Posted inଖେଳ

ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ

ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍‌ମେଟଙ୍କ ସହ ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ପହଞ୍ଚତ୍ବା ଦିନକ ପରେ ମାର୍ଚ୍ଚ ୨୨ରେ କୋଭିଡ୍‌ ଟେଷ୍ଟରେ ପଜିଟିଭ ପରେ ୨୭ ବର୍ଷୀୟ ନୀତିଶଙ୍କ କ୍ୱାରାଣ୍ଟାଇନ୍‌ ପିରିୟଡ ୧୨ ଦିନ ବୃଦ୍ଧି କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଗାଇଡ୍‌ଲାଇନ୍‌ ଅନୁସାରେ ନୀତିଶ ତାଙ୍କ ହୋଟେଲ ରୁମ୍‌ରେ ୧୨ ଦିନ ଏକାକୀ ରହିଥିଲେ। ତାଙ୍କ ୧୧ ଓ ୧୨ତମ ଦିନରେ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଦଳ ସହିତ ଅଭ୍ୟାସ ପାଇଁ ଅନୁମତି ମିଳିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୦ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ନୀତିଶ ଏଥିରେ ୧୪ଟି ମ୍ୟାଚ ଖେଳିଥିବା ବେଳେ ମୋଟ ୩୫୨ ରନ୍‌ ସଂଗ୍ରହ କରିଥିଲେ। କରୋନାରୁ ଆରୋଗ୍ୟ ଲାଭ କରିବା ପରେ ସେ ଫିଟ୍‌ ଅନୁଭବ କରୁଛନ୍ତି। ପ୍ରଥମ ଦିନ ସେ ବ୍ୟାଟିଂ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ହେଲେ ଶାରାପୋଭା

ନୂଆଦିଲ୍ଲୀ,୧୬।୭: ରୁଷିଆର ପୂର୍ବତନ ଟେନିସ ଖେଳାଳି ମାରିଆ ଶାରାପୋଭା ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଟେନିସ ତାରକା ସୋସିଆଲ...

ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି

ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ...

ହାଇଦ୍ରାବାଦ୍‌କୁ ଲାଗିଲା ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି କ୍ରିକେଟର୍‌‌

ନୂଆଦିଲ୍ଲୀ,୨୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ରେ ସମସ୍ତ ଦଳ ଏପର୍ଯ୍ୟନ୍ତ ୩ କିମ୍ବା ୪ଟି ମ୍ୟାଚ ଖେଳିଛନ୍ତି। ଏହି ସମୟରେ, ବାୟୋ ବବୁଲ ଭୟ ହେତୁ...

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି...

ଗ୍ୟାସ୍‌ଲିଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ମୋଞ୍ଜା (ଇଟାଲୀ), ୭ା୯: ରେଡ୍‌ବୁଲ୍‌ ଆଲ୍‌ଫା ତୌରି ଟିମ୍‌ର ପିଏରେ ଗ୍ୟାସ୍‌ଲି ଅପ୍ରତ୍ୟାଶିତ ଭାବେ ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି।...

ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ କ୍ଲାର୍କ ଅଫିସର ନିଯୁକ୍ତ

ସିଡ୍‌ନୀ, ୮।୬(ପି.ଟି.): ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧନାୟକ ମାଇକେଲ କ୍ଲାର୍କଙ୍କୁ ଏକ ନୂଆ ତଥା ବଡ ଦାୟିତ୍ୱ ଦିଆଯିବା ସହ ସମ୍ମାନିତ କରାଯାଇଛି। ତାଙ୍କୁ ଅର୍ଡର...

ରାଜଓ୍ବିନ୍ଦରଙ୍କ ପାଇଁ ରାଣୀ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ସିନିୟର ମହିଳା ହକି ଦଳର ଅଧିନାୟିକା ରାଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଯୁବା ଷ୍ଟ୍ରାଇକର ରାଜଓ୍ବିନ୍ଦର କୌର।...

୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ...

Advertisement
Archives

Model This Week