Posted inଖେଳ

କିଶୋର ଭିମାନୀଙ୍କ ପରଲୋକ

କୋଲକାତା, ୧୬ା୧୦ (ପି.ଟି.)-ଭେଟେରାନ କ୍ରୀଡ଼ା ଜର୍ନାଲିଷ୍ଟ ତଥା କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ୮୦ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ କିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। ଭିମାନୀଙ୍କ ପୁଅ ଗୌତମ ଜଣେ ଜଣାଶୁଣା ଟିଭି ବ୍ୟକ୍ତିତ୍ୱ। ୧୯୮୦ ଦଶକରେ ସେ ଜଣେ ଜଣାଶୁଣା ଇଂଲିଶ ଭାଷ୍ୟକାର ଥିଲେ। ତାଙ୍କ ଦେହାନ୍ତରେ କ୍ରୀଡ଼ାମହଲରେ ଶୋକର ଛାୟା ଖେଳିଯାଇଛି। ୧୯୮୭ରେ ଅହମ୍ମଦାବାଦ୍‌ରେ ପାକିସ୍ତାନ ବିପକ୍ଷ ଡ୍ର ମ୍ୟାଚରେ ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୧୦,୦୦୦ ରନ ପୁରଣ କରିଥିଲେ। ସେତେବେଳେ ଭିମାନୀ ମ୍ୟାଚରେ ଧାରାବିବରଣୀ ଦେଇଥିଲେ। ୧୯୮୦ ଦଶକରେ ବ୍ରିଟିଶ ପବ୍ଲିକେଶନରେ ଯେଉଁ କେତେଜଣ ଭାରତୀୟ କ୍ରିକେଟ ଲେଖକଙ୍କର ଚାହିଦା ଥିଲା ସେମାନଙ୍କ ମଧ୍ୟରେ ଭିମାନୀ ଅନ୍ୟତମ ଥିଲେ। ଇମ୍ରାନ ଖାଁ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଥିବାବେଳେ ଯେତେବେଳେ କୋଲକାତା ଆସୁଥିଲେ ଭିମାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟୁଥିଲେ। ଭିମାନୀ କୋଲକାତାରୁ ପ୍ରକାଶିତ ଦୈନିକ ‘ଦି ଷ୍ଟେଟ୍ସମ୍ୟାନ’ରେ କାର୍ଯ୍ୟକରୁଥିଲେ। ସେ ଜଣେ ଜଣାଶୁଣା ସ୍ତମ୍ଭକାର ଥିଲେ। ’ଦି ଆକ୍ସିଡେଣ୍ଟାଲ ଗଡ୍‌ମ୍ୟାନ’ ତାଙ୍କର ଚର୍ଚ୍ଚିତ ଲେଖାଥିଲା। ସେ ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ କଲିକତା ସ୍ପୋଟର୍‌ସ ଜର୍ନାଲିଷ୍ଟ କ୍ଲବର ସଭାପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍‌

ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍‌...

ରାଞ୍ଚି ଟେଷ୍ଟ: ସିଆରପିଏଫ୍‌, ଆର୍ମି ଯବାନଙ୍କୁ ମିଳିବ ମାଗଣା ଟିକେଟ୍‌

ରାଞ୍ଚି,୧୭।୧୦- ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।...

ଭାରତୀୟ ଦଳରୁ ବାଦ୍‌ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ

ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...

ଘରୋଇ କ୍ରିକେଟ ସିଜନ

ଏପ୍ରିଲ ୧୧ତାରିଖରେ ବିସିସିଆଇ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୦୨୩-୨୪ ସିଜନ୍‌ରେ ୯ ମାସରେ ମୋଟ ୧୮୪୬ଟି ମ୍ୟାଚ ଖେଳାଯିବ। ଯାହାକି ବିଶ୍ୱ ଘରୋଇ...

କାମ ଦେଲା ୪ ପେସର ଷ୍ଟ୍ରାଟେଜି

ନଟିଂହାମ,୪।୮: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ୪ ପେସରଙ୍କୁ ନ ଖେଳାଇ ଭୁଲ କରିଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ।...

ବିଶ୍ୱକପ୍‌ ପୂର୍ବରୁ ଜିମରେ ଝାଳ ବୁହାଇଲେ ହାର୍ଦ୍ଧିକ

ମୁମ୍ବାଇ, ୨୦।୫: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଆଇପିଏଲରେ ସଫଳ ହେବା ପରେ ଏବେ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ...

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ପୃଥ୍ବୀ ଶ’

ମାତ୍ର ୧୮ ବର୍ଷ ବୟସରେ ଟେଷ୍ଟ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପୃଥ୍ବୀ ଶ’ ଏବେ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି।...

Advertisement
Archives

Model This Week