Posted inଫୁରସତ

ମୁକେଶ ଅମ୍ବାନୀଙ୍କ ସମଦୁଣୀ କିଏ ଜାଣନ୍ତି? ମନମୋହନ ସିଂହଙ୍କ ସହ କରିଛନ୍ତି କାମ, ମିଳିଛି ପଦ୍ମଶ୍ରୀ ସମ୍ମାନ

ଏସିଆର ସବୁଠାରୁ ଧନୀବ୍ୟକ୍ତି ଏବଂ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଝିଅ ଈଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ କରିଛନ୍ତି। ଆନନ୍ଦ ପିରାମଲ ଏଣ୍ଟରପ୍ରାଇଜେସ୍‌ର ମାଲିକ ଅଜୟ ପିରାମଲ ଏବଂ ସ୍ବାତୀ ପିରାମଲଙ୍କ ପୁଅ। ସ୍ବାତୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ଆସନ୍ତୁ ଅମ୍ବାନୀଙ୍କ ସମୁଦୁଣୀ ତଥା ଈଶାଙ୍କ ଶାଶୁ ବିଷୟରେ ବିସ୍ତୁତ କଥା ଜାଣିବା।

ସ୍ବାତି ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ୧୯୮୦ ମସିହାରେ ନିଜର ଏମ୍‌ବିବିଏସ୍‌ ସାରିଥିଲେ। ଏହାପରେ ସେ ହାଓ୍ବାର୍ଡ ସ୍କୁଲ ଅଫ୍‌ ପବ୍ଲିକ ହେଲ୍ଥରୁ ନିଜର ମାଷ୍ଟର ଡିଗ୍ରୀ ସାରିଛନ୍ତି। ଏବେ ସେ ପିରାମଲ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ଅଛନ୍ତି। ଏଥିସହ ସେ ବମ୍ବେର ଗୋପାଳକୃଷ୍ଣା ପିରାମଲ ହସ୍ପିଟାଲର ପ୍ରତିଷ୍ଠାତା ମଧ୍ୟ। ସ୍ବାତୀ ଅନେକ ପବ୍ଲିକ୍‌ ହେଲ୍ଥ କ୍ୟାମ୍ପେନ୍‌ ଚଳାଇଛନ୍ତି। ଗ୍ରାମୀଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ସେ ଅନେକ କାମ କରିଛନ୍ତି।

ନିଜର କାମ ପାଇଁ ସ୍ବାତୀଙ୍କ ନାମ ୨୫ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୮ଥର ରହିଛି। ୨୦୧୦-୧୪ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସାଇଣ୍ଟିଫିକ୍‌ ଆଡଭାଇଜରି କାଉନ୍‌ସିଲ ଏବଂ କାଉନ୍‌ସିଲ ଅଫ୍‌ ଟ୍ରେଡ୍‌ ଫର୍‌ ପିଏମ୍‌ ସହ ଜଡ଼ିତ ଥିଲେ। ୨୦୧୨ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ତତ୍କାଳିନ ରାଷ୍ଟ୍ରପତି ପ୍ରତିଭା ପାଟିଲ ସ୍ବାତୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri