Posted inଖେଳ

ନକ୍‌ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ଗମ୍ଭାରୀଗୁଡ଼ା, କର୍ଲାକୋଟ ବିଜୟୀ

କୋକସରା,୬।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମରେ ବୁଧବାର ମା’ ଆଦିଶକ୍ତି ନକ୍‌ଆଉଟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ଗମ୍ଭାରୀଗୁଡ଼ା ଓ କାଶିବାହାଲ ଦଳ ମଧ୍ୟରେ ହୋଇଥିଲା। ଗମ୍ଭାରୀଗୁଡା ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୧୩୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ କାଶିବାହାଲ ଦଳ ୫ ଉଇକେଟ ହରାଇ ୧୦୯ରନ୍‌ କରି ପରାଜିତ ହୋଇଥିଲା। ଗମ୍ଭାରୀଗୁଡ଼ା ଦଳ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚ ଚିକିଲି ଏବଂ କର୍ଲାକୋଟ ମଧ୍ୟରେ ହୋଇଥିଲା । ଚିକିଲି ଦଳ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୯୭ ରନ୍‌ କରିଥିଲା। କର୍ଲାକୋଟ ଦଳ ୯ ଓଭରରେ ୨ ଉଇକେଟ ହରେଇ ୯୮ ରନ୍‌ କରି ବିଜୟୀ ହୋଇଥିଲା। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ମୋଟେର ସରପଞ୍ଚ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯାଦବ ମହାସଭା ସଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ହିରଣ୍ୟ ବେହେରା, ଦୟାନିଧି କର ଖେଳ ପରିଚାଳନା କରିଥିଲେ। ଭାଗ୍ୟବାନ ପୂଝାରୀ ସ୍କୋରର ଦାୟିତ୍ୱରେ ଥିବାବେଳେ ରାଜ କୁମାର ବାଗ ଧାରାବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡ୍‌ନୀ,୧୯ା୩: ଆଫଗାନିସ୍ତାରେ ମହିଳା ଏବଂ ବାଳିକାଙ୍କ ଅବସ୍ଥା ବିଗିଡ଼ି ଯାଉଥିବାରୁ ପ୍ରତିବାଦ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ...

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ...

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ...

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି।...

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା,...

ବାଂଲାଦେଶ ସିରିଜ ବିଜୟୀ

ଚିଟ୍ଟାଗଙ୍ଗ, ୧୯ା୩ (ଏପି): ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବାଂଲାଦେଶ ୪ ଉଇକେଟରେ ବିଜୟ ହାସଲ କରିଛି। ଦଳ ଏଥିସହିତ ୩...

ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫),...

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୮ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri