Posted inଖେଳ

ଆଇପିଏଲ୍‌ ଖେଳିବେନି କେକେଆର୍‌ର ଏହି ଖେଳାଳି !

ଲଣ୍ଡନ, ୨୯।୧: ଇଂଲଣ୍ଡର ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ଟମ ବେଣ୍ଟନ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳି ନ ପାରନ୍ତି। ଦେଶର ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସୁଯୋଗ ହାତଛଡ଼ା କରିବାକୁ ସେ ଚାହୁଁ ନାହାନ୍ତି। ଏଣୁ ସେ ଲାଲ୍‌ ବଲ୍‌ରେ ଘରୋଇ କ୍ରିକେଟ ଖେଳିବା ଉପରେ ଧ୍ୟାନ ଦେଉଥିବା  କହିଛନ୍ତି।

ସ୍କାଇ ସ୍ପୋଟ୍ସ ସହ ସାକ୍ଷାତକାରରେ ସେ କହିଛନ୍ତି, ପିଲାଦିନୁ ମୋତେ ଆଇପିଏଲ୍‌ ଟୁର୍ନାମେଣ୍ଟ ଦେଖିବା ପସନ୍ଦ ଥିଲା। ହେଲେ ଏବେ ସମୟ ଆସିଛି, ଯେଉଁଠି ବେଞ୍ଚରେ ନ ବସି କ୍ରିକେଟ ଖେଳିବାର ଆବଶ୍ୟକତା ରହିଛି। ଗତ ବର୍ଷ କିଛି ଜିନିଷ ଶିଖିଛି। ସମସ୍ତ ଟୁର୍ନାମେଣ୍ଟ ଭଲ। ହେଲେ ମୋତେ ସବୁବେଳେ କମ୍‌ ବ୍ୟାଟିଂ କରିବା ଏବଂ କ୍ରିକେଟ ଖେଳିବା କଷ୍ଟ ଦେଇଥାଏ। ଏଣୁ କ୍ୟାରିୟରର ଏଭଳି ସମୟରେ ଲମ୍ବା ଫର୍ମାଟ ପାଇଁ ଖେଳିବା ଉଚିତ ଲାଗୁଛି। ଟେଷ୍ଟ କ୍ରିକେଟ ଖେଳିବା ଏବେ ତାଙ୍କ ଲକ୍ଷ୍ୟ ପାଲଟିଥିବା ସେ କହିଛନ୍ତି।

ଗତ ବର୍ଷ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିଲେ ଟମ୍‌। ଦଳ ପକ୍ଷରୁ ସେ କେବଳ ଦୁଇଟି ମ୍ୟାଚ୍‌ ଖେଳିଥିଲେ। କେବଳ ବେଞ୍ଚରେ ବସି ରହିବା ଅପେକ୍ଷା ଖେଳିବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡର ନ୍ୟୁଜିଲାଣ୍ଡ ଗସ୍ତ: ଅଭ୍ୟାସ ମ୍ୟାଚ୍‌ ଡ୍ର

ଓ୍ବେଲିଂଟନ,୧୭।୧୧(ଏଏଫ୍‌ପି): ସ୍ଥାନୀୟ ଓ୍ବ୍‌ାଙ୍ଗାରେଇ କୋଭାମ ଓଭାଲ (ନ୍ୟୁ) ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏ’ ଓ ଭ୍ରମଣକାରୀ ଇଂଲଣ୍ଡ ଦଳ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ...

ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ

ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ।...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଦମ୍‌ ଦେଖାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦମ୍‌ ଦେଖାଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ୨ଟି ମ୍ୟାଚରେ ପରାଜୟ...

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା...

କୁସ୍ତିଯୋଦ୍ଧା ଦୀପକଙ୍କ କୃତୀତ୍ୱ

ନୂଆଦିଲ୍ଲୀ, ୧୫।୮ (ପି.ଟି.)- ପ୍ରଥମ ଭାରତୀୟ ଭାବେ ୧୮ ବର୍ଷ ପରେ କୁସ୍ତିଯୋଦ୍ଧା ଦୀପକ ପୁନିଆ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ୍‌ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।...

ସମର୍‌ସେଟ୍‌ରେ ଯୋଗ ଦେବେନି ଆହତ ଓ୍ବାଡେ

ସିଡ୍‌ନୀ, ୧୯।୩ (ଏଏଫ୍‌ପି)- ବିସ୍ଫୋରକ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବାଡେ ଆଘାତଜନିତ ସମସ୍ୟା ଲାଗି କାଉଣ୍ଟି କ୍ରିକେଟ୍‌ କ୍ଲବ ସମର୍‌ସେଟ୍‌ ଦଳରେ ଯୋଗଦେବେ ନାହିଁ। ୩୨...

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ...

ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ ୨୫ରୁ

ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍‌ ଲିରେନ୍‌...

Advertisement
Archives

Model This Week