଷିତ କରିଥାଏ। କାର୍ଯ୍ୟ ଆରମ୍ଭରୁ ଏହାକୁ ପୂଜା କରାଯାଉଥିବାରୁ ଏହାକୁ ଭଗବାନ ଗଣେଶଙ୍କ ସ୍ବରୂପ ଭାବେ ବି ଗ୍ରହଣ କରାଯାଏ। ବିଶ୍ୱାସ କରାଯାଏ ଏହାର ଅଙ୍କନ କଲେ ବ୍ୟକ୍ତିଙ୍କୁ ସମ୍ପନ୍ନତା, ସମୃଦ୍ଧି ଓ ଏକାଗ୍ରତା ପ୍ରାପ୍ତି ହୁଏ। କେବଳ ସେତିକି ନୁହେଁ କୌଣସି ପୂଜାରେ ଯଦି ଏହାର ପ୍ରୟୋଗ ନ ହୁଏ ସେହି ପୂଜାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରେନା ବୋଲି ବିଶ୍ୱାସ ରହିଛି। ସିଦ୍ଧାନ୍ତ ସାର ଗ୍ରନ୍ଥରେ ଏହାକୁ ବ୍ରହ୍ମାଣ୍ଡର ପ୍ରତିକ ଭାବେ ମଧ୍ୟ ଗ୍ରହଣ କରାଯାଇଛି। ସ୍ବସ୍ତିକର ମଧ୍ୟଭାଗକୁ ବିଷ୍ଣୁଙ୍କ କମଳ ନାଭି ଓ ରେଖାଗୁଡିକୁ ବ୍ରହ୍ମାଙ୍କ ଚାରି ମୁଖ, ଚାରି ହାତ ଓ ଚାରି ବେଦରୂପେ ବିବେଚନା କରାଯାଇଛି।

ସ୍ବସ୍ତିକକୁ ଠିକ୍‌ଭାବରେ ଅଙ୍କନ କରିଥିଲେ ସକାରାତ୍ମକ ଉର୍ଜା ମିଳିଥାଏ। ଏହି ଊର୍ଜା ବସ୍ତୁ କିମ୍ବା ବ୍ୟକ୍ତିଙ୍କ ସୁରକ୍ଷାରେ ସହାୟକ ହୁଏ। ସ୍ବସ୍ତିକର ଊର୍ଜା ଘର, ଅଫିସ୍‌ କିମ୍ବା ଦୈନନ୍ଦୀନ ଜୀବନରେ ପ୍ରୟୋଗ କଲେ ବ୍ୟକ୍ତି ରୋଗ ମୁକ୍ତ, ଚିନ୍ତାମୁକ୍ତ ରହିବେ ବୋଲି ବିଶ୍ୱାସ ରହିଛି। ସ୍ବସ୍ତିକର ରେଖା କୋଣ ଠିକ ଭାବେ କରିବା ଜରୁରୀ। ଭୁଲରେ ବି ଓଲଟା ସ୍ବସ୍ତିକ କରିବେ ନାହିଁ। ଲାଲ ଓ ହଳଦିଆ ରଙ୍ଗର ସ୍ବସ୍ତିକ ସବୁଠାରୁ ଭଲ। ଯେଉଁଠି ବାସ୍ତୁଦୋଷ ଥାଏ ସେହି ଘରର ମୁଖ୍ୟଦ୍ୱାରରେ ଲାଲରଙ୍ଗର ସ୍ବସ୍ତିକ କରିବା ଭଲ। ପୂଜା ସ୍ଥାନ, ପଢା ସ୍ଥାନ ଓ ବାହନରେ ସ୍ବସ୍ତିକ ଚିହ୍ନ କଲେ ଲାଭ ମିଳେ। ଏହି ମାଙ୍ଗଳିକ ଚିହ୍ନ ଅନାଦି କାଳରୁ ସମ୍ପୂର୍ଣ୍ଣ ସୃଷ୍ଟିରେ ବ୍ୟାପ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri