Posted inଖେଳ

କିରଣ କ୍ୱାର୍ଟରରେ, ଅସ୍ମିତା ପରାସ୍ତ

ବ୍ୟାଙ୍କକ୍‌, ୨ା୬:ଭାରତର କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ ଜାରି ରଖି ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଚାଇନାର ଓ୍ବେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସର ଏକ ପ୍ରି-କ୍ୱାର୍ଟରରେ ବିଶ୍ୱର ୫୯ ନମ୍ବର ଖେଳାଳି କିରଣ ତାଙ୍କଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୧୧, ୨୧-୧୯ରେ ପରାସ୍ତ କରିବାକୁ ମାତ୍ର ୩୯ ମିନିଟ ସମୟ ନେଇଥିଲେ। କିରଣ ପ୍ରଥମ ଥର ଏକ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୫୦୦ ଇଭେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ଓଡ଼ିଶା ଓପନ ବିଜେତା ଶୁକ୍ରବାର କ୍ୱାର୍ଟରଫାଇନାଲରେ ହଂକଂର ଏଙ୍ଗ୍‌ କା ଲଙ୍ଗ୍‌ ଆଙ୍ଗସ ଓ ଫ୍ରାନ୍ସର ଟୋମା ଜୁନିୟର ପେପୋଭଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ୨୩ ବର୍ଷୀୟା ଅସ୍ମିତା ଛଲିଆ ୧୮-୨୧, ୧୩-୨୧ରେ ପୂର୍ବତନ ଅଲିମ୍ପିକ ଓ ୩ ଥର ବିଶ୍ୱ ଚାମ୍ପିୟନ ସ୍ପେନର କାରୋଲିନା ମାରିନଙ୍କଠାରୁ ହାରିଯାଇଛନ୍ତି।
ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ସାଇନା ନେହ୍ବାଲ ୩ୟ ସିଡ୍‌ ତଥା ବିଶ୍ୱର ୫ ନମ୍ବର ଖେଳାଳି ଚାଇନାର ହି ବିଙ୍ଗ୍‌ ଜାଓଙ୍କଠାରୁ ୧୧-୨୧, ୧୪-୨୧ ଗେମ୍‌ରେ ପରାଜିତ ହୋଇଛନ୍ତି। ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ମଧ୍ୟ ସେମାନଙ୍କ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ମହମ୍ମଦ ଶୋହିବୁଲ ଫ୍ରିକ୍ରି ଓ ବାଗାସ ମାଉଲାନାଙ୍କଠାରୁ ୨୬-୨୪, ୧୧-୨୧, ୧୭-୨୧ରେ ହାରିଯାଇଛନ୍ତି।
ସୂଚନାଯୋଗ୍ୟ, ବିଡବ୍ଲ୍ୟୁ ଓ୍ବାଲର୍‌ଡ ଟୁର୍‌କୁ ୬ଟି ସ୍ତରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ, ଚାରୋଟି ସୁପର ୧୦୦୦, ଛଅଟି ସୁପର ୭୫୦, ସାତଟି ସୁପର ୫୦୦ ଏବଂ ୧୧ଟି ସୁପର ୩୦୦ ଟୁର୍ନାମେଣ୍ଟ। ଅନ୍ୟ କାଟେଗୋରି ହେଲା ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଲେଭଲ। ଏ ସମସ୍ତରେ ର଼୍ୟାଙ୍କିଙ୍ଗ ପଏଣ୍ଟ ବ୍ୟବସ୍ଥା ରହିଛି। ବିଡବ୍ଲ୍ୟୁଏଫ୍‌ ଟୁର୍ନାମେଣ୍ଟ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁପର ୫୦୦ ହେଉଛି ଏକ ଗ୍ରେଡ୍‌-୨ (ଲେଭଲ-୪) ଇଭେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?