ଦୁର୍ଦ୍ଦାନ୍ତ ଅପରାଧୀ କିଶୋର କୁମାର ଗିରଫ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଣ୍ଡିଖୋଲ ବଜାରରେ ଏକ ହତ୍ୟା ମାମଲାରେ ଫେରାର ଥିବା ଜଣେ ହାର୍ଡକୋର୍‌ ଅପରାଧୀଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୭ ବର୍ଷ ପରେ କଟକରୁ ଗିରଫ କରିଛି। ସେ ହେଲେ କଟକ ଜିଲା ସଦର ଥାନା ଅଞ୍ଚଳର କିଶୋର କୁମାର ମହାରଣା। ତାଙ୍କଠାରୁ ଗୋଟିଏ ପିସ୍ତଲ, ୫ ରାଉଣ୍ଡ ଗୁଳି ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। କିଶୋରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନାମରେ ଏସ୍‌ଟିଏଫ୍‌ରେ ମାମଲା (ନଂ.୦୬/୨୦୧୪) ରହିଥିବାବେଳେ କେନ୍ଦ୍ରାପଡ଼ା ଥାନାରେ ଆଉ ଏକ ମାମଲା (ନଂ.୧୩୭/୨୦୧୫) ରହିଛି। ଏସ୍‌ଟିଏଫ୍‌ ଏସ୍‌ପି ତେଜରାଜ ପଟେଲ କହିଛନ୍ତି, କିଶୋର ଜଣେ ହାର୍ଡକୋର୍‌ ଅପରାଧୀ। ସେ ସବୁବେଳେ ବନ୍ଧୁକରେ ଖେଳେ ଓ ଅପରାଧ ମଧ୍ୟ ଘଟାଏ ବୋଲି ସେ କହିଛନ୍ତି।
ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୪ ମେ ୧୭ରେ କିଶୋର ତାଙ୍କ ୨ ସହଯୋଗୀଙ୍କ ସହ ମିଶି ଯାଜପୁର ଜିଲା ବଡ଼ଚଣା ଥାନା ସୁଙ୍ଗୁଡ଼ା ଗ୍ରାମର ଦୀପକ ନାଏକଙ୍କୁ ଚଣ୍ଡିଖୋଲ ବଜାରରେ ଗୁଳିକରି ହତ୍ୟା କରିଥିଲେ। ଏସ୍‌ଟିଏଫ୍‌ ହତ୍ୟା ଓ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୦୬/୨୦୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ପରେ ଏସ୍‌ଟିଏଫ୍‌ କିଶୋରଙ୍କୁ ପଳାତକ (ଆବସ୍କଣ୍ଡର) ଦର୍ଶାଇ ମୋଟ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ମାମଲାର ଅନ୍ୟତମ ଅଭିଯୁକ୍ତ ଶେଷଦେବ ସ୍ବାଇଁ ଓରଫ୍‌ ବୁବା ଗିରଫ ହୋଇ ଜେଲ୍‌ରେ ଥିବାରୁ ଯାଜପୁର ଜିଲା ଦୌରାଜଜ୍‌ ତାଙ୍କର ଶୁଣାଣି କରି ଦଣ୍ଡାଦେଶ ଦେଇଥିବାବେଳେ ମୁଖ୍ୟ ଅଭିଯୁକ୍ତ କିଶୋରଙ୍କ ମାମଲା ଏବେ ବିଚାରାଧୀନ ରହିଛି।
ସୂଚନା ଅନୁଯାୟୀ, ୨୦୨୦ରୁ ଚୋରା ବନ୍ଧୁକ କାରବାର ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯାଉଛି। ଏହି ଅଭିଯାନରେ ୬୮ଟି ବନ୍ଧୁକ ସହ ୧୪୬ ଗୁଳି ଜବତ କରାଯାଇଥିବା ଏସ୍‌ଟିଏଫ୍‌ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri