Posted inଫୁରସତ

ଦୟା କଲେ ସୌନ୍ଦର୍ଯ୍ୟ ବଢ଼େ

ନୂଆଦିଲ୍ଲୀ: ଦୟାମନୋଭାବ ଦ୍ୱାରା ମଣିଷର ସୁନ୍ଦରତା ବୃଦ୍ଧି ପାଇଥାଏ। ନିକଟରେ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଣାଳୀକୁ ଆପଣାଇଥାନ୍ତି। କେହି କେହି ଦାମୀ ମେକ୍‌ଅପ୍‌ ଲଗାନ୍ତି ତ ଆଉ କେତେଜଣ ବ୍ୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଚର୍ମ ଖରାପ ହେବା ସହ ବହୁ ରୋଗ ହେବାର ଅଶଙ୍କା ରହିଛି। କିନ୍ତୁ ଯଦି ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ଦୟାପରବଶ ହୋଇ ନମ୍ର ବ୍ୟବହାର କରନ୍ତି ସେହି ବ୍ୟକ୍ତିଙ୍କ ସୁନ୍ଦରତା ସକାରାତ୍ମକ ଭାବେ ବୃଦ୍ଧି ପାଏ ଏବଂ ଏହି ସୌନ୍ଦର୍ଯ୍ୟତା ଚିର ସମୟ ପାଇଁ ରହିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ମନୋବିଜ୍ଞାନୀଙ୍କ ମତରେ ପ୍ରତ୍ୟେକଙ୍କ ପାଇଁ ମେଡିଟେଶନ୍‌ କରିବା ମଧ୍ୟ ଜରୁରୀ। କାରଣ ଏହାଦ୍ୱାରା ମନୁଷ୍ୟର ମସ୍ତିଷ୍କ ସ୍ଥିର ରହିଥାଏ। ସେହିପରି ନିୟମିତ ବ୍ୟାୟାମକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ସାଙ୍ଗକୁ ସବୁବେଳେ ଅନ୍ୟର ମଙ୍ଗଳ କାମନା କରିବା ଆବଶ୍ୟକ। ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନରେ ବସିବା ଅଭ୍ୟାସ ନିଜଠାରେ ପରୋପକାର ମନୋଭାବକୁ ଦୃଢ଼ କରିବାରେ ସାହାଯ୍ୟ କରେ। ନିୟମିତ ଧ୍ୟାନ କରିବା ଦ୍ୱାରା ଏହାର ସକାରାତ୍ମକ ପ୍ରଭାବ ମଣିଷର ଡିଏନ୍‌ଏ ଉପରେ ପଡ଼ିଥାଏ, ଯାହାଫଳରେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ମନୁଷ୍ୟଠାରେ ରହିଥାଏ। ଦୟାମନୋଭାବ ଖାଲି ଯେ ମନୁଷ୍ୟର ସୁନ୍ଦରତା ବୃଦ୍ଧି କରିଥାଏ ତା’ ନୁହେଁ, ଏହା ଦ୍ୱାରା ସବୁବେଳେ ମନ ପ୍ରଫୁଲ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri