ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ ନିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ। ତେବେ ଏହି ଟିକା ତାଙ୍କର ଜଣେ ଝିଅଙ୍କଠାରେ ପ୍ରୟୋଗ କରାଯାଇଛି। ଟେଷ୍ଟିଂରେ ଭାଗନେଇଥିବା ଝିଅ ଦ୍ୱିତୀୟ ଥର ଟିକା ନେଇଥିବାବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତାଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ବଢ଼ିଯାଇଥିବାରୁ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ରାଷ୍ଟ୍ରପତି ପୁଟିନଙ୍କର ୨ ଝିଅ ଥିବାବେଳେ ସେ କାହାକୁ ଏହି ଟିକା ଦେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ରାଷ୍ଟ୍ରପତି ପୁଟିନଙ୍କ ପରିବାର ସବୁବେଳେ ଲାଇମ୍‌ଲାଇଟ୍‌ଠାରୁ ଦୂରେଇ ରହିଥାନ୍ତି। ତାଙ୍କର ୨ ଝିଅଙ୍କ ନାମ ମାରିୟା ଏବଂ କ୍ୟାଟ୍ରିନା। ବଡ଼ ଝିଅ ମାରିୟା ମେଡିକାଲ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ସେକ୍ଟରରେ କାମ କରନ୍ତି। ସେ ନେଦରଲ୍ୟାଣ୍ଡର ଜଣେ ବ୍ୟବସାୟୀଙ୍କୁ ବିବାହ କରିବା ପରଠାରୁ ସେଠାରେ ହିଁ ସ୍ବାମୀଙ୍କ ସହ ରହୁଛନ୍ତି। ମାରିୟାଙ୍କୁ ପରିବାର ଲୋକେ ମାଶା ବୋଲି ଡାକିଥାନ୍ତି। କୁହାଯାଏ ପୁତିନଙ୍କ ମା’ଙ୍କ ନାମ ମାଶା ଥିଲା, ତେଣୁ ସେ ନିଜର ବଡ଼ ଝିଅକୁ ଗେହ୍ଲାରେ ମା’ଙ୍କ ନାମରେ ଡାକିଥାନ୍ତି।
ସେହିପରି ପୁଟିନଙ୍କ ସାନ ଝିଅ କ୍ୟାଟ୍ରିନାଙ୍କ ବୟସ ୩୩। ସେ ରୁଷ୍‌ରେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସି ଇନିସିଏଟିଭ୍‌ରେ କାମ କରୁଛନ୍ତି। କ୍ୟାଟ୍ରିନାଙ୍କର ନୃତ୍ୟପ୍ରତି ଦୁର୍ବଳତା ରହିଛି। ଏହା ବ୍ୟତୀତ ସେ ପଢ଼ିବା ସମୟରେ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଶୀର୍ଷ ସ୍ଥାନରେ ରହିଥିଲେ। ତେବେ କରୋନା ଟିକା ରାଷ୍ଟ୍ରପତିଙ୍କ ଝିଅ ଉପରେ ପ୍ରୟୋଗ କରାଯିବା ପରଠାରୁ ସେମାନେ ଆଲୋଚନାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri