Posted inଖେଳ

ପୋଲାର୍ଡ ଓ ହାର୍ଦ୍ଦିକଙ୍କଠାରୁ କୌଶଳ ଶିଖିଛନ୍ତି କିଶନ

ଶାରଜା, ୪ା୧୦ (ପି.ଟି.)-କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କୌଶଳ ସେ ହାସଲ କରିପାରିଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବିସ୍ଫୋରକ ୯୯ ରନ ସଂଗ୍ରହ କରି ଦୃଷ୍ଟିଆକର୍ଷଣ କରିଥିବା କିଶନ କହିଛନ୍ତି, କେବଳ ବ୍ୟାଟିଂ ନୁହେଁ ଟି୨୦ ଖେଳର ଅନ୍ୟ କେତୋଟି ଦିଗରୁ ସେ ଏହି ଦୁଇ ସିନିୟର ଖେଳାଳିଙ୍କଠାରୁ ଜ୍ଞାନ ଆହରଣ କରିଛନ୍ତି। ପୋଲାର୍ଡ ଓ ହାର୍ଦ୍ଦିକଙ୍କ ସହ ସେ ୩ବର୍ଷ ହେଲା ଖେଳି ଆସୁଛନ୍ତି। ମ୍ୟାଚ ପୂର୍ବରୁ ଏହି ଖେଳାଳି ଦ୍ୱୟ ଯୋଜନା ପ୍ରସ୍ତୁତ କରିଥାନ୍ତି। କେବଳ ଦ୍ରୁତ ବ୍ୟାଟିଂ ନୁହେଁ ମ୍ୟାଚକୁ କିପରି ଶେଷ ଓଭର ପର୍ଯ୍ୟନ୍ତ ନେଇ ହେବ ଏବଂ ବୋଲରମାନଙ୍କ ଉପରେ କିପରି ଚାପ ସୃଷ୍ଟି କରିହେବ ଏସବୁ ତାଙ୍କ ଯୋଜନାର ପରିସରଭୁକ୍ତ ଥାଏ। ପୁନଶ୍ଚ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବା ଏବଂ ପରବର୍ତ୍ତୀ ପ୍ଲାନ ସମ୍ପର୍କରେ ଖେଳାଳିମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଆଦି ମଧ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସବ୍‌ଜୁନିୟର ଟିଟି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ଇନ୍ଦୋରରେ ୮୨ତମ ଜାତୀୟ କ୍ୟାଡେଟ ଓ ସବ୍‌ଜୁନିୟର ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ ଚଳିତମାସ ୨୫ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଅହମ୍ମଦାବାଦ, ୧୪ା୭ (ପି.ଟି.)-ଏଠାରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉତ୍ତର କୋରିଆ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇଛି। ପ୍ରତିଯୋଗିତାରେ ଦଳର ଏହା...

ଡେଭିସ୍‌ କପ୍‌ ଦଳକୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୨୬।୧୦(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଭାରତୀୟ ଡେଭିସ କପ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮ ଏପ୍ରିଲ ପରେ ପ୍ରଥମଥର ପାଇଁ ସେ...

ଦୂତୀ ଭୋଗ୍‌ ଇଣ୍ଡିଆ ସ୍ପୋର୍ଟ୍ସପର୍ଶନ ଅଫ୍‌ ଦି ଇୟର

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଭୋଗ୍‌ ଇଣ୍ଡିଆ ମାଗାଜିନ ପକ୍ଷରୁ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କୁ ସ୍ପୋର୍ଟ୍ସ ପର୍ଶନ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ...

ପ୍ରଥମ ଭେଟରେ ପ୍ରେମିକାଙ୍କୁ ନମସ୍କାର କହିଥିଲେ ଏହି ବିଦେଶୀ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ଏବିଙ୍କୁ ୨୩...

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା...

ଦ୍ୱିତୀୟ ଦିନରେ ଭାରତକୁ ଦୁଇ ପଦକ

ଭୋପାଳ,୨୪ା୩ (ପି.ଟି.):ଭୋପାଳରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଦ୍ୱିତୀୟ ଦିବସରେ ଭାରତ ଦୁଇଟି ପଦକ ହାସଲ କରିଛି। ପ୍ରଥମ ଦିନରେ ଏୟାର ପିସ୍ତଲ ପୁରୁଷ ଇଭେଣ୍ଟରେ...

କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ

ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି...

Advertisement
Archives

Model This Week