Odisha Elections 2024

ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲି’

ଢେଙ୍କାନାଳ ଅଫିସ,୨।୬: ଚଳିତବର୍ଷ ଢେଙ୍କାନାଳରେ ପ୍ରଚୁର ଆମ୍ବ ଫଳିଛି। ୫୦ ହଜାର ମେଟ୍ରିକ୍‌ ଟନ୍‌ ସହ ଉତ୍ପାଦନରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ଜିଲା। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା ଥିବାବେଳେ ଗୁରୁବାର ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଦୁବାଇ ଯାଇଛି ଅଢ଼େଇ ଟନ୍‌ ଆମ୍ରପଲ୍ଲି ଆମ୍ବ। ଏଥିରେ ମଧ୍ୟସ୍ଥ ସାଜିଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ଏଗ୍ରିକଲଚରାଲ ଆଣ୍ଡ୍‌ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟ ଏକ୍ସପର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି (ଆପେଡା)।
ଢେଙ୍କାନାଳ ସଦର ବ୍ଲକ କଳାପାଣି-ବଣସିଂହ ରାସ୍ତାରେ ରହିଛି ଆମ୍ବଚାଷୀ ସୁବ୍ରତ କୁମାର ଦାସ (୭୧)ଙ୍କ ‘ପ୍ରକୃତି ଇକୋ ଫାର୍ମ’। ୩୦ ଏକର ଜମିରେ ସେ ଆମ୍ବ ଓ କାଜୁ ଚାଷ କରିଛନ୍ତି। ସେଥିରୁ ୬ ଏକର ଜମିରେ ଆମ୍ରପଲ୍ଲି, ମଲ୍ଲିକା, ଦଶେରୀ, କେଶର ପ୍ରଜାତିର ଆମ୍ବ ଚାଷ କରିଛନ୍ତି। ସୁବ୍ରତଙ୍କ ଫାର୍ମରୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଆମ୍ବ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ସମେତ ଦେଶ ବାହାରକୁ ରପ୍ତାନି ହେଉଥିଲା। ତେବେ ଏଥିରେ ମଧ୍ୟସ୍ଥ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଚଳିତବର୍ଷ ଭାରତ ସରକାରଙ୍କ ସଂସ୍ଥା ମାଧ୍ୟମରେ ସିଧାସଳଖ ଆମ୍ବ ରପ୍ତାନି କରାଯାଇଛି। ଏଥିପୂର୍ବରୁ ଆପେଡା, ଜିଲା ଉଦ୍ୟାନ କୃଷି ଏବଂ ଆମ୍ବ କ୍ରୟ କରିଥିବା ପାଫ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକାରୀମାନେ ‘ପ୍ରକୃତି ଇକୋ ଫାର୍ମ’ ପରିଦର୍ଶନ କରି ଆମ୍ରପଲ୍ଲି ଆମ୍ବର ଗୁଣବତ୍ତା ପରୀକ୍ଷା କରିଥିଲେ।
ଆମ୍ବ ଯେପରି ଦୀର୍ଘଦିନ ଯାଏ ସୁରକ୍ଷିତ ରହିବ, ସେଥିଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏକ ଶୀତତାପ ନିୟନ୍ତ୍ରିତ ଟ୍ରକ୍‌ରେ ଢେଙ୍କାନାଳରୁ ଆମ୍ବ କୋଲକାତା ଯିବ। ସେଠାରୁ ପାଫ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ବିମାନରେ ଦୁବାଇ ପଠାଯିବ। ସ୍ଥାନୀୟ ବଜାରରେ ଆମ୍ରପଲ୍ଲି ଦର କେଜି ପିଛା ୯୦ ଟଙ୍କା ଥିବାବେଳେ ବିଦେଶରେ ଏହା ୨୦୦ ଟଙ୍କା ଯାଏ ବିକ୍ରି ହେବ ବୋଲି ଜଣାପଡ଼ିଛି। ରପ୍ତାନି ହୋଇଥିବା ଆମ୍ରପଲ୍ଲି ଆମ୍ବ ପ୍ୟାକେଟ୍‌ରେ ‘ପ୍ରକୃତି ଫାର୍ମ ଢେଙ୍କାନାଳ’ ବୋଲି ଷ୍ଟିକରିଂ କରାଯାଇଛି। ଫଳରେ ଦୁବାଇରେ ଢେଙ୍କାନାଳ ଆମ୍ବ ସ୍ବତନ୍ତ୍ର ପରିଚୟ ହାସଲ କରିବ ବୋଲି ଚାଷୀ ସୁବ୍ରତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଜିଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଦୁବାଇକୁ ଆମ୍ବ ରପ୍ତାନିର ଶୁଭାରମ୍ଭ କରିଥିଲେ। ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ, ଆପେଡାର ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଆପେଡା ବୋର୍ଡର ସର୍ବଭାରତୀୟ ସଦସ୍ୟ ତଥା ପୂର୍ବାଞ୍ଚଳ ବୋର୍ଡ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ, ପାଫ୍‌ ଗ୍ଲୋବାଲ ପ୍ରାଇଭେଡ୍‌ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ ଘୋଷ, ଆମ୍ବଚାଷୀ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ମୟୂରଭଞ୍ଜ ଜିଲାର ସର୍ବାଧିକ ଜମିରେ ଆମ୍ବଚାଷ ହେଉଛି। ହେଲେ ଉତ୍ପାଦନରେ ଢେଙ୍କାନାଳ ରାଜ୍ୟରେ ପ୍ରଥମ। ଜିଲାର ୧୦,୦୦୦ ହେକ୍ଟର ଜମିରେ ୨୦୦ ଚାଷୀ ଆମ୍ବଚାଷ କରୁଛନ୍ତି। ଆଗାମୀ ଦିନରେ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଜିଲାପାଳ ସେଠୀ କୁହନ୍ତି, ଦୁବାଇକୁ ସିଧାସଳଖ ଢେଙ୍କାନାଳ ଆମ୍ବ ରପ୍ତାନି ହେବା ଖୁସିର କଥା। ଚାଷୀଙ୍କୁ ଗୁଣାତ୍ମକ ଆମ୍ବ ଉତ୍ପାଦନ ଏବଂ ସେମାନେ ନିଜସ୍ବ ଉଦ୍ୟମରେ ଯେପରି ପ୍ୟାକିଂ କରିପାରିବେ ସେ ନେଇ ତାଲିମ ଦିଆଯିବ। ଏହାଦ୍ୱାରା ସେମାନଙ୍କୁ ଅଧିକ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୬।୫: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ରେମାଲ ପ୍ର୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରିଛି...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri